ଆକ୍ସିସ୍ ବ୍ୟାଙ୍କ ଆର୍ଥିକ ବର୍ଷ -୨୦୨୩-୨୪ ବାର୍ଷିକ ଫଳାଫଳ ଘୋଷିତ, ବାର୍ଷିକ ଲାଭ ୧୬୦% ବୃଦ୍ଧି ପାଇ ୨୪,୮୬୧ କୋଟିରେ ପହଞ୍ଚିଛି


ଭୁବନେଶ୍ୱର : ଭାରତର ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ ମଧ୍ୟରୁ ଆକ୍ସିସ୍ ବ୍ୟାଙ୍କ ଆଜି ଏହାର ଆର୍ଥିକ ବର୍ଷ ୨୦୨୪ର ଚତୁର୍ଥ ତ୍ରୈମାସିକ ଓ ୨୦୨୩-୨୪ ବାର୍ଷିକ ଫଳାଫଳ ଘୋଷଣା କରିଛି । ଆର୍ôଥକ ବର୍ଷ – ୨୦୨୩-୨୪ରେ ନେଟ୍ ଲାଭ ସମୁଦାୟ ୨୪,୮୬୧ କୋଟି ଟଙ୍କା ରେକର୍ଡ କରିଛି ଯାହା ପୂର୍ବ ଆର୍ôଥକ ବର୍ଷ ଅନୁପାତରେ ୧୬୦% ରହିଛି । ଆର୍ଥିକ ବର୍ଷ -୨୦୨୨-୨୩ରୁ କମ୍ପାନୀ ସମୁଦାୟ ୯,୫୮୦ କୋଟିରୁ ଲାଭ ଆଦାୟ କରିଥିଲା । ବ୍ୟାଙ୍କର ନେଟ୍ ସୁଧ ଆୟ (ଏନଆଇଆଇ) ବର୍ଷ ତୁଳନାରେ ୧୬% ଏବଂ ୧୧% ଚତୁର୍ଥ ତ୍ରୈମାସିକରେ ବୃଦ୍ଧି ପାଇ ଆର୍ôଥକ ବର୍ଷ ୨୦୨୩-୨୪ ରେ ୪୯,୮୯୪ କୋଟିରେ ପହଞ୍ଚିଛି । ଆର୍ଥିକ ବର୍ଷ -୨୦୨୨-୨୩ ରେ ଏହା ୪୨,୯୪୬ କୋଟି ଟଙ୍କା ଥିଲା । ନେଟ୍ ସୁଧ ମାର୍ଜିନ (ଏନଆଇଏମ୍‌) ୪.୦୬% ରହିଥିଲା ଏବଂ ଚତୁର୍ଥ ତ୍ରୈମାସିକରେ ୫ ବିପିଏସ୍ ବୃଦ୍ଧି ପାଇଛି ।

ଚତୁର୍ଥ ତ୍ରୈମାସିକରେ ସାମ୍ପ୍ରତିକ ଏବଂ ସଞ୍ଚୟ ଆକାଉଣ୍ଟ୍ (ସିଏଏସଏ) ୮% ବୃଦ୍ଧି ପାଇଛି ଏବଂ ସିଏଏସଏ ଅନୁପାତ ୪୩% ରେ ରହିଥିଲା । ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ବ୍ୟାଙ୍କର ମୋଟ ଏପିଏ ଏବଂ ନେଟ୍ ଏନପିଏ ସ୍ତର ଯଥାକ୍ରମେ ୧.୪୩% ଏବଂ ୦.୩୧% ରହିଥିଲା, ଯାହା ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ୨.୦୨% ଏବଂ ୦.୩୯% ରହିଥିଲା । ବ୍ୟାଙ୍କର ଫି ଆୟ ଗତ ବର୍ଷ ତୁଳନାରେ ୨୮% ଏବଂ ବିଗତ ତ୍ରୈମାସିକରେ ତୁଳନାରେ ୨୩% ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୩-୨୪ ରେ ୨୦,୨୫୭ କୋଟିରେ ପହଞ୍ଚିଛି । ଖୁଚୁରା ଦେୟ ଗତ ବର୍ଷ ତୁଳନାରେ ୩୩% ଏବଂ ବିଗତ ତ୍ରୈମାସିକରେ ତୁଳନାରେ ୧୨% ବୃଦ୍ଧି ପାଇଛି । ଯାହା ବ୍ୟାଙ୍କର ମୋଟ ଫି ଆୟର ୭୪% ଥିଲା । ବ୍ୟାଙ୍କର ସାମଗ୍ରିକ ପୁଞ୍ଜି ପର୍ଯ୍ୟାପ୍ତତା ଅନୁପାତ (ସିଏଆର) ୧୬.୬୩% ଏବଂ ସିଇଟି୧ ଅନୁପାତ ୧୩.୭୪% ରେ ପହଞ୍ଚିଛି । ବ୍ୟାଙ୍କର ଘରୋଇ ସହାୟକ କମ୍ପାନୀଗୁଡିକ ଆର୍ଥିକ ବର୍ଷ ୨୦୨୩-୨୪ ରେ ୧,୫୯୧ କୋଟି ଟଙ୍କା ସହିତ ସ୍ଥିର ପ୍ରଦର୍ଶନ ପ୍ରଦାନ କରିଛନ୍ତି, ଯାହା ଗତ ବର୍ଷ ତୁଳନାରେ ୨୨% ବୃଦ୍ଧି ପାଇଛି । ତ୍ରୈମାସିକରେ ବ୍ୟାଙ୍କ ୧୨୫ ଟି ଶାଖା ଏବଂ ଆର୍ôଥକ ବର୍ଷ ୨୦୨୩-୨୪ ଅବଧିରେ ମୋଟ ୪୭୫ ଟି ଶାଖା ସଂଖ୍ୟା ବୃଦ୍ଧି ପାଇଛି । ଏହାର ସାମଗ୍ରିକ ବିତରଣ ତନ୍ତ୍ରକୁ ଅନୁଧ୍ୟାନ କଲେ ସମୁଦାୟ ୫,୩୭୭ ଘରୋଇ ଶାଖା ଏବଂ ଏକ୍ସଟେନ୍ସନ୍ କାଉଣ୍ଟର ୨,୯୬୩ କେନ୍ଦ୍ର ରହିଥିଲା । ଯାହା, ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୨,୭୪୧ ଟି ଏକ୍ସଟେନ୍ସନ୍ କାଉଣ୍ଟର ଏବଂ ୪,୯୦୩ଟି ଘରୋଇ ଶାଖା ରହିଥିଲା ।

ପେମେଣ୍ଟ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗରେ ଆକ୍ସିସ୍ ବ୍ୟାଙ୍କ ଏକ ଦୃ଼ଢ଼ ସ୍ଥିତି ବଜାୟ ରଖିଛି । ଆକ୍ସିସ୍ ମୋବାଇଲ୍ ଏବଂ ଆକ୍ସି ପେ’ରେ ୧୧ ନିୟୁତ ଅଣ ଆକ୍ସିସ୍ ବ୍ୟାଙ୍କ ଗ୍ରାହକ ଅଛନ୍ତି । ଗତ ଏକ ବର୍ଷ ମଧ୍ୟରେ ବଜାର ଅଂଶ ୧୯.୮% ଏବଂ ବର୍ଦ୍ଧିତ ଅଂଶ ୨୮% ସହିତ ବ୍ୟବସାୟୀଙ୍କ ମଧ୍ୟରେ ବ୍ୟାଙ୍କ ସର୍ବ ବୃହତ ବ୍ୟାଙ୍କ ହୋଇପାରିଛି । ଖୁଚୁରା ଡିଜିଟାଲ ବ୍ୟାଙ୍କିଙ୍ଗ କ୍ଷେତ୍ରର ବ୍ୟାଙ୍କ ମଧ୍ୟ ଶୀର୍ଷ ବ୍ୟାଙ୍କ ମଧ୍ୟରେ ରହିଛି ।

ଆକ୍ସିସ୍ ବ୍ୟାଙ୍କ, ଏମଡ଼ି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି, “ଆର୍ଥିକ ବର୍ଷ ୨୦୨୩-୨୪ ରେ, ଆକ୍ସିସ୍ ବ୍ୟାଙ୍କ ନିରନ୍ତର ଅଭିବୃଦ୍ଧିର ଯାତ୍ରା ଜାରି ରଖିଛି । ଯେତେବେଳେ ଆମେ ଆମର ପ୍ରମୁଖ ପ୍ରାଥମିକ କ୍ଷେତ୍ରଗୁଡିକ ଉପରେ ଧ୍ୟାନ ଦେବା ଜାରି ରଖିଛୁ – ଭାରତ ବ୍ୟାଙ୍କିଙ୍ଗ୍‌, ଡିଜିଟାଲ୍ ଏବଂ ସ୍ପାର୍ଶ୍ (ଆମର ଗ୍ରାହକଙ୍କ ସେବା କାର୍ଯ୍ୟକ୍ରମ), ମୁଁ ବିଶ୍ୱାସ କରେ ଯେ ଆମେ ମଧ୍ୟ କିଛି ଆକର୍ଷଣୀୟ ନୂତନ ପଦକ୍ଷେପ ଗ୍ରହଣ କରିବାରେ ସକ୍ଷମ ହୋଇଛୁ । ଆମ ସହରର ଏକୀକରଣ ଯୋଜନା କର୍ଯ୍ୟକାରୀ ହେଉଛି ଓ ଆମେ ଆଗାମୀ ଛଅ ମାସ ମଧ୍ୟରେ ଅନ୍ତିମ ମାଇଲଖୁଣ୍ଟ ଏଲଡି଼୨ ହାସଲ କରିବା ଦିଗରେ ଆଶାବାଦୀ ରହିଛୁ । ଆମର “ଡ଼ିଲ ସେ ଓପନ” ର ଦର୍ଶନ ଓ ଡିଇ ଏଣ୍ଡ ଆଇ ସହିତ ଆମର ମୂଳ ସ୍ତମ୍ଭ ଭାବରେ ରହିଛି, ଏକ ଉର୍ବର ବାତାବରଣ ସହିତ ବିବିଧ ତଥା ସମର୍ପିତ କ୍ରମଜୀବୀଙ୍କ ସହ ଆମେ ଅନବରତ ଅଗ୍ରଗତି କରିଛୁ ।


Share It

Comments are closed.