ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିବାରକୁ ଦିଆଯିବ ୫୦ ଲକ୍ଷ


ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ କରୋନା ଯୋଦ୍ଧାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । କରୋନା ବିରୋଧୀ ଲଢେଇରେ ଯଦି କେହି ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କୁ ଶହିଦର ସମ୍ମାନ ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟତା ସହ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଘୋଷଣା କରିବା ସହ କହିଛନ୍ତି ଯେ, “କରୋନା ରୋଗୀଙ୍କୁ ଚିକିତ୍ସା କଲାବେଳେ ଯଦି କୌଣସି ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ଚାଲିଯାଏ ତେବେ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଅବସର ଯାଏଁ ସେମାନଙ୍କ ପରିବାରକୁ ପୂର୍ଣ୍ଣ ଦରମା ପ୍ରଦାନ କରାଯିବ ।”
ନବୀନ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ କଡା ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି ।


Share It

Comments are closed.