ଅଲ୍ଟିମେଟ୍ ଇଲେକ୍‌ଟ୍ରୋଲାଇଟ ଡ୍ରିଙ୍କ୍ ହିମାଳୟା ରି-ହାଇଡ୍ରେଟ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ୱେଲ୍‌ନେସ୍ ବ୍ରାଣ୍ଡ ହିମାଳୟା ୱେଲ୍‌ନେସ୍ କମ୍ପାନୀ, ରିହାଇଡ୍ରେଶନ ଓ ଥକ୍କାପଣର ମୁକାବିଲା କରିବା ପାଇଁ ଏହାର ନୂତନ ଉତ୍ପାଦ ହିମାଳୟା ରି-ହାଇଡ୍ରେଟ୍‌ର ଉନ୍ମୋଚନ କରିଛି, ଯାହାକି ଦୁଇଟି ଫ୍ଲେଭର ଯଥା ଆପଲ ଓ ଅରେଞ୍ଜରେ ଉପଲବ୍ଧ ହେଉଛି । ଶରୀର ହରାଇଥିବା ପୋଷକତତ୍ୱଗୁଡିକୁ ପୁଣିଥରେ ପୂରଣ କରିବା ପାଇଁ ଏହି ଇଲେକ୍‌ଟ୍ରୋଲାଇଟ୍ ଡ୍ରିଙ୍କକୁ ଯତ୍ନର ସହ ପ୍ରସ୍ତୁତ କରାଯାଇଛି ଯାହା ଉପଭୋକ୍ତାଙ୍କୁ ସତେଜ ଓ ଶକ୍ତିଶାଳୀ ଅନୁଭବ ଦେଇଥାଏ । ହିମାଳୟା ରି-ହାଇଡ୍ରେଟ୍‌କୁ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନଙ୍କ ପାଇଁ ୪୦% କମ୍ ଅତିରିକ୍ତ ଚିନି ଓ ୫୦% ଅଧିକ ଭିଟାମିନ ସି ସହିତ ବୈଜ୍ଞାନିକ ଭାବେ ଡିଜାଇନ କରାଯାଇଛି । ଭିଟାମିନ ସି ଥକ୍କାପଣକୁ ଶୀଘ୍ର ଦୂର କରୁଥିବା ବେଳେ କମ ଚିନି ପରିମାଣ ଆଜିର ସଚେତନ ଉପଭୋକ୍ତାମାନଙ୍କ ପସନ୍ଦ ସହ ଜଡିତ ରହିଛି । ୫ଟି ଗୁରୁତ୍ୱପୂର୍ଣ୍ଣ ଇଲେକ୍‌ଟ୍ରୋଲାଇଟ୍ ଯଥା ସୋଡିୟମ, କ୍ଲୋରାଇଡ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଜିଙ୍କ୍ ସହିତ କ୍ୟାଲ୍‌ସିୟମର ଏକ ମିଶ୍ରଣ ଥିବା ହିମାଳୟା ରି-ହାଇଡ୍ରେଟ୍ ଜରୁରୀ ପୋଷକ ତତ୍ୱଗୁଡିକର ଦ୍ରୁତ ପୁନରୁଦ୍ଧାର ସୁନିଶ୍ଚିତ କରିଥାଏ । ଏହାଛଡା ଆଂଟିଅକ୍ସିଡାଂଟରେ ସମୃଦ୍ଧ ଥିବା ଅଁଳା, ଡାଳିମ୍ବ ଭଳି ଫଳଗୁଡିକର ସମ୍ମିଶ୍ରଣ ଶରୀରର ପ୍ରାକୃତିକ ପୁନରୁଦ୍ଧାର ପ୍ରକ୍ରିୟାରେ ସହଯୋଗ କରିଥାଏ ।
ଏହି ନୂଆ ଉତ୍ପାଦ ସମ୍ପର୍କରେ ହିମାଳୟା ୱେଲ୍‌ନେସ୍ କମ୍ପାନୀର ଓଟିସି ବିଜ୍‌ନେସ୍ ହେଡ୍ ବିକାଶ ବଂଶୀ କହିଛନ୍ତି, “ହିମାଳୟା ରି-ହାଇଡ୍ରେଟ୍ ସହିତ ଆମର ପ୍ରୟାସ ହେଉଛି ଉପଭୋକ୍ତାଙ୍କୁ ଏକ ସତେଜ ସମାଧାନ ପ୍ରଦାନ କରିବା ଯାହା ବିଜ୍ଞାନର ନିଶ୍ଚିତତା ସହିତ ପ୍ରକୃତିର ଉତମତାକୁ ଏକତ୍ରିତ କରୁଛି । ଆମେ ହେଲ୍‌ଥ ଡ୍ରିଙ୍କ ବଜାରରେ ପ୍ରବେଶ କରିଛୁ, ଆମେ ଆମର ଅଭିନବ ପ୍ରସ୍ତୁତି ପ୍ରଣାଳୀ ଓ ଗୁଣବତା ପ୍ରତି ଦୃଢ ପ୍ରତିବଦ୍ଧତା ମାଧ୍ୟମରେ ଏହି ବର୍ଗର ଅଭିବୃଦ୍ଧି ପଥକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛୁ ।” ହିମାଳୟା ଏହି ନୂତନ ଉନ୍ମୋଚନ ସହିତ ଦେଶବ୍ୟାପୀ ୩୦,୦୦୦ ଡାକ୍ତର ଓ ୭୫୦୦୦ ରିଟେଲ ଷ୍ଟୋର୍‌ରେ ପହଂଚିବାକୁ ଯୋଜନା ରଖିଛି ।


Share It

Comments are closed.