କାରଗିଲ ଯୁଦ୍ଧ ପରଠାରୁ ବିଲୁପ୍ତ ପ୍ରାୟ ହୋଇଯାଇଥିବା ଏହି ଦୂର୍ଲଭ ବନ୍ୟପ୍ରାଣୀର ଝଲକ ପୁଣି ଦେଖିବାକୁ ମିଳୁଛି


ହିମାଳୟ ବର୍ପତ ଶ୍ରେଣୀର ଦୁର୍ଲଭ ବନ୍ୟାପ୍ରାଣୀ ହିମାଳୟାନ୍ ବ୍ରାଉନ୍ ବିୟର୍‌ର ସଂଖ୍ୟା (ଧୂସର ଭାଲୁ) ବଢ଼ିବାରେ ଲାଗିଛି । ଦୁନିଆରେ କେବଳ ଉତରାଖଣ୍ଡ, ହିମାଚଳ ଏବଂ ଲଦାଖର କିଛି ଅଂଶରେ ଦେଖିବାକୁ ମିଳୁଥିବା ଏହି ହିମାଳୟାନ୍ ବ୍ରାଉନ୍ ବିୟର କାରଗିଲରେ ଲକ୍‌ଡାଉନ ସମୟରେ ଲଗାତର ନଜର ଆସୁଛନ୍ତି ।
କାରଗିଲର ଦ୍‌୍ରାସ ଏବଂ ସୁରୁ ଘାଟି ପର୍ଯ୍ୟନ୍ତ ସୀମିତ ଧୂସର ଭାଲୁ କାର୍‌ଗିଲ ଯୁଦ୍ଧ ସମୟରେ ପାଖାପାଖି ବିଲୁପ୍ତ ହୋଇଯାଇଥିଲେ । ଏବେ ଲକଡାଉନ ଯୋଗୁଁ କାରଗିଲ୍ କସ୍ୱେ ସମେତ ପାଂଚଟି ନୂଆ ଅଂଚଳରେ ଏହି ଧୂସର ଭାଲୁଙ୍କୁ ଦେଖିବାକୁ ମିଳିଛିା ବନ୍ୟ ବିଭାଗ ବହୁତ ଜଲଦୀ ହିମାଳୟାନ୍ ଧୂସର ଭାଲୁର କଲରିଙ୍ଗ କରିବାକୁ ଯାଉଛନ୍ତି । ଲଦାଖ ବ୍ୟତୀତ ଉତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ସହ ଅଙ୍କକୁ ଏକାଠି କରି ଏହି ଭାଲୁଙ୍କ ଉପରେ ସଂଯୁକ୍ତ ଅଧ୍ୟୟନ କରିବା ଉପରେ ଜୋର ଦିଆଯିବ ।

Himalayan Brown Bear: Coniferous Forest

କାରଗିଲ ଜିଲ୍ଲାରେ ଏହି ଭାଲୁକୁ ନେଇ ଲୋକମାନେ ଭୟବୀତ ମଧ୍ୟ ଅଛନ୍ତି । କାରଗିଲ୍‌ର କସ୍ୱେ ଅଂଚଳରେ ଧୂସର ଭାଲୁର ଆକ୍ରମଣ ଯୋଗୁଁ ଅନେକ ଲୋକଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିଛି । ବିଭାଗ ପକ୍ଷରୁ ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ବ୍ୟତୀତ ସାବଧାନତା ରହିବା ପାଇଁ ସଚେତନ ମଧ୍ୟ କରାଯାଉଛି ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା କାର୍‌ଗିଲ୍ ଯୁଦ୍ଧ ସମୟରେ ଏଲ୍‌ଓସିରେ ଗୋଳାବାରୁଦ ଆକ୍ରମଣ ଯୋଗୁଁ ଏହି କ୍ଷେତ୍ରରେ ଧୂସର ଭାଲୁ ପାଖାପାଖି ଶେଷ ହୋଇଯାଇଥିଲେ । ୧୯୯୯ ପରଠାରୁ ୨୦୧୬ରେ ପ୍ରଥମ ଥର ଭାଲୁଙ୍କର ଏକ ସମୂହକୁ ଦେଖିବାକୁ ମିଳିଥିଲା । ଏହାପରଠାରୁ ବନ୍ୟବିଭାଗ ମଧ୍ୟ ଏମାନଙ୍କର ଅଧ୍ୟୟନରେ ଲାଗିପଡ଼ିଲା । ବର୍ତମାନ ଏମାନଙ୍କ ସଂଖ୍ୟା ୨୦ ପର୍ଯ୍ୟନ୍ତ ବୋଲି କୁହାଯାଇଛି ।
ହିମାଳୟାନ ଧୂସର ଭାଲୁକୁ ଦେଢ଼ ଦଶକ ପରେ ପ୍ରଥମଥର ଦେଖିବାକୁ ମିଳିଛି । ବିଭାଗ ପକ୍ଷରୁ ବର୍ତମାନ ଏମାନଙ୍କ ଠାରେ କଲର ଲଗାଇ ଏମାନଙ୍କ ଗତିବିଧିକୁ ଯାଚ କରିବାର ଯୋଜନା କରାଯାଉଛି । –ରଜା ଜିଲ୍ଲା ୱାଇଲ୍ଡ ଲାଇଫ ୱାର୍ଡନ କାରଗିଲ ।


Share It

Comments are closed.