ହାର୍ଟ ଆଟାକ ପୂର୍ବରୁ ଆପଣଙ୍କ ଶରୀର ଆପଣଙ୍କୁ ଦେଇଥାଏ ପୂର୍ବ ସୂଚନା


ବର୍ତ୍ତମାନ ହାର୍ଟ ଆଟାକ ଏକ ସାଧାରଣ ସମସ୍ୟା ହୋଇଯାଇଛି । ସମଗ୍ର ବିଶ୍ୱରେ ହୃଦଘାତ ଜନିତ ମୃତ୍ୟୁରେ ଭାରତୀୟମାନଙ୍କ ସଂଖ୍ୟା ୨୦ପ୍ରତିଶତ ଅଟେ । ଭାରତରେ କ୍ରମାଗତଭାବେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ଜିନ ଜନିତ ହେବା ସତ୍ତ୍ୱେ ଭାରତରେ ଲୋକମାନଙ୍କର ଖାନପାନ ଜୀବନଶୈଳୀ ମଧ୍ୟ ହୃଦଘାତର ସମସ୍ୟାକୁ ବୃଦ୍ଦି କରିବାରେ ଲାଗିଛି । ବର୍ତ୍ତମାନ ବହୁ ଅଭିନେତା ଅଭିନେତ୍ରୀ ହୃଦଘାତର ଶିକାର ହେୁଛନ୍ତି । ହୃଦଘାତର ଶିକାର ହେବା ଖବରକୁ ନେଇ ମୁମ୍ବାଇର ଜଣେ କାର୍ଡିଓଲୋଜିଷ୍ଟ କହିଛନ୍ତି ଯେ, ଭାରତୀୟ ପରମ୍ପରାରେ କଠିନ ବ୍ୟାୟାମ ସାମିଲ ନଥିଲା । ଭାରତୀୟ ପରମ୍ପରା ସର୍ବଦା ଯୋଗଆସନ ଉପରେ ଆଧାରିତ । ଆଫଣ ନିଜ ଖାଦ୍ୟପେୟରେ ଧ୍ୟାନଦେବା ସହିତ ନିୟମିତ ଯୋଗ ପ୍ରାଣାୟମ କରି ନିଜର ହୃଦୟକୁ ସୁସ୍ଥ ରଖିପାରିବେ । ଆପଣ ସାକଳ କିମ୍ବା ସନ୍ଧ୍ୟାରେ ୱାକ ମଧ୍ୟ କରିପାରିବେ । କିନ୍ତୁ ଆପଣଙ୍କୁ ହୃଦଘାତ ହେବା ପୂର୍ବରୁ ଆପଣଙ୍କୁ ଶରୀର କିଛି ସଂକେତ ଦେଇଥାଏ । ଯଦି ଆପଣଙ୍କ ଶରୀର ଆପଣଙ୍କୁ ଏପରି କିଛି ସଂକେତ ଦେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଯେପରିକି . . . . .
୧. ଆପଣଙ୍କ ଛାତିରେ ହାଲକା ଯନ୍ତ୍ରଣା କିମ୍ବା ଛାତିର ମଧ୍ୟ ଭାଗରେ ହଲକା ଯନ୍ତ୍ରଣା ହୋଇ ପୁଣି ଠିକ ହୋଇଯିବା ।
୨. ଆପଣଙ୍କ ବାହୁ, ପିଠି , ଗଳା, ମୁହଁ ଏବଂ ପେଟରେ କ୍ରମାଗତଭାବେ ଯନ୍ତ୍ରଣା ହେଉଥିଲେ ।
୩. ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ।
୪. ଖାଦ୍ୟ ଖାଇବାକୁ ଇଚ୍ଛା ନହେବା, ସୁସ୍ଥି ଅନୁଭବ ହେବା କିମ୍ବା ବାନ୍ତି ହେବା ।
୫. ହାର୍ଟବିଟରେ ଅନିୟମିତା ।
୬. ବାରମ୍ବାର ଝାଳ ହୋଇଯିବା ।
୭. ଖୁବ ଶୀଘ୍ର ଥକିଯିବା କିମ୍ବା କୈଣସି କାର୍ଯ୍ୟ ନକରିବା ପାଇଁ ଶକ୍ତି ନ ଆସିବା ।
୮. ଆପଣଙ୍କୁ ଡାଇବେଟିସ କିମ୍ବା ଉଚ୍ଚ ରକ୍ତଚାପର ସମସ୍ୟା ଥିଲେ ଆପଣଙ୍କୁ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଅନୁଭୂତ ହେୁଥିଲେ ।
ଏହି ହୃଦଘାତର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ସହିତ ତେଲର କମ ବ୍ୟବହାର ତଥା ଘିଅର ବ୍ୟବହାର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଭାରତରେ ପ୍ରାୟ ୪୦ପ୍ରତିଶତ ଲୋକେ ଶାକାହାରୀ ହେଲେ ମଧ୍ୟ ମାଂସାଶୀ ଙ୍କ ତୁଳନାରେ ଶାକାହାରୀଙ୍କ ମୃତ୍ୟୁ ଅଧିକ ରହୁଛି ବୋଲି ସୂଚନାରୁ ଜଣାପଡିଛି । ବାହାରେ ଫାଷ୍ଟ ଫୁଡ ଏବଂ ହୋଟେଲରେ ଖାଦ୍ୟ ମଧ୍ୟ ହୃଦଘାତର ସମସ୍ୟାକୁ ବୃଦ୍ଦି କରିଥାଏ । ତେଲକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ମଧ୍ୟ ଶରୀରରେ ଟ୍ରାନ୍ସ ଫ୍ୟାଟର ବୃଦ୍ଧି ହୋଇଥାଏ । ଖାଦ୍ୟକୁ ସର୍ବଦା ହାଲକା ରଖିବା ସହିତ ଆପଣ ରାତିରେ ହାଲକା ଖାଦ୍ୟ ଖାଇବା ଖୁବ ଆବଶ୍ୟକ ।


Share It

Comments are closed.