ସୁଶାନ୍ତଙ୍କ ସ୍ମୃତିରେ ଗଠନ ହେବ ଫାଉଣ୍ଡେସନ, ଯୁବ ପ୍ରତିଭାଙ୍କୁ କରାଯିବ ସମର୍ଥନ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଦୁନିଆକୁ ଅଲବିଦା କହି ଚାଲିଯିବା ଏହା ଭିତରେ ୧୩ ଦିନରୁ ଅଧିକ ହୋଇସାରିଛି। ସୁଶାନ୍ତଙ୍କ ପରିବାର ଓ ତାଙ୍କ ପ୍ରଶଂସକ ଏବେ ଏହି ଶକ୍ତ ଧକ୍କାରୁ ବାହାରି ପାରିନାହାନ୍ତି। ଏହା ଭିତରେ ତାଙ୍କର ପରିବାର ପକ୍ଷରୁ ଏକ ଷ୍ଟେଟମେଣ୍ଟ ତାଙ୍କ ପ୍ରଶଂସକ ପକ୍ଷରୁ ଜାରି କରାଯାଇଛି। ଏହି ଷ୍ଟେଟମେଣ୍ଟ ଜରିଆରେ ସେମାନେ ନିଜର ପ୍ରିୟ ଗୁଲଶନ୍ ଅର୍ଥାତ ସୁଶାନ୍ତଙ୍କୁ ଶେଷ ଅଲବିଦା କହିବା ସହ କିଛି ବଡ ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଯେ, ସୁଶାନ୍ତଙ୍କୁ ଘରେ ଗୁଲଶନ୍ ନାମରେ ଡାକୁଥିଲେ। ପରିବାର ପକ୍ଷରୁ ଦିଆଯାଇଥିବା ଷ୍ଟେଟମେଣ୍ଟରେ କୁହାଯାଇଛି, ଅଲବିଦା ସୁଶାନ୍ତ, ସାରା ଦୁନିଆ ପାଇଁ ଯିଏ ସସୁଶାକ୍ତ ସିଂ ରାଜପୁତ ଥିଲେ ସିଏ ଆମର ପ୍ରିୟ ଗୁଲଶନ୍ ଥିଲା। ସେ ଖୁବ୍ ସ୍ୱାଧୀନ ଚିନ୍ତାଧାରା, ବେଶ୍ କଥା ହେଉଥିବା, ଖୁବ୍ ଜ୍ଞାନୀ ପୁଅଟିଏ ଥିଲା। ସେ ସବୁ ଜିନିଷରେ ଖୁବ୍ ଆଗ୍ରହ ରଖୁଥିଳା। ତା’ର ସ୍ୱପ୍ନ କେବେ କୌଣସି ଜିନିଷରେ ରହୁନଥିଲା ଓ ସେ ଏକ ବାଘ ଭଳି ହୃଦୟ ନେଇ ନିଜର ସ୍ୱପ୍ନର ପିଛା କରୁଥିଲା। ସେ ସବୁବେଳେ ମନ ଖୋଲି ହସୁଥିଲା।

ସେ ଆମ ପରିବାରର ଗୌରବ ଓ ପ୍ରେରଣା ଥିଲା। ଟେଲିସ୍କୋପ ତା’ର ଖୁବ୍ ପ୍ରିୟ ଜିନିଷ ଥିଲା, ଯାହାଦ୍ୱାରା ସେ ଆକାଶର ତାରାକୁ ଦେଖୁଥିଲା। ଆମେ ଏବେ ବି ଏହି କଥାକୁ ବିଶ୍ୱାସ କରିପାରୁନୁ ଯେ, ଆମେ କେବେ ତା‘ର ହସ ଶୁଣିପାରିବୁନି। ତା’ର ଚମକୁଥିବା ଆଖି ଦେଖିପାରିବୁନି ଓ ବିଜ୍ଞାନ ବିଷୟରେ କେବେ ଶେଷ ନହେବା ଭଳି କଥା ଶୁଣିପାରିବୁନି। ସେ ଯିବା ପରେ ଆମ ପରିବାରରେ ଖାଲିପଣ ଆସିଗଲା,ଯାହାକି କେବେ ଶେଷ ହେବନି। ସେ ସତରେ ନିଜର ପ୍ରତି ପ୍ରଶଂସକୁ ଖୁବ୍ ଭଲ ପାଉଥିଲା। ଷ୍ଟେଟମେଣ୍ଟରେ ଆଗକୁ କୁହାଯାଇଛି, ତାଙ୍କର ସ୍ମୃତିକୁ ତାଜା ରଖିବା ପାଇଁ ଏକ ଫାଉଣ୍ଡେସନ୍ ତିଆରି କରାଯାଉଛି। ଆମର ଗୁଲଶନକୁ ଏତେ ଭଲପାଇବା ଦେବା କାରଣରୁ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଖୁବ୍ ଧନ୍ୟବାଦ ଜଣାଉଛୁ। ତା’ର ସୃତି ଓ ଉତ୍ତରାଧିକାରୀକୁ ସମ୍ମାନ ଦେବା ପାଇଁ ପରିବାର ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେସନ୍(ଏସଏସଆରଏଫ୍)କୁ ନିର୍ମାଣ କରାଯାଉଛି। ଏଥିରେ ସୁଶାନ୍ତଙ୍କ ପସନ୍ଦଯୋଗ୍ୟ ଫିଲ୍ଡ ଅର୍ଥାତ ବିଜ୍ଞାନ, ସିନେମା ଓ ସ୍ପୋର୍ଟସରେ ଆସୁଥିବା ୟଙ୍ଗ ଟ୍ୟାଲେଣ୍ଟକୁ ସର୍ପୋଟ କରାଯିବ। ଏହା ସହିତ ପାଟନାର ରାଜୀବ ନଗରକ ଘରକୁ ମେମୋରିଆଲରେ ପରିଣିତ କରିଦିଆଯିବ। ସେଠାରେ ଆମେ ତାଙ୍କର ପର୍ସନାଲ ଜିନିଷ ରଖିବୁ, ଯେଉଁଥିରେ ତାଙ୍କର ହଜାର ହଜାର ବହି, ଟେଲିସ୍କୋପ, ଫ୍ଲାଇଟ ସିମ୍ୟୁଲେଟର ସହିତ ଅନ୍ୟ ସବୁ ଜିନିଷ ରହିଛି। ଏହାଦ୍ୱାରା ତାଙ୍କର ଫ୍ୟାନ୍ ଓ ଶୁଭଚିନ୍ତକ ଯୋଡି ହୋଇପାରିବେ। ଷ୍ଟେଟମେଣ୍ଟର ଶେଷରେ କୁହାଯାଇଛି, ସୁଶାନ୍ତଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ତାଙ୍କର ପରିବାର ସମ୍ଭାଳିବେ। ଏହା ଜରିଆରେ ତାଙ୍କର ସୃତି ତାଜା ରହିବ। ପରିବାର ଲୋକ ସମସ୍ତ ଫ୍ୟାନଙ୍କୁ ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ସୁଶାନ୍ତ ୧୪ ଜୁନରେ ନିଜର ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ସେ ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି। ତେବେ ସବୁବେଳେ ହସିଖେଳି ନିଜର ଜୀବନ ବିତାଉଥିବା ସୁଶାନ୍ତଙ୍କ କିପରି ଆତ୍ମହତ୍ୟା କଲେ ତାହା ଏବେ ଏକ ପ୍ରଶ୍ନ। ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କର ଫ୍ୟାନମାନେ କହୁଛନ୍ତି। ଏହା ସହିତ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି ହେଉଛି।


Share It

Comments are closed.