ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦିୟ ମନ୍ତବ୍ୟ ପରେ ଜେଲ ଗଲେ ବିଜେପି ବିଧାୟକ ଟି.ରାଜା


ଧାର୍ମିକଭାବନାକୁ ଆଘାତ ଦେବା ଅଭିଯୋଗ ତଥା ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦିୟ ମନ୍ତବ୍ୟ ଦେବା ଘଟଣାରେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ ଗିରଫ ହୋଇଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ନେଇ ହାଇଦ୍ରାବାଦରେ ଶତାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ ପ୍ରାରମ୍ଭ କରିଥିଲେ । ଏହା ପରେ ଆଜି ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ସୋମବାର ଦିନ ରାତିରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବଦିୟ ମନ୍ତବ୍ୟର ଭିଡିଓ ଭାଇରାଲ ହେବା ପରେ ଏହି ବିରୋଧ ପ୍ରଦର୍ଶନ ହୋଇଥିଲା ।
ଆନେ୍ଦାଳନକାରୀମାନେ ସିଟି ପୁଲିସ କମିଶନର ସିଭି ଆନନ୍ଦଙ୍କ ଅଫିସ ସାମନାରେ ବିରୋଧ କରିବା ସହିତ ବିଭିନ୍ନ ସ୍ଥାନରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ । ତାଙ୍କୁ ଭାରତୀୟ ପେନାଲ କୋଡ ୧୫୩ଏ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି । ପୋଲିସ ଅନୁଯାୟୀ ଆକ୍ଟିଭିଷ୍ଟ ୱାଜିହୁଦିନ ସଲମାନ ଏବଂ ସିଂ ୟୁିଟ୍ୟୁବର ଏକ ଚ୍ୟାନେଲ ଶ୍ରୀରାମ ଚ୍ୟାନେଲ, ତେଲେଙ୍ଗାନାରେ ବିବାଦିୟ ମନ୍ତବ୍ୟର ଭିଡିଓ ସେୟାର କରିଥିଲେ । ପୋଲିସ ମଧ୍ୟ କିଛି ଆନେ୍ଦାଳନକାରୀଙ୍କୁ ଗିରଫ କରିଛି । ଏକ ସ୍ଥାନୀୟ ନେତା ଅମାନୁଲ୍ଲା ଖାନ କହିଛନ୍ତି ଯେ ପୋଲିସ ପାଖାପାଖି ୨୦୦ ଆନେ୍ଦାଳନକାରୀଙ୍କୁ ଗିରଫ କରିଛି ।


Share It

Comments are closed.