ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଏପ୍ରିଲ୍‌ରେ ୫,୪୧,୯୪୬ ଗାଡ଼ି ବିକ୍ରି


ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ୨୦୨୪-୨୫ ଆର୍ଥିକ ବର୍ଷକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି । ୨୦୨୪ ଏପ୍ରିଲ୍‌ରେ କମ୍ପାନି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି । ଏହି ମାସରେ କମ୍ପାନି ୫,୪୧,୯୪୬ ଗାଡ଼ି ବିକ୍ରି କରି ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଦେଶ ଭିତରେ କମ୍ପାନି ୪,୮୧,୦୪୬ ଗାଡ଼ି ବିକ୍ରି କରିଥିବା ବେଳେ ୬୦,୯୦୦ ଗାଡ଼ି ରପ୍ତାନି କରିଛି । ଦେଶ ଭିତର ବିକ୍ରିରେ କମ୍ପାନି ୪୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନିରେ ୬୭ ପ୍ରତିଶତ ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିଛି ।
ଏପ୍ରିଲ୍ ମାସରେ କମ୍ପାନି ଗୁରୁଗ୍ରାମର ମାନେସରଠାରେ ଥିବା ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ ଇଞ୍ଜିନ ଆସେମ୍ବଲି ଲାଇନ୍ ଆରମ୍ଭ କରିଥିଲା । ପୂର୍ବ ଭାରତରେ କମ୍ପାନି ଉଲ୍ଳେଖନୀୟ ମାଇଲଖୁଂଟ ହାସଲ କରିଛି । ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତର ପୂର୍ବ ଭାରତରେ କମ୍ପାନି ୮ ନିୟୁତ ଗାଡ଼ି ବିକ୍ରି କରିଛି ।
ଏହି ମାସରେ କମ୍ପାନି ଉତରପ୍ରଦେଶର ଅଯୋଧ୍ୟା, ମହାରାଷ୍ଟ୍ରର ଥାନେ ଓ ନୂଆଦିଲ୍ଲୀରେ ବିଗ୍ ୱିଙ୍ଗ ଡିଲରସିପ୍ ଖୋଲିଥିଲା । ଉତରପ୍ରଦେଶର ଦେଓରିଆରେ ରେଡ୍ ୱିଙ୍ଗ ଡିଲର୍‌ସିପ୍ ଖୋଲିଥିଲା ।
ସଡ଼କ ସୁରକ୍ଷା ପାଇଁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ମହାରାଷ୍ଟ୍ରର ପୁନେ, କେରଳର କୋଚି, ପଂଜାବର ପଟିଆଲା, ଝାଡ଼ଖଣ୍ଡର ରାଂଚି, ମହାରାଷ୍ଟ୍ରର ରତ୍ନଗିରି, ମଧ୍ୟପ୍ରଦେଶର ଗ୍ୱାଲିୟର, ତାମିଲନାଡୁର ହୋସୁର, ଉତରପ୍ରଦେଶର ନୋଏଡା, ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ନୂଆଦିଲ୍ଲୀରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହାଇଦ୍ରାବାଦ ଟ୍ରାଫିକ୍ ଟ୍ରେନିଂ ପାର୍କର ନବମ ବାର୍ଷିକୀ ପାଳନ କରାଯାଇଥିଲା । ହୋଣ୍ଡା ମାନେସର ହାଫ୍ ମାରାଥନ୍ ୨୦୨୪-ରନ୍ ଫର୍ ରୋଡ୍ ସେଫ୍ଟିର ବିଜେତାଙ୍କୁ ସାଇନ୍ ୧୦୦ ହସ୍ତାନ୍ତର କରାଯାଇଥିଲା ।
ମୋଟରସ୍ପୋର୍ଟସ୍‌ରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍‌ସିପ୍ (ଏଆର୍‌ଆର୍‌ସି)ର ଦ୍ୱିତୀୟ ରାଉଣ୍ଡର ପ୍ରଥମ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକ କେଭିନ୍ କ୍ୱିଂଟାଲ୍ ୧୧ତମ ସ୍ଥାନରେ ରହି ଟିମ୍ ପାଇଁ ୫ ପଏଂଟ୍ ହାସଲ କରିଥିଲେ । ତାଙ୍କ ସାଥୀ ଚାଳକ ମୋହସିନ ପରମବାନ ୨୦ତମ ସ୍ଥାନରେ ରହି ରେସ୍ ଶେଷ କରିଥିଲେ । ଖରାପ ପାଗ ଲାଗି ରେସ୍ ବାତିଲ ହୋଇଥିଲା ।


Share It

Comments are closed.