ୱାର୍ଡୱିଜାର୍ଡ ଇନୋଭେସନ୍ସ ଏବଂ ମୋବିଲିଟିର ନିର୍ଦ୍ଦେଶକ – ବିକ୍ରୟ ଏବଂ ରଣନୀତି ଭାବରେ ନିଯୁକ୍ତ ହେଲେ ଅଖତର କ୍ଷେତ୍ରୀ


ଭୁବନେଶ୍ୱର : ୱାର୍ଡ଼ ୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍‌, ‘ଜୟ ଇ-ବାଇକ୍‌’ ବ୍ରାଣ୍ଡ ଅନ୍ତର୍ଗତ ବୈଦ୍ୟୁତିକ ଦୁଇ ଚକିଆ ଉତ୍ପାଦନକାରୀ ତଥା ଭାରତରେ ‘ଜୟ ଇ-ରିକ୍‌’ ବ୍ରାଣ୍ଡ ଅନ୍ତର୍ଗତ ତିନି ଚକିଆ ଯାନ ପ୍ରସ୍ତୁତ କାରି କମ୍ପାନୀର ନୂତନ ବିକ୍ରୟ ଏବଂ ରଣନୀତିକାର (ଘରୋଇ ଏବଂ ଆନ୍ତର୍ଜାତୀୟ ବିକ୍ରୟ ବିଭାଗର) ନିର୍ଦ୍ଦେଶକ ଭାବରେ ଶ୍ରୀ ଅଖତର କ୍ଷେତ୍ରୀଙ୍କୁ ନିଯୁକ୍ତ କରାଯାଇଛି ।

ଦୀର୍ଘ ୨୫ ବର୍ଷରୁ ଅଧିକ ସମୟର ଧରି ଆକର୍ଷଣୀୟ କ୍ୟାରିଅର୍ ସହିତ, କ୍ଷେତ୍ରୀ ତାଙ୍କର ନୂତନ ଭୂମିକାରେ ବ୍ୟାଙ୍କିଙ୍ଗ୍‌, ଫାଇନାନ୍ସ, ବିକ୍ରୟ ଏବଂ ମାର୍କେଟିଂ କ୍ଷେତ୍ରରେ ଅନେକ ଅଭିଜ୍ଞତା ଏବଂ ପାରଦର୍ଶୀତା ବହନ କରିବେ । ବିକ୍ରୟ ଏବଂ ରଣନୀତିର (ଘରୋଇ ଏବଂ ଆନ୍ତର୍ଜାତୀୟ ବିକ୍ରୟ ବିଭାଗର) ନିର୍ଦ୍ଦେଶକ ଭାବରେ କ୍ଷେତ୍ରୀ ୨ଡବ୍ୟ୍ଲୁ / ୩ ଡବ୍ୟ୍ଲୁ / ୪ ଡବ୍ୟ୍ଲୁ ବ୍ୟବସାୟ ପାଇଁ ବିକ୍ରୟ ଏବଂ ରଣନୀତି ପରିଚାଳନା କରିବେ ଏବଂ ଆନ୍ତର୍ଜାତୀୟ ବଜାର ଅନୁସନ୍ଧାନ କରିବେ । ବ୍ୟବସାୟ ଲକ୍ଷ୍ୟ ପୂରଣ କରିବା ତଥା ବିକ୍ରୟ ବୃଦ୍ଧି ପାଇଁ ସେ ରଣନୀତି ପ୍ରସ୍ତୁତ କରିବେ । ସେ ଅନୁଷ୍ଠାନିକ ବିକ୍ରୟ ଏବଂ କର୍ପୋରେଟ୍ ବ୍ୟବସାୟର ମଧ୍ୟ ଦାୟିତ୍ୱ ତୁଲାଇବେ । ୱାର୍ଡୱିଜାର୍ଡ ଇନୋଭେସନ୍ସର ବିକ୍ରିକୁ ନୂତନ ଶିଖରକୁ ପଞ୍ଚାଇବା ଦିଗରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ତାଙ୍କର ସକ୍ରିୟ ଆଭିମୁଖ୍ୟ ଏବଂ ବିସ୍ତୃତ କୌଶଳ ବଜାରର ପୁଞ୍ଜି ପରିଚାଳନା ଦିଗରେ ଏବଂ ସ୍ଥାୟୀ ଗତିଶୀଳତା ସମାଧାନରେ ଅଗ୍ରଣୀ ଭାବରେ ୱାର୍ଡୱିଜାର୍ଡ ସ୍ଥିତିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।

ଏହି ନିଯୁକ୍ତି ସମ୍ପର୍କରେ ସୂଚନା ଦେଇ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯତିନ୍ ଗୁପ୍ତେ କହିଛନ୍ତି ଯେ, “ୱାର୍ଡୱିଜାର୍ଡ ଇନୋଭେସନ୍ସ ପରିବାରରେ ଶ୍ରୀ ଅଖତର କ୍ଷେତ୍ରିଙ୍କୁ ସାମିଲ କରି ଆମେ ଆନନ୍ଦିତ । ତାଙ୍କର ପ୍ରମାଣିତ ପୂର୍ବ କାର୍ଯ୍ୟପ୍ରଣାଳୀ ଏବଂ ରଣନୀତିକାର ଭାବେ ତାଙ୍କୁ ଆମ ଦଳର ନେତୃତ୍ୱ ପାଇଁ ଏକ ଅମୂଲ୍ୟ ସୁଯୋଗ ପ୍ରଦାନ କରିବ । ଆମେ ନିଶ୍ଚିତ ଯେ ତାଙ୍କ ମାର୍ଗଦର୍ଶନରେ ଆମେ ଅଭିନବ ପ୍ରୟାସ ଜାରି ରଖିବୁ, ଆମର ବଜାରର ଉପସ୍ଥିତି ବିସ୍ତାର କରିବୁ ଏବଂ ଆମର ଗ୍ରାହକଙ୍କୁ ଅସାଧାରଣ ମୂଲ୍ୟ ପ୍ରଦାନ କରିବୁ । ”

ନୂତନ ଭୂମିକା ବିଷୟରେ ଉତ୍ସାହ ପ୍ରକାଶ କରି ବିକ୍ରୟ ଏବଂ ରଣନୀତି (ଘରୋଇ ଏବଂ ଆନ୍ତର୍ଜାତୀୟ ବିକ୍ରୟ ବିଭାଗର) ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡର ନିର୍ଦ୍ଦେଶକ ଭାବରେ ଶ୍ରୀ ଅଖତର କ୍ଷେତ୍ରୀ କହିଛନ୍ତି, “ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିବାରୁ ମୁଁ ଗର୍ବିତ । ଇଲେକ୍ଟ୍ରିକ୍ ମୋବିଲିଟି ସମାଧାନର ଅଗ୍ରଗତି ପାଇଁ କମ୍ପାନୀର ପ୍ରତିବଦ୍ଧତା ମୋର ବ୍ୟକ୍ତିଗତ ଏବଂ ବୃତ୍ତିଗତ ନୈତିକତା ସହିତ ସମାନ ରହିବ । ସ୍ଥାୟୀ ଅଭିବୃଦ୍ଧି ତଥା ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ମୁଁ ୱାର୍ଡୱିଜାର୍ଡର ପ୍ରତିଭାବାନ ଦଳ ସହ ସହଯୋଗ କରିବାକୁ ଅପେକ୍ଷା କରିଛି । ”

କ୍ଷେତ୍ରୀ ମଙ୍ଗଲମ୍ ଇଣ୍ଡଷ୍ଟ୍ରିଆଲ୍ ଫାଇନାନ୍ସ ଲିମିଟେଡ୍ ରୁ ୱାର୍ଡୱିଜାର୍ଡ ଇନୋଭେସନରେ ଯୋଗ ଦେଇଛନ୍ତି, ସେଠାରେ ସେ ଚିଫ୍ ଫାଇନାନ୍ସ ଅଫିସର ଭାବରେ କାର୍ଯ୍ୟ କରିଥିଲେ । ମଙ୍ଗଲମ୍ ଇଣ୍ଡଷ୍ଟ୍ରିଆଲ୍ ଫାଇନାନ୍ସ ଲିମିଟେଡରେ ତାଙ୍କର କାର୍ଯ୍ୟକାଳ ପୂର୍ବରୁ, ସେ ଏକ୍ସିସ ବ୍ୟାଙ୍କ ଲିମିଟେଡରେ ଏନଆରଆଇ ବିଜନେସ୍ ହେଡ୍ ଏବଂ ବଜାଜ ଆଲିଆନ୍ଜ ଲାଇଫ ଇନସୁରାନ୍ସ (କୋ.) ଲିମିଟେଡ୍ ର ସିନିୟର ଡିଭିଜନାଲ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ ।

ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ ମୋବିଲିଟି ଲିମିଟେଡ୍ ପ୍ରଗତିଶୀଳ କୌଶଳ ଅବଲମ୍ବନ ପାଇଁ କ୍ଷେତ୍ରୀଙ୍କ ପାରଦର୍ଶିତାକୁ ଅପେକ୍ଷା କରିଛି ଯାହା ସ୍ଥାୟୀ ଏବଂ ଅଭିନବ ଗତିଶୀଳତା ସମାଧାନ ପାଇଁ କମ୍ପାନୀର ପ୍ରତିବଦ୍ଧତା ଦର୍ଶାଇବ ।


Share It

Comments are closed.