ପଶୁଙ୍କ ତୁଳନାରେ ମଣିଷ ଶରୀରରେ କାହିଁକି ସହଜରେ ପ୍ରବେଶ କରିଯାଇଥାଏ କରୋନା ଭାଇରସ


କରୋନା ଭାଇରସର ଉତ୍ପତିକୁ ନେଇ ଅନେକ ତର୍କ ବିତର୍କ ଏବଂ ଗବେଷଣା ସାମ୍ନାକୁ ଆସିଛି । କିନ୍ତୁ ଏପର୍ଯ୍ୟନ୍ତ ଏହାର ଉତ୍ପତିର ସଠିକ ତଥ୍ୟ ମିଳିପାରିନାହିଁ । ଏସବୁ ବ୍ୟତୀତ ଗୋଟିଏ ଜିନିଷ ଦେଖିବାକୁ ମିଳୁଛି ଯେ ଏହି ଭାଇରସ ପଶୁଙ୍କ ତୁଳନାରେ ମଣିଷଙ୍କୁ ଜଲଦୀ ଆକ୍ରମଣ କରୁଛି । ଏବେ ଅଷ୍ଟ୍ରେଲିଆ ବେଜ୍ଞାନିକମାନେ ନିଜର ଗବେଷଣାରେ ଏହା ଦାବି କରିଛନ୍ତି ଯେ, କରୋନା ଭାଇରସ ପଶୁଙ୍କ ତୁଳନାରେ ମଣିଷ ଶରୀରରେ ଜଲଦୀ ପ୍ରବେଶ କରିଯାଇଥାଏ । ଅଷ୍ଟ୍ରେଲିଆର ଫ୍ଲିଡର୍ସ ୟୁନିଭର୍ସିଟି ଏହି ଅଧ୍ୟୟନ କରିଛି ।
ଗବେଷକଙ୍କ କହିବା ଅନୁଯାୟୀ କରୋନା ଭାଇରସର ‘ସ୍ପାଇକ ପ୍ରୋଟିନ’ ମଣିଷରେ ଠାରେ ମିଳୁଥିବା ରିସେପ୍ଟର ଏସିଇ-୨ ସହିତ ମିଶିକରି କୋଶିକାଗୁଡ଼ିକୁ ବହୁତ ଜଲଦୀ ସଂକ୍ରମିତ କରିଥାଏ । ପାଙ୍ଗୋଲିନ ଏବଂ ବାଦୁଡ଼ି ତୂଳନାରେ କରୋନା ଭାଇରସ ମଣିଷ ଶରୀରରେ ଶୀଘ୍ର ପ୍ରବେଶ କରିଯାଇଥାଏ ।

Pangolins: The New York Times

ଗବେଷକ ତଥା ଭାଇରସ ବିଶେଷଜ୍ଞ ନିକୋଲାଇ ପେଟ୍ରେସ୍କ୍ୱିଙ୍କ ଅନୁଯାୟୀ କରୋନା ଭାଇରସ ନୂଆ ପ୍ରଜାତିକୁ ସହଜରେ ସଂକ୍ରମିତ କରିପାରିନଥାଏ । କିନ୍ତୁ ଏହା ମଣିଷ କୋଶିକାକୁ ପୂର୍ବରୁ ମଧ୍ୟ ସଂକ୍ରମିତ କରିସାରିଛି, ତେଣୁ ମଣିଷ ଶରୀରରେ ଏହାର ପ୍ରବେଶ କରିବା ସହଜ ହୋଇଥାଏ ।
Bats

ନିକୋଲାଇ କହିଛନ୍ତି ଭାଇରସ ବୋଧହୂଏ ପୂର୍ବରୁ ହିଁ ମଣିଷ କୋଶିକାକୁ ସଂକ୍ରମିତ କରିସାରିଛି । ହୋଇପାରେ ଯେ ଏହା କୌଣସି ଜୈବିକ ଲ୍ୟାବରେ ପ୍ରୟୋଗ ସମୟରେ ହୋଇଥିବ । ତାଙ୍କ ମତରେ କରୋନା ଭାଇରସ କେଉଁଠୁ ଆସିଛି ଏ ଯାଏଁ ଜଣାପଡ଼ିପାରିନି । ନିକୋଲାଇଙ୍କ କହିବା ଅନୁଯାୟୀ ଚୀନର ଉହାନରେ ପାଙ୍ଗୋଲିନ ଏବଂ ବାଦୁଡ଼ିକୁ ଏହାର ଉତ୍ସ ବୋଲି ଚିନ୍ତାକରାଯାଉଛି । ଗୋଟିଏ ସମ୍ଭାବନା ଏହା ମଧ୍ୟ ଦେଖାଯାଉଛି ଯେ ଲ୍ୟାବରେ ଏହି ଦୁଇଟିର କ୍ରଶ କଂଟାମମିନେସନରୁ ନୂଆ ପ୍ରକାରର ଭାଇରସ ଜନ୍ମ ହୋଇଛି । ଏମିତିରେ ଏହି ଭାଇରସର ଉତ୍ପତି ଉପରେ ଏବେ ମଧ୍ୟ ଆହୁରି ଗବେଷଣା ଜାରି ରହିଛି ବୋଲି ନିକୋଲାଇ କହିଛନ୍ତି ।


Share It

Comments are closed.