ବୁଷ୍ଟର ଡୋଜ ଭାବେ ଗ୍ରହଣ କରିହେବ କୋର୍ବିଭାକ୍ସ ଭାକ୍ସିନ


କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ବାଓଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ ଟୀକା କୋର୍ବିଭାକ୍ସକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ ସ୍ୱିକୃତୀ ପ୍ରଦାନ କରାଯାଇଛି । ଏହି ଟୀକାକୁ ୧୮ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ବୁଷ୍ଟର ଡୋଜ ଭାବେ ଗ୍ରହଣ କରିପାରିବେ । ବର୍ତ୍ତମାନ ୧୨ରୁ ୧୪ ବର୍ଷର ପିଲାଙ୍କୁ କୋର୍ବିଭାକ୍ସ ଭାକ୍ସିନ ଦିଆଯାଉଥିବା ବେଳେ ୧୮ବର୍ଷରୁ ଉର୍ଦ୍ଧଲୋକମାନେ ଏହାର ବୁଷ୍ଟରଭାବେ ନେଇପାରିବେ । ଦ୍ୱିତୀୟ ଡୋଜ ନେବାର ୬ମାସ କିମ୍ବା ୨୬ ସପ୍ତାହ ପରେ ବ୍ୟବଧାନରେ ଜଣେ ବ୍ୟକ୍ତି ବୁଷ୍ଟର ଡୋଜ ଗ୍ରହଣ କରିପାରିବେ ।


Share It

Comments are closed.