ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ସମ୍ୱଲପୁର ଜିଲ୍ଲାରେ ପ୍ରମୁଖ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନକୁ ରୋକିବାରେ ସଫଳ ହୋଇଛି ଟିପିଡବ୍ଲୁଓଡିଏଲ


ବୁର୍ଲା, 04.05.2024: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ଏହାର ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ୍ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା କରୁଅଛି । ଯାହାର ସମ୍ପ୍ରତି ଉଦାହରଣ, କେବୁଲ ଫଲ୍ଟ ଲୋକେଟର୍ (CFL) ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଚାରପଡା ଠାରେ ରେଲୁୱେ ଟ୍ରାକ ତଳେ ଯାଇଥିବା ସମ୍ବଲପୁର-ଝାରସୁଗୁଡା ଅଣ୍ଡରଗ୍ରାଉଣ୍ଡ 33 କେ.ଭି. ବିଦ୍ୟୁତ୍ ତାରରେ ଥିବା ତ୍ରୁଟିର ସଠିକ୍ ସ୍ଥାନ ନିରୂପଣ କରିବା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟରବଗା ଫିଡରରୁ ସଂଯୋଗ ହୋଇଥିବା ଏହି ଅଣ୍ଡରଗ୍ରାଉଣ୍ଡ୍ 33 କେ.ଭି. ବିଦ୍ୟୁତ୍ ତାର ଦ୍ୱାରା ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ କଟରବଗା, ଟାମ୍ପରକେଲା, ପ୍ରଧାନପାଲି, ଗୁଲମାଲ, ବାସୁପାଲି, ଝାଙ୍କରପାଲି ଏବଂ ଚାରୋଟି ଶିଳ୍ପ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକମାନଙ୍କୁ ବିଦ୍ୟୁତ୍ ଯୋଗାଣ ହୋଇଥାଏ । ଯଦି ଏହି ତ୍ରୁଟିର ସମାଧାନ ହୋଇନଥାନ୍ତା, ତେବେ ସେହି ଅଞ୍ଚଳରେ ବିଦ୍ୟୁତ୍ ସେବାରେ ବ୍ୟାଘାତ ଘଟିଥାନ୍ତା ।

ମାତ୍ର ଟିପିଡବ୍ଲୁଓଡିଏଲର STS ଟିମ୍ ଆଡ଼ଭାନ୍ସ କେବୁଲ ଫଲ୍ଟ ଲୋକେଟର୍ ଟେକ୍ନୋଲୋଜିର ବ୍ୟବହାର କରି ଏହି 33 କେ.ଭି. ଲାଇନରେ ତ୍ରୁଟିର ସଠିକ୍ ସ୍ଥାନ ଚିହ୍ନଟ କରିବା ସହିତ ମାତ୍ର 8 ଘଣ୍ଟା ମଧ୍ୟରେ ଏହି ତ୍ରୁଟି ସମାଧାନ କରିପାରିଛି । ଯଦି ତ୍ରୁଟି ଚିହ୍ନଟ ପ୍ରକ୍ରିୟା ପାଇଁ ପାରମ୍ପାରିକ ଉପାୟ ଅବଲମ୍ବଲ କରାଯାଇଥାନ୍ତା, ତେବେ ଏହି ତୃଟିର ସମାଧାନ ପାଇଁ ପାଖାପାଖି 15ରୁ 20 ଦିନ ସମୟ ଲାଗିଥାନ୍ତା । କାରଣ ଉକ୍ତ ପ୍ରଭାବିତ ଅଞ୍ଚଳଗୁଡିକକୁ ବିଦ୍ୟୁତ୍ ଯୋଗାଣର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ସେହିପରି ତ୍ରୁଟି ଚିହ୍ନଟ ପ୍ରକ୍ରିୟା ପାଇଁ ପାରମ୍ପାରିକ ଉପାୟରେ ପ୍ରାୟ 100 ମିଟର ଲମ୍ବା ପର୍ଯ୍ୟନ୍ତ ଟନେଲ ଖୋଳିବା ପାଇଁ ପଡିଥାନ୍ତା । ମାତ୍ର ଏହି ଆଡ଼ଭାନ୍ସ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମାତ୍ର 6.4 କିଲୋମିଟର ଟନେଲ ଖୋଳାଯାଇ ତ୍ରୁଟି ସମାଧାନ କରାଯାଇପାରିଛି ।

ରେଳବାଇ ଲାଇନ୍ ନିକଟରେ ମରାମତି କାର୍ଯ୍ୟ କରିବାକୁ ତୁରନ୍ତ ଅନୁମତି ପ୍ରଦାନ କରିଥିବାରୁ ଟିପିଡବ୍ଲୁଓଡିଏଲ୍ ତରଫରୁ ରେଳବାଇ ଅଧିକାରୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉ ଅଛୁ ।


Share It

Comments are closed.