ଶାନ୍ତି ମେମୋରିଆଲ ହସ୍ପିଟାଲରେ ସଫଳ ହିପ୍ ରିପ୍ଲେସ୍‌ମେଂଟ୍ ସର୍ଜରୀ


ଭୁବନେଶ୍ୱର : ୩୪ ବର୍ଷୀୟ ନକୁଳ ବାରିକ୍ ଗତ ୩ ବର୍ଷ ହେବ ଯନ୍ତ୍ରଣାଦାୟକ ହିପ୍ (ନିତମ୍ବ) ସମସ୍ୟା ସହ ସଂଘର୍ଷ କରୁଥିଲେ, ଯାହା ତାଙ୍କୁ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ଅକ୍ଷମ କରିବା ସହ ଶର୍ଯ୍ୟାଶାୟୀ କରିଦେଇଥିଲା । ବିଭିନ୍ନ ହସ୍ପିଟାଲ ଓ ଡାକ୍ତରଙ୍କଠାରୁ ଚିକିତ୍ସା ସହଯୋଗ ପାଇବା ପରେ ମଧ୍ୟ ତାଙ୍କୁ ଯନ୍ତ୍ରଣାରୁ କୌଣସି ଆଶ୍ୱସ୍ତି ମିଳିନଥିଲା । ତେବେ ତାଙ୍କ ପାଇଁ ଏକ ଆଶାର କିରଣ ଦେଖା ଦେଇଥିଲା ଯେତେବେଳେ ଶାନ୍ତି ମେମୋରିଆଲ ହସ୍ପିଟାଲର କନ୍‌ସଲ୍‌ଟାଂଟ ଅର୍ଥୋପେଡିକ୍ ସର୍ଜନ ଡା. ଅଜିତ କୁମାର କର ପ୍ରାୟ ଏକ ମାସ ତଳେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ବିସ୍ତୃତ ପରୀକ୍ଷଣ ପରେ ନକୁଳ ବାରିକଙ୍କର ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ସହିତ ମେରୁଦଣ୍ଡରେ ସ୍ଥାୟୀ ବିକଳାଙ୍ଗତା, ଉଭୟ ହିପ୍‌ର ଓଷ୍ଟିଓଆର୍‌ଥ୍ରାଇଟିସ୍ ଓ ଫିକ୍ସଡ୍ ଲେଫ୍ଟ ହିପ୍ ସ୍ଥିତି ରହିଥିବା ସମ୍ପର୍କରେ ଜଣାପଡିଥିଲା । ତାଙ୍କର ସ୍ଥିତି ଓ ଅଙ୍ଗପ୍ରତ୍ୟଙ୍ଗର ଗତିଶୀଳତାକୁ ଯାଂଚ କରିବା ପରେ ଡା. କର ତାଙ୍କର ଟୋଟାଲ ହିପ୍ ରିପ୍ଲେସ୍‌ମେଂଟ୍ ସର୍ଜରୀ କରାଇବା ପାଇଁ ପରାମର୍ଶ ଦେଇଥିଲେ । ହିପ୍‌ର ଆଙ୍କିଲୋସିସ୍‌, ଆନେସ୍ଥେସିଆର ପ୍ରୟୋଗ, ପୋଷ୍ଟ ଅପରେଟିଭ ରିଭର୍ସାଲ ଓ ଅସ୍ତ୍ରୋପଚାର ସମ୍ବନ୍ଧିତ ଅନ୍ତର୍ନିହିତ ଜଟିଳତା ଭଳି ଅନେକ ସମସ୍ୟା ସୃଷ୍ଟି କରିଥାଏ ।
ଏକ ମାସର ପ୍ରସ୍ତୁତିମୂଳକ ଫିଜିଓଥେରାପି ପରେ ଶ୍ରୀଯୁକ୍ତ ବାରିକ୍‌ଙ୍କୁ ଅସ୍ତ୍ରୋପଚାର ପାଇଁ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଆଡ୍‌ମିଟ କରାଯାଇଥିଲା । ଡା. ଅଜିତଙ୍କ ସମେତ ଡଃ ରେଖା ଦାସ ଓ ଡଃ ଆଲୋକ ସାହୁଙ୍କ ନେତୃତ୍ୱରେ ଆନେସ୍ଥେସିଓଲୋଜିଷ୍ଟଙ୍କର ଏକ ଦକ୍ଷ ଟିମ୍ ଦ୍ୱାରା ଏହି ପଦ୍ଧତିକୁ କାର୍ଯ୍ୟକାରୀ କରାଯାଇଥିଲା, ଯିଏକି ରୋଗୀଙ୍କ ପୋଜିସନିଂ, ଆସେଟାବ୍ୟୁଲୁମ କପ୍‌ରୁ କ୍ଷତିଗ୍ରସ୍ତ ଓ ଫିକ୍ସଡ୍ ହେଡ୍‌କୁ ବାହାର କରିବା, ଫେମର ନେକ୍ ରିସେକ୍ସନ, କନ୍‌ଷ୍ଟ୍ରିକ୍ଟେଡ ଷ୍ଟ୍ରକ୍‌ଚରଗୁଡିକୁ ରିଲିଜ୍ କରିବା, ଇମ୍‌ପ୍ଲାଂଟେଶନ ଓ ସଠିକ ସମୟରେ ଶେଷ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକୁ ନିୟନ୍ତ୍ରଣ କରିଥିଲେ । ଏସମସ୍ତ କାର୍ଯ୍ୟ ୩ ଘଂଟା ସମୟ ମଧ୍ୟରେ ଶେଷ ହୋଇଥିଲା । ଅସ୍ତ୍ରୋପଚାର ପରେ ଶ୍ରୀଯୁକ୍ତ ବାରିକଙ୍କୁ ଗୋଟିଏ ଦିନ ପାଇଁ ଆଇସିୟୁରେ ତଦାରଖ ପାଇଁ ରଖାଯାଇଥିଲା । ଉଲ୍ଲେଖନୀୟ ଭାବେ ମାତ୍ର ୩ ଦିନ ମଧ୍ୟରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା ଏବଂ ସେ ଏକ ୱାକର୍ ସହାୟତାରେ ଚାଲିବାକୁ ସକ୍ଷମ ହୋଇଥିଲେ ।
ଏହି ସଫଳ ଅସ୍ତ୍ରୋପଚାର ସମ୍ପର୍କରେ ଡା. କର କହିଛନ୍ତି, “ଜଣେ ଅର୍ଥୋପେଡିକ୍ ସର୍ଜନଙ୍କ ପାଇଁ ସବୁଠାରୁ ବଡ ସନ୍ତୋଷ ହେଉଛି ନିଜର ରୋଗୀ ପୁଣିଥରେ ସ୍ୱାଧୀନତା ଫେରିପାଇବା ଓ ନିଜର ଦୈନନ୍ଦିନ କାର୍ଯ୍ୟ ପୁଣିଥରେ କରିପାରୁଥିବାର ଦେଖିବା ।” ଶାନ୍ତି ମେମୋରିଆଲ ହସ୍ପିଟାଲ ଅର୍ଥୋପେଡିକ୍ କେୟାର କ୍ଷେତ୍ରରେ ଉତ୍କର୍ଷତାର ନିଜର ବିରାସତକୁ ବଜାୟ ରଖିଛି, ଯାହାକି ଜଟିଳ ଅସ୍ତ୍ରୋବଚାରଗୁଡିକର ସଫଳ କାର୍ଯ୍ୟକାରିତା, ଗତିଶୀଳତାର ପୁନରୁଦ୍ଧାର ଓ ରୋଗୀଙ୍କ ପାଇଁ ଜୀବନର ମାନକୁ ଉନ୍ନତ କରିବା ଆଦିରେ ପ୍ରଦର୍ଶିତ ହୋଇଛି ।


Share It

Comments are closed.