କରୋନାରେ ଆକ୍ରାନ୍ତ ହେଲେ କିମ୍ବଦନ୍ତୀ ବକ୍ସର ‘ରୋବର୍ଟୋ ଡୁରାନ’


ପାନାମାର ପ୍ରସିଦ୍ଦ ପେସାଦାର ବକ୍ସର ରୋବର୍ଟୋ ଡୁରାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପୁଅ ଇନ୍‌ଷ୍ଟାଗ୍ରାମରେ ଏ ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି, ବାପା (ଡୁରାନ)ଙ୍କର କରୋନା ଲକ୍ଷଣ ଦେଖାଯଇନଥିଲା। କେବଳ ଥଣ୍ଡା ହୋଇଥିଲା। ଏକ ବେଶସରକାରୀ ହସ୍ପିଟାଲ୍‌ରେ ତାଙ୍କର କରୋନା ପରୀକ୍ଷା କରାଇବା ପରେ ରିପୋର୍ଟ ପଜିଟିଭ ଆସିଥିଲା।

ଶକ୍ତିଶାଳୀ ପଞ୍ଚ ଏବଂ ଉଚ୍ଚକୋଟୀର ଡିଫେନ୍ସ ପାଇଁ ଡୁରାନ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କୁ ‘ହ୍ୟାଣ୍ଡ୍‌ସ ଅଫ୍‌ ଷ୍ଟୋନ୍’‌ ଆଖ୍ୟା ମିଳିଥିଲା। ସେ ଜାକ୍‌ ଜନସନ୍‌ଙ୍କ ପରେ ଦ୍ବିତୀୟ ବକ୍ସର ଭାବେ ୫ଦଶନ୍ଧୀ ଧରି ପେସାଦାର ବକ୍ସିଂରେ ସକ୍ରିୟ ରହିଥିଲେ। ୬୯ ବର୍ଷିୟ ଡୁରାନ ୧୯୬୮ରୁ ୨୦୦୧ ମଧ୍ୟରେ ୪ଟି ଓଜନ ବର୍ଗରେ ବିଶ୍ବ ଚାମ୍ପିଅନସିପ୍‌ ଟାଇଟଲ ଜିତିଥିଲେ। ୧୯୮୦ରେ ମଣ୍ଟ୍ରିଲ ଠାରେ ଆୟୋଜିତ ଫାଇଡ୍‌ରେ ଆମେରିକାର ପ୍ରସିଦ୍ଧ ବକ୍ସର ସୁଗାର ଲିଓନାର୍ଡଙ୍କୁ ହରାଇଥିଲେ। ଏହାର ଗୋଟିଏ ମାସ ପରେ ଉଭୟଙ୍କ ମଧ୍ୟରେ ପୁଣିଥଷର ଫାଇଟ୍ ଆୟୋଜନ କରାଯାଇଥିଲା। କିନ୍ତୁ ଡୁରାନ ଓହରିଯାଇଥିଲେ। ସେ କ୍ୟାରିୟର ମଧ୍ୟରେ ୧୧୯ଟି ଫାଇଟ୍ କରି ୧୦୩ଟିରେ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ ସେ ୭୦ଥର ନକ୍‌ଆଉଟ୍‌ କରିଥିଲେ।


Share It

Comments are closed.