ଶନିଦେବଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ନିଶ୍ଚିତ କରନ୍ତୁ ଏହି ପାଂଚୋଟି ଉପାୟ


ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଶନିଗ୍ରହ ସହ ସମ୍ପର୍କିତ କେତେକ ବିଶେଷ ଉପାୟ କରିବା ଦ୍ୱାରା ଶନିଙ୍କର କ୍ରୁର ଦୃଷ୍ଟିରୁ ରକ୍ଷା ମିଳିପାରିବ । ଯଦି କୌଣସି ଜାତକର କୁଣ୍ଡଳୀରେ ଶନି ଦୁର୍ବଳ ଥାଏ କିମ୍ବା ଶନିଙ୍କର ବକ୍ରଦୃଷ୍ଟି ରହିଥାଏ ତାହେଲେ ଏହି ଜାତକର ଜୀବନ ଖରାପ ରୂପେ ପ୍ରଭାବିତ ହୋଇଥାଏ । ତେଣୁ ଶନିବାର ଦିନ ଶନିଦେବଙ୍କ ସହ ସମ୍ପର୍କିତ କେତେକ ସହଜ ଉପାୟର ପାଳନ କରିବା ଆବଶ୍ୟକ ।
ଶନି ମନ୍ଦିରରେ ସୋରିଷ ତେଲ ଚଢ଼ାନ୍ତୁ
ଶନିବାର ଦିନ ଶନି ଉପାସ କରନ୍ତୁ ଏବଂ ଶନି ମନ୍ଦିରରେ ସୋରିଷ ତେଲ ଚଢ଼ାନ୍ତୁ । ସଂନ୍ଧ୍ୟାରେ ଅଶ୍ୱତ୍‌ଥ ମୂଳରେ ଜଳ ଚଢ଼ାନ୍ତୁ ଏବଂ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଶନିଦୋଷ ଦୂର ହେବ ଏବଂ ଆପଣ ଶନିଙ୍କର କୋପ ଦ୍ରୁଷ୍ଟିରୁ ରକ୍ଷା ପାଇପାରିବେ । ଏହିଦିନ ଶନିଙ୍କ ବୀଜ ମନ୍ତ୍ର ଔଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ଚରାୟ ନମଃ ମନ୍ତ୍ରକୁ ୧୦୮ ଥର ଉଚ୍ଚାରଣ କରନ୍ତୁ ।
ଘରେ ଶମିବୃକ୍ଷ ଲଗାନ୍ତୁ
ଏହିବୃକ୍ଷ ଘରେ ଲଗାନ୍ତୁ ଏବଂ ନିୟମିତ ରୂପରେ ଏହାର ପୂଜା କରନ୍ତୁ । ଏହାଦ୍ୱାରା ଆପଣଙ୍କ ଘରର ବାସ୍ତୁଦୋଷ ଦୂର ହେବା ସହ ଶନିଦେବଙ୍କ କୃପା ମଧ୍ୟ ଲାଗିରହିବ । ଏହିଭଳି କଳା କପଡ଼ାରେ ଶମିବୃକ୍ଷର ମୂଳକୁ ବାନ୍ଧି ନିଜର ଡାହାଣ କାନ୍ଧରେ ପିନ୍ଧିବା ଦ୍ୱାରା ଶନିଦେବ ଆପଣଙ୍କ ଉପରେ କୋପ କରିବେ ନାହିଁ ବରଂ ଆପଣଙ୍କ ଉନ୍ନତିରେ ସହାୟକ ହେବେ । ଜଳରେ ଗୁଡ଼ କିମ୍ବା ଚିନି ମିଶାଇ ଶନିବାର ଦିନ ଅଶ୍ୱତ୍‌ଥ ଗଛରେ ଜଳ ଦେବା ଏବଂ ତେଲଦୀପ ଜଳାଇବା ଦ୍ୱାରା ମଧ୍ୟ ଶନିଦେବଙ୍କ କୃପା ଲାଭ ହୋଇଥାଏ ।
ହନୁମାନଙ୍କ ପୂଜା
ପ୍ରଭୁ ହନୁମାନଙ୍କ ପୂଜା କରିବା ଦ୍ୱାରା ସବୁପ୍ରକାରର ସମସ୍ୟାରୁ ମୁକ୍ତି ମିଳିଯାଇଥାଏ । ନିୟମିତ ରୂପେ ପ୍ରଭୁ ହନୁମାନଙ୍କ ଚାଳିଶା ପାଠ କରନ୍ତୁ । ଆପଣଙ୍କ ଉପରେ କେବେ ମଧ୍ୟ ଶନିଙ୍କର ଖରାପ ନଜର ପଡ଼ିବ ନାହିଁ । ଏହିଦିନ ପ୍ରଭୁ ହନୁମାନଙ୍କୁ ନିଜ କ୍ଷମତା ଅନୁଯାୟୀ କିଛି ମିଠା ପ୍ରସାଦ ଚଢ଼ାନ୍ତୁ । ସୁନ୍ଦରକାଣ୍ଡର ପାଠ କରିବା ଦ୍ୱାରା ମଧ୍ୟ ବିଶେଷ ଫଳ ମିଳିଥାଏା
ମାତା-ପିତାଙ୍କ ସମ୍ମାନ ଓ ତାଙ୍କର ସେବା
ନିଜ ମାତା-ପିତାଙ୍କୁ ସମ୍ମାନ ଓ ସେବା କରୁଥିବା ଲୋକଙ୍କ ଉପରେ ଶନିଦେବ ବେଶ ସନ୍ତୁଷ୍ଟ ରହିଥାନ୍ତି । ଏହା ସହିତ ଶନିବାର ଦିନ କଳା ରଙ୍ଗର କିମ୍ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ଏବଂ ଭୀକାରୀଙ୍କୁ ନିଜ ଯୋଗ୍ୟତା ଅନୁଯାୟୀ କିଛି ଖାଦ୍ୟ କିମ୍ବା ବସ୍ତ୍ର ଦାନ କରିବା ଉଚିତ ।


Share It

Comments are closed.