ଦେଖନ୍ତୁ ବୋତଲ ଦେଖି କିଭଳି ଏକ ଗୁଣ୍ଡୁଚିମୂଷା ହାତ ଟେକି ପାଣି ମାଗୁଛି, ଭାଇରାଲ ହେଉଛି ଭିଡିଓ


ବେଳେବେଳେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ ଯାହା ଦେଖିବା ପରେ କାହାର ବି ହୃଦୟ ଖୁସି ହୋଇଯାଏ | ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଗୁଣ୍ଡୁଚିମୂଷା ହାତ ଉଠାଇ ପାଣି ମାଗୁଥିବାର ଦେଖାଯାଇଛି |

ଅସଲରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅବନୀଶ ଶରଣ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ମୁଁ ଏତେ ସୁନ୍ଦର ଭିଡିଓ କେବେବି ଦେଖି ନାହିଁ, ଏହା ହ୍ବାଟସ୍ ଆପ୍ ମାଧ୍ୟମରେ ମିଳିଥିଲା।’


ସମସ୍ତେ ଏହି ଗୁଣ୍ଡୁଚିମୂଷାର କ୍ୟୁଟନେସକୁ ଦେଖି ହସୁଛନ୍ତି | ଏଥି ସହିତ, କିଛି ଲୋକ ଏହାକୁ ଦୁର୍ଭାଗ୍ୟଜନକ ମଧ୍ୟ କହୁଛନ୍ତି ଯେ ସାମାନ୍ୟ ଗୁଣ୍ଡୁଚିମୂଷାକୁ ମଧ୍ୟ ପାଣି ମାଗିବାକୁ ପଡୁଛି | ଏହା ଦେଖି ଅନେକ ଲୋକ ଏହାକୁ ପୋଷ୍ଟ କରିବା ଆରମ୍ଭ କରିଦେଇଛନ୍ତି | ଏହି ଭିଢିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।


Share It

Comments are closed.