ଦେଶର ଏହି ସହରରେ କାଲି ଦେଖାଯିବ ବଳୟାକାର ସୂର୍ଯ୍ୟଗ୍ରହଣ, ଏହାକୁ ଦୁର୍ଲଭ ଖଗୋଲୀୟ ଘଟଣା କହିଲେ ବିଶେଷଜ୍ଞ


୨୧ଜୁନ ଅର୍ଥାତ କାଲି ଦେଶରେ ସୂଯ୍ୟଗ୍ରହଣ ହେବାକୁ ଯାଉଛି । ଏହାକୁ ନେଇ ବିଜ୍ଞାନ ଏବଂ ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଦୁର୍ଲଭ ଖଗୋଲୀୟ ଘଟଣା ଅଟେ । ଏହା ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଅଟେ । ଏହା ରିଙ୍ଗସ ଅଫ ଫାୟର ଗ୍ରହଣ ନାମରେ ମଧ୍ୟ ଜଣାଶୁଣା । ଏହା ରବିବାର ଦିନ ଦେଖାଦେବ । ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଗ୍ରୀଷ୍ମ ସଂକ୍ରାନ୍ତିରେ ହେବାକୁ ଯାଉଛି, ଯାହାକି ଉତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବା ଦିନ ଅଟେ ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଅନୁପଗଡ଼, ସୂରତଗଡ଼, ସିରସା, ଜାଖଲ,କୁରୁକ୍ଷେତ୍ର, ଯମୁନା ନଗର, ଡେହେରାଡୁନ, ତପୋବନ ଏବଂ ଜୋଶିମୋଠରେ ବାସ କରୁଥିବା ଲୋକମାନେ ବଳୟାକାର ଗ୍ରହଣ ଦେଖିପାରିବେ । ଅନ୍ୟପଟେ ଦେଶର ବାକି ଅଂଶରେ ଲୋକମାନେ ଆଂଶିକ ସୂର୍ଯ୍ୟ ଗ୍ରହଣ ଦେଖିପାରିବେ । ଏହି ସୂର୍ଯ୍ୟଗ୍ରହଣ ଭାରତ ସମେତ ଏସିଆର ଅନେକ ବଡ଼ ଦେଶ ନେପାଳ, ପାକିସ୍ତାନ, ଆଫ୍ରିକା, ସାଉଦୀ ଆରବ, ଏବଂ ଇଥୋପିଆରେ ମଧ୍ୟ ଦେଖାଯିବ ।


ବଳୟାକାର ସୂର୍ଯ୍ୟଗ୍ରହଣ କଣ ହୋଇଥାଏ ?
ସୂର୍ଯ୍ୟଗ୍ରହଣ ତିନି ପ୍ରକାରର ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ବଳୟାକାର ଏବଂ ଆଂଶିକ ସୂର୍ଯ୍ୟ ଗ୍ରହଣ । ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଆଚ୍ଛାଦିତ କରିଦେଇଥାଏ ସେତେବେଳେ ପୃଥିବୀରେ ଅନ୍ଧାର ହୋଇଯାଇଥାଏ । ଏଭଳି ସ୍ଥିିତିରେ ଗ୍ରହଣକୁ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ କୁହାଯାଇଥାଏ । ଯେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରିପାରି ନଥାଏ ସେତେବେଳେ ତାକୁ ଖଣ୍ଡଗ୍ରସ ବା ଆଂଶିକ ସୂର୍ଯ୍ୟଗ୍ରହଣ କୁହାଯାଇଥାଏ । ବଳୟାକାର ସୂର୍ଯ୍ୟଗ୍ରହଣରେ ସୂର୍ଯ୍ୟର ପାଖାପାଖି ୯୯% ଅଂଶ ଆଚ୍ଛାଦିତ କରିଦେଇଥାଏ ଏବଂ ସୂର୍ଯ୍ୟର କେବଳ କିଛି ବାହାର ଅଂଶ ହିଁ ଦେଖାଯାଇଥାଏ । ଏଥିରେ ସୂର୍ଯ୍ୟର ବାହାର ଅଂଶ ଏକ ଚମକିତ ଚୁଡ଼ି ଭଳି ଦେଖାଯାଇଥାଏ ଏବଂ ମଧ୍ୟଭାଗରେ ଛାୟା ରହିଥାଏ ।


Share It

Comments are closed.