କଲ୍ୟାଣ ଜୁଏଲର୍ସ ପକ୍ଷରୁ ଅନୁଗୁଳରେ ପ୍ରଥମ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା

- ଅନୁଗୁଳର ଶଙ୍କର ସିନେମା ରୋଡ୍ ସ୍ଥିତ ଏହି ସୋ’ରୁମ୍‌କୁ ୨୦୨୪ ଏପ୍ରିଲ୍ ୧୨ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଉଦ୍‌ଘାଟନ କରିବେ


ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଅନୁଗୁଳରେ ସମ୍ପୂର୍ଣ୍ଣ ନୂଆ ସୋ’ରୁମ୍ ଶୁଭାରମ୍ଭ ସହିତ ଓଡ଼ିଶାରେ ନିଜ ଉପସ୍ଥିତିର ସମ୍ପ୍ରସାରଣ ବିଷୟରେ ଘୋଷଣା କରାଯାଇଛି । ବଲିଉଡ୍ ତାରକା ସୋନାକ୍ଷୀ ସିହ୍ନା ଏହି ସମ୍ପୂର୍ଣ୍ଣ ନୂଆ ସୋ’ରୁମ୍‌କୁ ୨୦୨୪ ଏପ୍ରିଲ୍ ୧୨ ତାରିଖର ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଉଦ୍‌ଘାଟନ କରିବେ । ଏହା ମାଧ୍ୟମରେ କମ୍ପାନି ଅନୁଗୁଳରେ ପ୍ରବେଶ କରିବ । ଏହା ହେଉଛି ଓଡ଼ିଶାରେ କଂପାନିର ଷଷ୍ଠ ସୋ’ରୁମ୍ । ବର୍ତମାନ ଏହି ଗହଣା ବ୍ରାଣ୍ଡ୍‌ର ଉପସ୍ଥିତି ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁର ଭଳି ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ରହିଛି ।
ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ କମ୍ପାନି ସର୍ବନିମ୍ନ କ୍ରୟ ମୂଲ୍ୟ ୧ ଲକ୍ଷ ଟଙ୍କାଞ୍ଚ ଉପରେ ଅଧା କ୍ରୟ ମୂଲ୍ୟ ପାଇଁ ୦% ଗଢ଼ା ମୂଲ୍ୟ ପ୍ରଦାନ କରୁଛି । ଏହାବ୍ୟତୀତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ – ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ସୋ’ରୁମ୍‌ରେ ମାନକ ଭାବେ ମଧ୍ୟ ଲାଗୁ ହେବ । ଏହି ଅଫର ଗୁଡିକ କେବଳ ସୀମିତ ସମୟ ପାଇଁ ବୈଧ ଅଟେ ।
ନୂଆ ସୋ’ରୁମ୍ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନି ଭାବରେ ଆମେ ବିପୁଳ ମାଇଲଖୁଂଟ ହାସଲ କରିଛୁ ଏବଂ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ପ୍ରମୁଖ ପଦକ୍ଷେପ ନେଇଛୁ । ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ପାଇଁ ଓଡ଼ିଶା ରାଜ୍ୟ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଜାର । ବର୍ଷ ବର୍ଷ ଧରି ଆମେ କ୍ରମାଗତ ଭାବେ ଏହି ଅଂଚଳରେ ଆମ ଉପସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିସ୍ତାର କରିବା ଉପରେ ଧ୍ୟାନ ଦେଇଛୁ । ଅନୁଗୁଳରେ ସୋ’ରୁମ୍ ଉନ୍ମୋଚନ ଆମକୁ ବଜାର ଅଂଶକୁ ସୁଦୃଢ଼ କରିବାରେ ସକ୍ଷମ କରିବା ସହ ପୃଷ୍ଠପୋଷକମାନଙ୍କୁ ସୁବିଧା ଓ ଉପଲବ୍ଧତା ପ୍ରଦାନ କରିବ ବୋଲି ଆମେ ବିଶ୍ୱାସ କରୁଛୁ ।’’
ଅନୁଗୁଳରେ ଏହି ସୋ’ରୁମ୍‌ର ଶୁଭାରମ୍ଭ ଏହି ଅଂଚଳରେ ଏହାର ଖୁଚୁରା ଉପସ୍ଥିତି ଏବଂ କାର୍ଯ୍ୟକୁ ବିସ୍ତାର କରିବା, ଏହି ବ୍ରାଣ୍ଡକୁ ପୃଷ୍ଠପୋଷକଙ୍କ ପାଇଁ ଅଧିକ ଉପଲବ୍ଧ କରାଇବା ଓ ଅଭିବୃଦ୍ଧିର ଗତିକୁ ତ୍ୱରାନ୍ୱିତ କରିବା ପାଇଁ କମ୍ପାନି ରଣନୀତିର ଏକ ଅଂଶ । ଏହି ସୋ’ରୁମ୍ ରେ କଲ୍ୟାଣ ଜୁଏଲର୍ସର ଅଳଙ୍କାର ସଂଗ୍ରହଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ପରିବେଶରେ ଉପସ୍ଥାପିତ ବିଭିନ୍ନ ଡିଜାଇନ୍ ରହିବ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି । ବିଶ୍ୱାସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍ ।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ସାରା ଭାରତରୁ ପ୍ରସ୍ତୁତ କରାଯାଇଥିବା ବ୍ରାଇଡାଲ୍ ଗହଣା ମୁହୁରତର ଷ୍ଟକ୍ ରହିବ । ଏଥି ସହିତ ଏଥିରେ କଲ୍ୟାଣର ଲୋକପ୍ରିୟ ବ୍ରାଣ୍ଡ୍ ତେଜସ୍ୱୀ (ପୋଲକି ଗହଣା), ମୁନ୍ଧ୍ରା (ହାତତିଆରି ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା), ଗ୍ଲୋ (ଡ୍ୟାନ୍‌ସିଂ ହୀରା), ଜିଆ (ସୋଲିଟାୟାର ଭଳି ହୀରା ଗହଣା), ଅନୋଖି (ଅନକଟ ହୀରା), ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ହୀରା (ଦୈନିକ ବ୍ୟବହାର ହୀରା ଗହଣା), ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା (ହୀରା ଓ ସେମି-ପ୍ରିସିଅସ୍ ଷ୍ଟୋନ ଗହଣା) ଆଦି ରହିବ ।


Share It

Comments are closed.