ପ୍ରେମରେ ଏପରି ବି ହୁଏ, ଜଣେ ବ୍ୟକ୍ତିକୁ ବିବାହ ପାଇଁ ରାଜି ହେଲେ ଦୁଇ ଯୁବତୀ


ଭଲପାଇବାର ପରିଭାଷା ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ହୋଇଥିବାବେଳେ କେତେକ କ୍ଷେତ୍ରରେ ନିଜର ମନର ମଣିଷକୁ ଅନ୍ୟ ସହ ବାଣ୍ଟିବାରେ ମଧ୍ୟ କେତେକଙ୍କୁ ଆତ୍ମ ସନ୍ତୋଷ ମିଳିଥାଏ । ଏହି ଘଟଣା କ୍ରମେ ଛତିଗଡରର ଦନ୍ତୱାଡାରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ସେଠାରେ ଏକ ସ୍ୱତନ୍ତ୍ର ବିବାହ ଦେଖିବାକୁ ମିଳିଥିଲା ।
ସେଠାରେ ବିରବଲ ନାମ ଜଣେ ବ୍ୟକ୍ତିର ବିବାହ ଉତ୍ସବ ଥିଲା । ଏହି ବିବାହରେ ବୋହୂ ସାଜିଥିଲେ ପ୍ରତିଭା । ଉଭୟଙ୍କ ବିବାହକୁ ନେଇ ପରିବାର ଏବଂ ସମାଜରେ ଉତ୍ସାହର ବାତ୍ତାବରଣ ଖେଳିଯାଇଥିଲେ କିଛି ସମୟ ପରେ ବିବାହ ଉତ୍ସବରେ ଏକ ଟୁଇଷ୍ଟ ଦେଖିବାକୁ ମିଳିଥିଲା । ବିରବଲ ଏବଂ ପ୍ରତିଭାଙ୍କ ମଧ୍ୟରେ ବିବାହ ରୀତିନିତୀ ଚାଲିଥିବାବେଳେ ଏହି ମଧ୍ୟରେ ସୁମନୀ ନାମକ ଜଣେ ଯୁବତୀର ଏଣ୍ଟ୍ରି ହୋଇଥିଲା ।
ସୁମନୀ ଏବଂ ବିରବଲ ପରସ୍ପରକୁ ପ୍ରେମ କରୁଥିଲେ । ବିବାହରେ ତାଙ୍କର ଏଣ୍ଟ୍ରି ହେବା ପରେ ପରିବାର ଲୋକ ଏବଂ ସମାଜର ବରିଷ୍ଠ ନାଗରିକ ମଧ୍ୟରେ ବିଚାର ବିମର୍ଶ ହେବା ପରେ ଉଭୟ ସୁମନୀ ଏବଂ ପ୍ରତିଭା, ବିରବଲଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ ।
ଏହା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିରବଲଙ୍କର ସୁମନୀ ଏବଂ ପ୍ରତିଭାଙ୍କର ସହ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ମିଳିଥିବା ସୂଚନା ମୁତାବକ ପୂର୍ବରୁ ବିରବଲ ଏବଂ ସୁମନୀ ପ୍ରେମ ସଂପର୍କରେ ଥିଲେ । ଉଭୟ ପରସ୍ପରଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ସମାଜର ବିରୋଧ ସକାଶେ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । କିଛି ଦିନ ସୁମନୀ ନିଜ ଘରକୁ ପଳାଇଯାଇଥିବାବେଳେ ଆଉ ଜମା ଫେରିବା ନାହିଁ ବୋଲି ମନା କରିଦେଇଥିଲା । ସେପଟେ ବିରବଲଙ୍କ ବିବାହ ପ୍ରତିଭାଙ୍କ ସହ ହେବ ବୋଲି ଧାର୍ଯ୍ୟ ହୋଇଥିବାବେଳେ ଏହି ମଧ୍ୟରେ ପୁଣି ଥରେ ସୁମନୀ ଫେରିଆସିଥିଲା ।
ଏହି ସଂପର୍କକୁ ନେଇ ତିନି ଜଣକଙ୍କ ମଧ୍ୟରେ ଏତେ ତିକ୍ତତା ବଢିଯାଇଥିଲା ଯେ, ମାମଲା ଶେଷରେ ଆସିକି ଥାନାରେ ପହଞ୍ଚିଥିଲା । ଥାନାରେ ଏହି ଘଟଣାରେ ସାମଧାନ ହେବା ପରେ ଉଭୟ ଯୁବତୀ ବିରବଲଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।


Share It

Comments are closed.