ଓଡିଶାର ଶୀର୍ଷ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ସହିତ ଫ୍ରେଟ୍‌ବକ୍ସ ସହବନ୍ଧିତ


ଭୁବନେଶ୍ୱର: ଓଡିଶାର ପ୍ରମୁଖ ବିଶ୍ୱ ବିଦ୍ୟାଳୟଗୁଡିକ ଏକ ଅତ୍ୟାଧୁନିକ ପ୍ରପ୍‌ଟେକ ସଲ୍ୟୁଶନ “ଫ୍ରେଟ୍‌ବକ୍ସ” ସହିତ କ୍ୟାମ୍ପସ୍ ଜୀବନକୁ ରୂପାନ୍ତର କରୁଛନ୍ତି । ଏକ ଏସ୍‌ଏଏଏସ୍‌-ଆଧାରିତ କମ୍ପାନୀ ଫ୍ରେଟ୍‌ବକ୍ସ ଛାତ୍ରଛାତ୍ରୀଙ୍କ ରହଣୀ ସ୍ଥାନରେ ଡିଜିଟାଲ ଅନୁଭୂତି ପାଇଁ ବଢୁଥିବା ଚାହିଦାକୁ ପୂରଣ କରୁଛି । ଏହି ଅଭିନବ ସମାଧାନ ଛାତ୍ରଛାତ୍ରୀଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ ଏକ ବାଧାମୁକ୍ତ ଡିଜିଟାଲ ପ୍ଲାଟ୍‌ଫର୍ମ ପ୍ରଦାନ କରି ସେମାନଙ୍କର ସାମଗ୍ରିକ ଜୀବନ ଅନୁଭୂତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି ।
ଓଡିଶାର ଶିକ୍ଷା କେନ୍ଦ୍ର ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ହଷ୍ଟେଲଗୁଡିକରେ ଡିଜିଟାଲୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନର ସାକ୍ଷୀ ହୋଇଥିବା ବେଳେ କିଟ୍‌, ସୋଆ, ଶ୍ରୀ ଶ୍ରୀ, ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ଓ ଆର୍‌ସିଏମ୍ କଲେଜ ଭଳି ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡିକ ଫ୍ରେଟ୍‌ବକ୍ସ ପ୍ରପ୍‌ଟେକ ସଲ୍ୟୁଶନକୁ ଗ୍ରହଣ କରିଛନ୍ତି । ଏହି ଗ୍ରହଣୀୟତା ଛାତ୍ରଛାତ୍ରୀ, ଅଭିଭାବକ ଓ ବିଶ୍ୱ ବିଦ୍ୟାଳୟ ପରିଚାଳକଙ୍କ ସନ୍ତୁଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି ।
୨୦୨୩ରେ ପ୍ରଥମେ ଗ୍ରହଣ କରିଥିବା ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ନିଜର ହଷ୍ଟେଲ ଆଡ୍‌ମିନିଷ୍ଟ୍ରେଶନରେ ଫ୍ରେଟ୍‌ବକ୍ସକୁ ଏକୀକୃତ କରି ବହୁମାତ୍ରାରେ ଉପକୃତ ହୋଇଛି । ଏହି ପ୍ଲାଟ୍‌ଫର୍ମ ଫାଷ୍ଟ୍ ଲିଭ୍ ଆପ୍ରୁଭାଲ, ଷ୍ଟୁଡେଂଟ ଫିଡ୍‌ବ୍ୟାକ ମେକାନିଜିମ୍‌, ଷ୍ଟ୍ରିମ୍‌ଲାଇନ୍‌ଡ କମ୍ପଲେଂଟ ରିଜୋଲ୍ୟୁଶନ, କିଚେନ ମ୍ୟାନେଜମେଂଟ୍ ଓ ଏମର୍ଜେନ୍ସି ଆଲର୍ଟ ସିଷ୍ଟମ ସମେତ ଫିଚରଗୁଡିକର ବିସ୍ତୃତ ଶୃଙ୍ଖଳା ପ୍ରଦାନ କରୁଛି । ଏହି ଫିଚରଗୁଡିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଧିକ ଦକ୍ଷ ଓ ଆନନ୍ଦଦାୟକ ପରିବେଶ ପ୍ରଦାନ କରିବାରେ ଯୋଗଦାନ ଦେଉଛନ୍ତି ।
ଫ୍ରେଟ୍‌ବକ୍ସ ଅନୁଭୂତିକୁ ପ୍ରଶଂସା କରି ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଆଇଟି ବିଭାଗ ମୁଖ୍ୟ କେ.ଏମ୍ ପାଣ୍ଡେ କହିଛନ୍ତି, “ଫ୍ରେଟ୍‌ବକ୍ସ ଆପ୍ ସହିତ ହଷ୍ଟେଲ ଅଟୋମେଶନ ହଷ୍ଟେଲ ପ୍ରଶାସକଙ୍କ ପାଇଁ ଅନୁଭୂତିକୁ ପରିବର୍ତନ କରିଛି । ଆମର ହଷ୍ଟେଲ ୱାର୍ଡେନ, କେୟାରଟେକର ଓ ଫ୍ୟାସିଲିଟି ଟିମ୍‌ଗୁଡିକ ଏବେ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଆବଶ୍ୟକତାଗୁଡିକୁ ବାଧାହୀନ ଓ ଦକ୍ଷତାର ସହ ପୂରଣ କରିପାରୁଛନ୍ତି ।” ସେହିପରି କିଟ୍ ୟୁନିଭର୍ସିଟିର ଡେପୁଟୀ ରେଜିଷ୍ଟ୍ରାର ପି କେ ଚାମୁପତି ସେମାନଙ୍କର ବିଶାଳ ହଷ୍ଟେଲଗୁଡିକର ଡିଜିଟାଲ ରୂପାନ୍ତରୀକରଣ ସମ୍ପର୍କରେ ସମାନ ମତାମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଫ୍ରେଟ୍‌ବକ୍ସ ଛାତ୍ରଛାତ୍ରୀ ଓ ହଷ୍ଟେଲ ଟିମ୍‌ଗୁଡିକ ମଧ୍ୟରେ ଅନ୍ତରକୁ ଦୂର କରିଛି, ସମସ୍ୟାର ତତ୍କାଳ ସମାଧାନକୁ ସକ୍ଷମ କରୁଛି । ଏହା ବହୁମାତ୍ରାରେ ଛାତ୍ରଛାତ୍ରୀଙ୍କ ଚାପ ଦୂର କରିଛି, ସେମାନଙ୍କୁ ନିଜର ଶିକ୍ଷା ଉପରେ ଅଧିକ ପ୍ରଭାବୀ ରୂପେ ଧ୍ୟାନ ଦେବା ପାଇଁ ସକ୍ଷମ କରିଛି ।
ଉନ୍ନତ ଡାଟା ସିକ୍ୟୁରିଟି ସାର୍ଟିଫିକେଶନ ଓ ବିଶ୍ୱସ୍ତରୀୟ ଅନ୍‌-କ୍ଲାଉଡ ହୋଷ୍ଟିଂ ସହିତ ଫ୍ରେଟ୍‌ବକ୍ସ ଓଡିଶା ଓ ଓଡିଶା ବାହାରେ ଶୀର୍ଷ ବିଶ୍ୱ ବିଦ୍ୟାଳୟଗୁଡିକର ଜଟିଳ ଗୁଣାତ୍ମକ ମାନକକୁ ପୂରଣ କରୁଛି । ଜାତୀୟ ସ୍ତରରେ ଲୋକପ୍ରିୟ ଶିକ୍ଷାନୁଷ୍ଠାନ ଯେପରିକି ଗାଲ୍‌ଗୋଟିଆସ୍ ୟୁନିଭର୍ସିଟି, ଥାପର ୟୁନିଭର୍ସିଟି ଓ ପିପୁଲ୍‌ସ ୟୁନିଭର୍ସିଟି ଆଦି ଫ୍ରେଟ୍‌ବକ୍ସକୁ ଗ୍ରହଣ କରିଛନ୍ତି । ସେହିପରି ଆଇଆଇଟି, ଆଇଆଇଏମ୍ ଓ ଏନ୍‌ଆଇଟିଗୁଡିକ ନିଜର ଛାତ୍ରଛାତ୍ରୀଙ୍କ ଜୀବନଯାପନ ଲାଗି ଏକ ଅନୁକୂଳ ଓ ସୁଖୀ ପରିବେଶ ବିକଶିତ କରିବା ପାଇଁ ଟେକ୍ନୋଲୋଜିକୁ ଗ୍ରହଣ କରିବା କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି । ୨୦୨୨ରେ ସ୍ଥାପିତ ଫ୍ରେଟ୍‌ବକ୍ସ ବିଶ୍ୱ ବିଦ୍ୟାଳୟ ଓ କଲେଜ ହଷ୍ଟେଲଗୁଡିକ ପାଇଁ ଏକ ବିସ୍ତୃତ ପ୍ରପ୍‌ଟେକ ସଲ୍ୟୁଶନ ପ୍ରଦାନ କରୁଛି । ଏହି ପ୍ଲାଟ୍‌ଫର୍ମ ଏକ ନୋଟିସ୍ ବୋର୍ଡ, ଭିଜିଟର ଲଗ୍‌, ଆମେନିଟିଜ୍ ବୁକିଙ୍ଗ୍‌, ଡିଜିଟାଲ ଆସିଷ୍ଟାଂଟ୍‌, ଫି’ କଲେକ୍ସନ ଓ ସିକ୍ୟୁରିଟି ଡେସ୍କ ଭଳି ଫିଚର ପ୍ରଦାନ କରୁଛି । ବିଭିନ୍ନ ପ୍ରକାରର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରି ଫ୍ରେଟ୍‌ବକ୍ସ ଉଭୟ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନଗୁଡିକ ସହ ସହଭାଗିତା କରିଛି, ଡିଜିଟାଲ ଉଦ୍ଭାବନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ରହଣୀ ଅନୁଭୂତିକୁ ଉନ୍ନତ କରିବା ଲାଗି ପ୍ରତିବଦ୍ଧ ରହିଛି ।

 


Share It

Comments are closed.