କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଆମ୍ବୁଲାନ୍ସରେ ବସି ‘ପିଏସସି’ ପରୀକ୍ଷା ଦେଲେ ଯୁବତୀ, ଛୁଠୁଛି ପ୍ରଶଂସାର ସୁଅ


କୌଣସି କାମକୁ ସଫଳ କରିବା ପାଇଁ ନିଷ୍ଠା, ପରିଶ୍ରମ ଏବଂ ତ୍ୟାଗ ନିହାତି ଆବଶ୍ୟକତା ରହିଥାଏ । ଏହା ଦ୍ୱାରା ହିଁ କୌଣସି କାମ କିମ୍ବା ଲକ୍ଷ୍ୟ ଶତପ୍ରତିଶତ ସଫଳ ହୋଇଥାଏ । ବିନା ଚେଷ୍ଟାରେ ଜୀବନରେ କୌଣସି କାମ ସଫଳ ହୋଇନଥାଏ । ଗୋପିକା ଗୋପନ ନାମକ ଜଣେ ଛାତ୍ରୀ ପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଦୀର୍ଘ ଦିନ ହେବ ସେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଚଲାଇଥିଲେ । ସେ ଆସିସ୍‌ଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପ୍ରସ୍ତୁତି ଚଲାଇଥିଲେ । ସୋମବାର ଦିନ ତାଙ୍କ ପେପର ଥିବାବେଳେ କିନ୍ତୁୁ ହଠାତ ତାଙ୍କ ଦେହ ଖରାପ ହୋଇଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଯେଉଁଥିରେ ସେ ଆକ୍ରାନ୍ତ ଥିବା ଜଣା ପଡିଥିଲା ।

ଆଜିର ଦିନରେ କରୋନାକୁ ନେଇ ସମସ୍ତଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ଲୋକେ ଭୟଭୀତ ଅଛନ୍ତି । କିନ୍ତୁ ଗୋପୀଙ୍କ ମନରେ କୌଣସି ଡର ନଥିଲା । ସେ କରୋନା ସାମନାରୁ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଏବଂ ସେଥିପାଇଁ ସେ ଆମ୍ବୁଲାନ୍ସରେ ହିଁ ପରୀକ୍ଷା ଦେବାର ନିଷ୍ପତି ନେଇଥିଲେ । ମିଳିଥିବା ସୂଚନା ମୁତାବକ, ଏହି ମାମଲା କେରଳର ତିରୁବନ୍ତପୁରମ ଅଟେ । ଯେତେବେଳେ ରିପୋର୍ଟ ଆସିଥିଲା ସେତେବେଳେ ତାଙ୍କ ପୁରା ପରିବାର ଚିନ୍ତିତ ହୋଇପଡିଥିଲେ । ଗୋପିକା ଗୋପନ, ମଲୟାଲମ ଭାଷାରେ ଏହି ପରୀକ୍ଷା ମାଧ୍ୟମରେ ଆସିସଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ପରୀକ୍ଷା ଦେଇଥିଲେ । ତାଙ୍କର ଏହି ସାହସୀକତା ପାଇଁ ତିରୁବନ୍ତପୁରମ କଂଗ୍ରେସ ସାଂସଦ ଶଶୀ ଥରୁର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।


Share It

Comments are closed.