ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ବିଜନେସ ସଲ୍ୟୁଶନ ସୁଇଟ୍ ଉନ୍ମୋଚିତ


ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଏହାର ବିଜ୍‌ନେସ ସଲ୍ୟୁଶନ ସୁଇଟ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି ଯାହାକୁ ଦେଶବ୍ୟାପୀ ଏହାର ମର୍ଚ୍ଚାଂଟ୍ ପାର୍ଟନର ବା ବ୍ୟବସାୟ ସହଯୋଗୀମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ ଅନଭୂତିକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି । ଏହି ଅଭିନବ ଶୃଙ୍ଖଳା ବାଧାମୁକ୍ତ ଭାବେ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ କାର୍ଯ୍ୟଗୁଡିକୁ ଗୋଟିଏ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମରେ ଏକତ୍ରିତ କରୁଛି ଯାହା ବ୍ୟବସାୟୀ ସହଯୋଗୀମାନଙ୍କୁ ଅତୁଳନୀୟ ସୁବିଧା ଓ ଦକ୍ଷତା ପ୍ରଦାନ କରୁଛି । ଏହି ବିଜ୍‌ନେସ ବ୍ୟାଙ୍କିଙ୍ଗ୍ ସଲ୍ୟୁଶନ ସୁଇଟ ହେଉଛି ଏକ ବିସ୍ତୃତ ପ୍ୟାକେଜ ଯାହା ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର କରେଂଟ ଆକାଉଂଟ୍‌ଗୁଡିକର ଲାଭ ଏବଂ ଏକ କ୍ୟୁଆର କୋଡ୍ ମାଧ୍ୟମରେ ପେମେଂଟ୍ ଗ୍ରହଣ କରିବାର କ୍ଷମତାକୁ ଏହାର ନୂଆକରି ଲଂଚ୍ କରାଯାଇଥିବା ସାଉଣ୍ଡବକ୍ସ ମାଧ୍ୟମରେ ଶ୍ରବଣଯୋଗ୍ୟ ପେମେଂଟ୍ ନିଶ୍ଚିତତା ସହିତ ଏକତ୍ରିତ କରୁଛି, ଏକ ପ୍ଲାନ ମଧ୍ୟରେ ସୁସଜ୍ଜିତ ଏହି ସାଉଣ୍ଡବକ୍ସ ମାଗଣା ବୀମା ଲାଭ ପ୍ରଦାନ କରୁଛି । ଏହି ଶୃଙ୍ଖଳାରେ ବ୍ୟବସାୟୀମାନେ ବ୍ୟାଙ୍କର ବିଶ୍ୱସନୀୟ ସହଯୋଗୀଙ୍କ ନିକଟରେ ଋଣ ପାଇଁ ଆବେଦନ କରିପାରିବେ ।

ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ଜିରୋ ବାଲାନ୍ସ କରେଂଟ ଆକାଉଂଟ୍‌କୁ କ୍ଷୁଦ୍ର ଓ ମଧ୍ୟମ ଆକାରର ବ୍ୟବସାୟଗୁଡିକର ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଜଣେ ବ୍ୟବସାୟୀ ଏହି ଆକାଉଂଟକୁ ତତ୍କାଳ ଖୋଲିପାରିବେ ଏବଂ ନିର୍ଦ୍ଧାରିତ ବ୍ୟାଙ୍କିଙ୍ଗ ପଏଂଟ୍‌ଗୁଡିକରେ ଏକ ସ୍ଥାୟୀ ଓ ୱାନ୍‌-ଟାଇମ୍ ମୂଲ୍ୟରେ ବାଧାହୀନ ଫଣ୍ଡ ସେଟେଲମେଂଟ୍‌, ନଗଦ ଜମା ଓ ଉଠାଇବା ଭଳି ସେବାଗୁଡିକ ପାଇପାରିବେ । ଏୟାରଟେଲ ପେମେଂଟ୍ ବ୍ୟାଙ୍କ ପକ୍ଷରୁ ସାଉଣ୍ଡବକ୍ସର ଶୁଭାରମ୍ଭ କରାଯାଇଛି, ଯାହାକୁ ମର୍ଚ୍ଚାଂଟ୍ ସପ୍‌ଗୁଡିକରେ କ୍ୟୁଆର୍ କୋଡ୍ ମାଧ୍ୟମରେ କରାଯାଇଥିବା ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପାଇଁ ସ୍ପଷ୍ଟ ଅଡିଓ ନୋଟିଫିକେଶନ ପ୍ରଦାନ କରିବା ଲାଗି ଡିଜାଇନ କରାଯାଇଛି । ବ୍ୟବସାୟୀମାନେ ପେମେଂଟ୍ କନ୍‌ଫର୍ମେଶନ ବା ନିଶ୍ଚିତତା ପାଇଁ ଏକାଧିକ ଭାଷା ମଧ୍ୟରୁ ଚୟନ କରି ନିଜର ଅନୁଭୂତିକୁ ପର୍ସନାଲାଇଜ କରିପାରିବେ । ବର୍ତମାନ ସାଉଣ୍ଡବକ୍ସ କେବଳ ହିନ୍ଦୀ ଓ ଇଂରାଜୀ ଭାଷା ପାଇଁ ବିକଳ୍ପ ପ୍ରଦାନ କରୁଛି, ଖୁବ୍‌ଶୀଘ୍ର ଏହା ୯ଟି ଭାଷାର ବିକଳ୍ପ ପ୍ରଦାନ କରିବ । ବ୍ୟାଙ୍କ ପକ୍ଷରୁ ହାର୍ଡୱେୟାର ମାଲ୍‌ଫଙ୍କ୍‌ଶନ ପାଇଁ ୧୨ ମାସ ମଧ୍ୟରେ ମାଗଣା ରିପ୍ଲେସମେଂଟ୍ ସହିତ ଏହି ସ୍ୱଦେଶୀ ସାଉଣ୍ଡବକ୍ସର ଡୋର୍‌ଷ୍ଟେପ୍ ଇନ୍‌ଷ୍ଟଲେଶନ ସୁବିଧା ଦିଆଯାଉଛି ।

ଏସମ୍ପର୍କରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, “ଆମେ ଏହି ବିଜ୍‌ନେସ ସଲ୍ୟୁଶନ ସୁଇଟ୍‌ର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛୁ । ଏହା ହେଉଛି ବାସ୍ତବରେ ଏକ ଅଭିନବ, ଭିନ୍ନ ଓ ପ୍ରାସଙ୍ଗିକ ଉତ୍ପାଦ ଯାହାକୁ ଆମର ବ୍ୟବସାୟୀ ସହଯୋଗୀମାନଙ୍କ ବ୍ୟାଙ୍କିଙ୍ଗ୍ ଓ ପେମେଂଟ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି ।”
ସାଉଣ୍ଡବକ୍ସ ଦୁର୍ଘଟଣା ଘଟିବା, ହସ୍ପିଟାଲରେ ଭର୍ତି ହେବା କିମ୍ବା ସେମାନଙ୍କର ଦୋକାନଗୁଡିକରେ କୌଣସି ଅପ୍ରତ୍ୟାଶିତ କ୍ଷତି ଘଟିବା ସ୍ଥିତିରେ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ମାଗଣା ବୀମା ଲାଭ ପ୍ରଦାନ କରୁଛି । ବ୍ୟବସାୟୀଙ୍କ ନିକଟରେ ନିଜ ପସନ୍ଦ ଅନୁସାରେ ଯେକୌଣସି ଦୁଇଟି ବୀମା ଯୋଜନାକୁ ଚୟନ କରିବାର ନମନୀୟତା ରହିବ, ଯାହାର ବୈଧତା ଏକ ବର୍ଷ ପାଇଁ ରହିଛି । ଏଥିରେ ବ୍ୟବସାୟୀମାନେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ବିଜ୍‌ନେସ ଆପ୍ ମାଧ୍ୟମରେ ଡିଜିଟାଲ ଉପାୟରେ ଋଣ ପାଇଁ ଆବେଦନ କରିପାରିବେ । ବ୍ୟାଙ୍କ ପକ୍ଷରୁ ଏହି ସହଯୋଗୀଙ୍କ ଦ୍ୱାରା ବ୍ୟବସାୟ, ବ୍ୟକ୍ତିଗତ ଓ ସୁନା ଋଣର ଏକ ଶୃଙ୍ଖଳା ପାଇଁ ବାଧାମୁକ୍ତ ପହଂଚ ପ୍ରଦାନ କରିବା ଲାଗି ଅଗ୍ରଣୀ ଋଣପ୍ରଦାତାଙ୍କ ସହ ରଣନୈତିକ ସହଭାଗିତା ସ୍ଥାପନ କରାଯାଇଛି । ବ୍ୟବସାୟୀମାନେ ୧୦,୦୦୦ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆବେଦନ କରିପାରିବେ ଏବଂ ଋଣ ପ୍ରଦାନକାରୀ ସଂସ୍ଥା ସେମାନଙ୍କୁ ନିଜର ଯୋଗ୍ୟତା ମୂଲ୍ୟାୟନ ସମ୍ପର୍କରେ ଜାଣିବାକୁ ଦେଇଥାନ୍ତି ।

 


Share It

Comments are closed.