ବ୍ୟକ୍ତିଙ୍କୁ ରାସ୍ତାର ନିୟମ କାନୁନ ସଂପର୍କରେ କିପରି ଅବଗତ କରାଇଲା ଓଟ, ଦେଖନ୍ତୁ ଭିଡିଓ


କୌଣସି ଭୁଲ ପାଇଁ ଦଣ୍ଡ ଦୁଇ ପ୍ରକାରର ମିଳେ କେତେବେଳେ ଖୁବ ଶୀଘ୍ର ତ ଆଉ କେତେବେଳେ ଡେରି କରି । କୌଣସି ଭୁଲ ପାଇଁ ଦଣ୍ଡ ମିଳିବା ନିହାତି ଜରୁରୀ କାରଣ ଆଗକୁ ଏହି ଭୁଲ ଯେପରି ଦୋହରା ନଯାଏ । ଠିକ ଏଭଳି ଏକ ଘଟଣା ଏହି ଭିଡିଓରେ ଦେଖିବାକୁ ମିଳିଛି । ଗୋଟିଏ ଓଟ ଜଣେ ଯୁବକଙ୍କୁ ଠିକ ଏଭଳି ଶିକ୍ଷା ଦେଇଛି । ଭୁଲ ଦିଗରେ ଓଟକୁ ଓଭରଟେକ କରୁଥିବା ଜଣେ ଯୁବକଙ୍କୁ ଓଟଟି ଏଭଳି ଶିକ୍ଷା ଦେଇଛି ସେ ଆଗକୁ ଏଭଳି ଭୁଲ ଯେପରି କେବେ ନକରିବ ।

ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ନିଜ ଟ୍ୱିଟରେ ସେୟାର କରିଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ, “ଓଟଟି ଏହି ବ୍ୟକ୍ତିଙ୍କୁ ଟ୍ରାଫିକର ବେସିକ ନିୟମ ଶିଖାଇଛି । ବାମ ପଟରୁ ଓଭରଟେକ କେବେ କରିବ ନାହିଁ । ”
ପ୍ରକାଶ ଥାଉକି, ଭିଡିଓଟିରେ ଜଣେ ଯୁବକ ଏକ ଲୁନା ଯୋଗେ ଓଟର ବାମ ପାଶ୍ୱର୍ରୁ ଓଭରଟେକ କରିବାକୁ ଚେଷ୍ଟା କରୁଥିବାବେଳେ ହଠାତ ଓଟଟି ତାଙ୍କୁ ଲାତ ମାରିଥିଲା । ଏହି ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.