ଭାଇଙ୍କୁ ରାକ୍ଷୀ ବାନ୍ଧିବା ବେଳେ ଏହି ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ


ରକ୍ଷା ବନ୍ଧନ ଦିନ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି। ଏହା ପ୍ରତିବଦଳରେ, ଭାଇ ଭଉଣୀକୁ ସର୍ବଦା ରକ୍ଷା କରିବାକୁ ବଚନ ଦେଇଥାଏ। ଏହି ଦିନ ଭଉଣୀମାନେ ଭାଇମାନଙ୍କ ପାଇଁ ରଙ୍ଗ ବେରଙ୍ଗର ରାକ୍ଷୀ କିଣନ୍ତି। କିନ୍ତୁ ସୁନ୍ଦର ରାକ୍ଷୀ କିଣିବା ଚକ୍କରରେ ସେମାନେ କିଛି ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାକ୍ଷୀ ବାନ୍ଧିବାବେଳେ ଏହା ସହିତ ଜଡିତ କିଛି ବିଶେଷ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍। ଚାଲନ୍ତୁ ଜାଣିବା ସେହି ବିଷୟରେ।

ଭୁଲରେ ବି କିଣନ୍ତୁ ନି ଏପରି ରାକ୍ଷୀ :

-ରାକ୍ଷୀ କିଣିବାବେଳେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ୍। ଯେଉଁ ରାକ୍ଷୀ ଆପଣ ନିଜ ଭାଇଙ୍କ ହାତରେ ବାନ୍ଧୁଛନ୍ତି, ସେଥିରେ ଯେପରି କୌଣସି ଅଶୁଭ ଚିତ୍ର ନଥିବା ଉଚିତ୍।

-ରାକ୍ଷୀ ବାନ୍ଧିବା ପୂର୍ବରୁ ଏହାକୁ ଭଲ ଭାବରେ ଦେଖନ୍ତୁ ଯେପରି ଆପଣଙ୍କର ରାକ୍ଷୀରେ କୌଣସି ଖଣ୍ଡନ ନଥିବ। ଏପରି ରାକ୍ଷୀକୁ ଅଶୁଭ କୁହାଯାଏ।

-ଭାଇ ହାତରେ ଏପରି ରାକ୍ଷୀ ବାନ୍ଧନ୍ତୁ ନାହିଁ ଯେଉଁଥିରେ ଦେବା-ଦାବୀଙ୍କ ଚିତ୍ର ହୋଇଥିବ। ଏପରି ରାକ୍ଷୀ ବାନ୍ଧିବା ଭଗବାନଙ୍କୁ ଅପମାନ ହୋଇଥାଏ।

-ରକ୍ଷା ବନ୍ଧନ ଦିନ ଭଉଣୀମାନେ ନିଜ ଭାଇର ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି । ତେଣୁ କଳା ରଙ୍ଗର ରାକ୍ଷୀ ଆଦୌ ବାନ୍ଧନ୍ତୁ ନାହିଁ। ଏଥି ସହିତ କଳା ସୂତା ବ୍ୟବହୃତ ହୋଇଥିବା ରାକ୍ଷୀକୁ ବାନ୍ଧିବା ଠାରୁ ଦୂରେଇ ରୁହନ୍ତୁ। କଳା ରଙ୍ଗ ଅଶୁଭ ଏବଂ ନକାରାତ୍ମକ ବୋଲି ବିବେଚନା କରାଯାଏ।


Share It

Comments are closed.