ଚଳିତ ଅକ୍ଷୟ ତୃତୀୟା ଉପଲକ୍ଷେ ତନିସ୍କର ମିଆ ତରଫରୁ ପାରମ୍ପରିକତାରୁ ଅନୁପ୍ରାଣିତ ଅଳଙ୍କାର ସମ୍ଭାର ‘ନାଟିଭ୍‌’


ଭୁବନେଶ୍ୱର : ଅକ୍ଷୟ ତୃତୀୟା ପାଖେଇ ଆସୁଆସୁଥିବା ବେଳେ, ଭାରତର ଅନ୍ୟତମ ମୂଲ୍ୟବାନ ସୂକ୍ଷ୍ମ ଅଳଙ୍କାର ବ୍ରାଣ୍ଡ ତନିସ୍କର ମିଆ ତରଫରୁ ନୂତନ ଦେଶୀୟ ସମ୍ଭାର ‘ନାଟିଭ୍‌’କୁ ଉନ୍ମୋଚନ କରାଯାଇଛି – ଯାହା ସଂସ୍କୃତି, କଳା ଏବଂ ଆଧ୍ୟାତ୍ମିକତାର ଏକ ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇଛି ।
ମିୟାର ‘ନାଟିଭ୍‌’ସଂଗ୍ରହରେ ୱାର୍ଲି କଳାର ଉତ୍କର୍ଷତା, ମାଟି ହାଣ୍ଡିର ଚମତ୍କାର ଆକର୍ଷଣ, ଆଦିବାସୀ ମୋଟିଫ୍ ର ଜଟିଳ ସୌନ୍ଦର୍ଯ୍ୟ, ଏବଂ ମଣ୍ଡଳ ଚିତ୍ରଗୁଡ଼ିକର ଚମତ୍କାର ସମୃଦ୍ଧତାର ଝଲକ ରହିଛି ।ଯାହା ଆମର ଐତିହ୍ୟ ଏବଂ ବର୍ତ୍ତମାନ ମଧ୍ୟରେ ସୁସମ୍ପର୍କର ସୁସଙ୍ଗତ ମିଶ୍ରଣ । ସୂକ୍ଷ୍ମ ଷ୍ଟୁଡ୍ ଠାରୁ ଆରମ୍ଭ କରି ଷ୍ଟେଟମେଣ୍ଟ୍ ହାର୍ଡ଼ୱେର୍ ପର୍ଯ୍ୟନ୍ତ, ଏହି ସଂଗ୍ରହରେ ୨୨ କ୍ୟାରେଟର ଉଜ୍ଜ୍ୱଳ ସୁନା ଠାରୁ ଅତି ସୁନ୍ଦର ଭାବରେ ନିର୍ମିତ ଡିଜାଇନ୍ ସାମିଲ ରହିଛି ।ଚଳିତ ଅକ୍ଷୟ ତୃତୀୟା ଅବସରରେ, ଗୋଟିଏ କିଣା ଉପରେ ୩% ରିହାତି ପାଇପାରିବେ, ଦୁଇଟି ଗହଣା କିଣା ସହ ୧୦% ରିହାତି ପାଇପାରିବେ, ସେହିପରି ୫୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ହୀରା ଗହଣା କିଣା ଉପରେ ସିଧାସଳଖ ୧୫% ରିହାତି ପାଇପାରିବେ । ଆହୁରି ମଧ୍ୟ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୧୦% ରିହାତି ରହିଛି । ଅଧିକନ୍ତୁ, ୭୫,୦୦୦ / – ଟଙ୍କାରୁ ଅଧିକ ବିଲ୍ ମୂଲ୍ୟ ପାଇଁ ଗ୍ରାହକମାନେ ଏକ ଫ୍ଲାଟ ୧୫% ରିହାତି ଉପଭୋଗ କରିପାରିବେ । ଏହି ଅଫରଟି ୧ ମଇରୁ ୧୨ ମଇ ୨୦୨୪ ପର୍ଯ୍ୟନ୍ତ ସମସ୍ତ ତନିସ୍କର ଆଉଟଲେଟ୍ ଏବଂ ଅନଲାଇନ୍ ଚ୍ୟାନେଲ ଦ୍ୱାରା ଉପଭୋଗ କରିପାରିବେ ।

ପାରମ୍ପାରିକ କଳା ଦ୍ୱାରା ଅନୁପ୍ରାଣିତ ସୂକ୍ଷ୍ମ ଏବଂ ବିରଳ ଡିଜାଇନର ବୈଶିଷ୍ଟ୍‌ଯ ସହିତ ନିର୍ମିତ ପ୍ରତ୍ୟେକ ଅଳଙ୍କାର ଆଧୁନିକ ଏବଂ ପାରମ୍ପାରିକ ଡିଜାଇନର ମିଶ୍ରଣର ଏକ ପ୍ରମାଣ । ଏହି ସମ୍ଭାରରେ ଅନନ୍ୟ ଏବଂ ଜଟିଳ କୈଶଳର ବ୍ୟବହାର କରାଯାଇଛି, ଯେମିତିକି ବୃତ୍ତାକାର ସ୍ପିରାଲ୍ ମୋଟିଫ୍ ଏବଂ ଜଟିଳ ଜ୍ୟାମିତିକ ମୋଟିଫ୍ ସହିତ ତାରକସୀର ମିଶ୍ରଣ ।ଏହି ସୁନା ସମ୍ଭାର ପ୍ରାଚୀନ କାହାଣୀର ପ୍ରତିଧ୍ୱନୀ ସହିତ ଆମର ସମୃଦ୍ଧ ଐତିହ୍ୟକୁ ପ୍ରତିଫଳିତ କରୁଛି । ହାଇଲାଇଟ୍ ଗୁଡିକ ମଧ୍ୟରେ ପ୍ରାଚୀନ ସ୍ପିରାଲ୍ ସୁସଜ୍ଜିତ ମୁଦି ଏବଂ ସଉରା-ଆଦିବାସୀ କଳା ଦ୍ୱାରା ଅନୁପ୍ରାଣିତ ଡ୍ରପ୍ କାନଫୁଲ ଏବଂ ୱାର୍ଲି କଳାର ମୋଟିଫ୍ ପ୍ରତିଧ୍ୱନିତ ଚିତ୍ତାକର୍ଷକ ପେଣ୍ଡାଲ୍ ଠାରୁ ଆରମ୍ଭ କରି ସୁସଜ୍ଜିତ ଜୁମୁକା ପର୍ଯ୍ୟନ୍ତ ଏଥିରେ ସମସ୍ତ ପ୍ରକାରର ଗହଣା ସାମିଲ ରହିଛି ।
ମିୟାର ଗହଣା ଯେଉଁଠାରେ ପ୍ରତ୍ୟେକ ଅଳଙ୍କାର କାଳଜୟୀ କାରିଗରୀର ଏକ କାହାଣୀକୁ ବର୍ଣ୍ଣନା କରିଥାଏ, ଏକ ସରଳ ଝଲକ ଅଦୃଶ୍ୟ ଶୋଭାରେ ପରିଣତ କରିଥାଏ, ଯାହା ବିବାହ କିମ୍ବା ଶୁଭ ଉତ୍ସବରେ ବ୍ୟବହାର କିମ୍ବା ଉପହାର ଦେବା ପାଇଁ ଉପଯୁକ୍ତ ହୋଇଥାଏ ।
ଏହି ସମ୍ଭାରକୁ ନେଇ ତନିସ୍କ –ମିଆର ବ୍ୟବସାୟିକ ମୁଖ୍ୟ ଶ୍ୟାମାଲା ରମଣନ୍ କହିଛନ୍ତି, “ବେଳେବେଳେ ଉଚ୍ଚ ଉଡ଼ିବା ପାଇଁ ଆମକୁ ମୂଳକୁ ଫେରିବାକୁ ପଡିଥାଏ । ସେହିପରି ସମଗ୍ର ଭାରତରେ ଆଦିବାସୀ କଳା, ଯାହା ପ୍ରାଚୀର କଳାର ମୂଳ ସୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ ମିଆ ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍ ଶୁଦ୍ଧ ସୁନାରେ ‘ନାଟିଭ୍‌’ ଦେଶୀୟ ସମ୍ବାରକୁ ଲଞ୍ଚ କରିଛି ।
ଜଟିଳ କାରୁକାର୍ଯ୍ୟ ସହିତ ଶୁଦ୍ଧ ୨୨ କ୍ୟାରେଟ୍ ସୁନା ର ବୁଣାକାରଙ୍କ କୌଶଳକୁ ପ୍ରତିଫଳିତ କରୁଛି । ଏହି ସ୍ୱତନ୍ତ୍ର ପ୍ରାଚୀନତାରୁ ଅନୁପ୍ରାଣିତ ଡିଜାଇନ୍‌, ଅତୀତର କରୁକାର୍ଯ୍ୟର ସମୃଦ୍ଧି ସହିତ ଯୋଡ଼ିବାର କାର୍ଯ୍ୟ କରୁଛି, ଏହା ପୁଣି ଆମର ଗୌରବମୟ ଭବିଷ୍ୟତର ସମ୍ଭାବନାକୁ ଦର୍ଶାଉଛି । ଏହି ଅକ୍ଷୟ ତୃତୀୟା ଅବସରରେ, ଟିମ୍ ମିଆ ପକ୍ଷରୁ ଆମେ ଆମର ସମସ୍ତ ଗ୍ରାହକଙ୍କୁ ସୀମାହୀନ ସୁଖ, ଶାନ୍ତି ଏବଂ ସମୃଦ୍ଧିର କାମନା ସହ ହୃଦୟରୁ ଶୁଭେଚ୍ଛା ଜଣାଉଛୁ । ”
ଏହି ସଂଗ୍ରହ ତାମିଲନାଡୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା, ଓଡିଶା, ଆସାମ, ଝାଡ଼ଖଣ୍ଡ, ବିହାର, ୟୁ.ପି., ଉତ୍ତରାଖଣ୍ଡରେ ମିୟା ଷ୍ଟୋର ଏବଂ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ରହିଛି ।


Share It

Comments are closed.