ସତରେ କଣ ଏସିରୁ କରୋନା ସଂକ୍ରମଣ ବଢ଼ିଥାଏ ?


ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ଯେତିକି ବାସ୍ତବିକ କଥା ନାହିଁ ତାଠାରୁ ଅଧିକ ଗୁଜବ ରହିଛି । ଏମିତିରେ ଗୋଟିଏ ଗୁଜବ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଥିବାର ଦେଖାଯାଉଛି ଯେ ଏୟାର କଂଡିସନ(ଏସି) ବ୍ୟବହାର କରିବା ଦ୍ୱାରା କରୋନା ସଂକ୍ରମଣ ହୋଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଏସି ଯୋଗୁଁ ହିଁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି । ତେବେ ବର୍ତମାନ ପ୍ରଶ୍ୱ ଏହା ଯେ କଣ ସତରେ ଏସି ଯୋଗୁଁ ସଂକ୍ରମଣ ବଢ଼ୁଛି ? ଆସନ୍ତୁ ଜାଣିବା

ପ୍ରେସ ଇନଫରମେସନ ବ୍ୟୁରୋ(ପିଆଇବି) ଫ୍ୟାକ୍ଟ ଚେକ ଅନୁଯାୟୀ ଏହି ମେସେଜରେ ସମ୍ପୂର୍ଣ୍ଣ ସତ୍ୟତା ନାହିଁ । ପିଆଇବି ପକ୍ଷରୁ ଏକ ଭିଡିଓ ଟ୍ୱିଟ କରି କୁହାଯାଇଛି ଯେ ଏସିର ବ୍ୟବହାର କରିବା ଦ୍ୱାରା କୌଣସି ବିପଦ ନାହିଁ, କିନ୍ତୁ ସେଂଟ୍ରାଲ ଏସି ସହିତ ସମସ୍ୟା ହୋଇପାରେ ।


ଉଦାହରଣ ସ୍ୱରୂପ ଯଦି ଆପଣ ଘରେ ୱିଂଡୋଜ ଏସି ବ୍ୟବହାର କରୁଛନ୍ତି ତେବେ କୌଣସି ସମସ୍ୟା ନାହିଁ କିନ୍ତୁ ଯଦି କୌଣସି ଅଫିସ କିମ୍ବା ହସପିଟାଲରେ ସେଂଟ୍ରାଲ ଏସି ବ୍ୟବହାର ହେଉଥାଏ ଏବଂ ସେଠାରେ କେହି କରୋନାରେ ସଂକ୍ରମିତ ଥାନ୍ତି ତେବେ ପୁରା ଅଫିସ ଏବଂ ହସପିଟାଲରେ କରୋନା ସଂକ୍ରମଣ ବଢ଼ିଯାଇପାରେ ।
ଏହା ପୂର୍ବରୁ ସୋସିଆଲ ମିଡିଆରେ ଏହା ମଧ୍ୟ ଜୋର ଦେଇ କୁହାଯାଉଥିଲା ଯେ ଗରମ ବଢ଼ିବା ସହ କରୋନା ଶେଷ ହୋଇଯିବ, ଯେବେକି ସତ୍ୟ ଏହା ଯେ ଏପର୍ଯ୍ୟନ୍ତ ଏଭଳି କୌଣସି ଗବେଷଣା ସାମ୍ନାକୁ ଆସିନି । ତେଣୁ ଏହା ସତ ନୁହେଁ ଯେ ଗରମରୁ କରୋନା ବିନାସ ହୋଇପାରିବ ଏବଂ ଏହା ମଧ୍ୟ ସତ୍ୟ ଯେ ସବୁ ପ୍ରକାର ଏସିରୁ କରୋନା ସଂକ୍ରମଣ ହୋଇନଥାଏ । ତେଣୁ ଆପଣ ଘରେ ରହିବା ହିଁ ଆପଣଙ୍କ ପାଇଁ ମଙ୍ଗଳ ହେବ ଏବଂ ସୋସିଆଲ ମିଡିଆର ଗୁଜବଗୁଡ଼ିକରୁ ଦୂରେଇ ରୁହନ୍ତୁ ।


Share It

Comments are closed.