ପାକିସ୍ତାନ ସେନା ମୁଖ୍ୟାଳୟ ନିକଟରେ ଆତ୍ମଘାତ ବୋମା ବିସ୍ପୋରଣ, ୧ ମୃତ, ୧୫ ଗୁରୁତର ଆହତ


ପାକିସ୍ତାନର ରାୱଲପିଣ୍ଡି ସହରର ସାଦର ଅଞ୍ଚଳରେ ଥିବା କୋଇଲା ସେଣ୍ଟର ଚୌକ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ଏକ ମୋଟରସାଇକେଲରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥି ସହିତ ଘଟଣା ସ୍ଥଳକୁ ସିଲ୍ କରିଛି।

ପାକିସ୍ତାନୀ ସେନା ମୁଖ୍ୟାଳୟ ନିକଟରେ ଥିବା ସହରର ସାଦର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏଥି ସହ ପୋଲିସର ମୁଖପାତ୍ର ସାଜିଦୁଲ ହାସନ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିସ୍ଫୋରକ ସାମଗ୍ରୀକୁ ବୈଦ୍ୟୁତିକ ପୋଲରେ ରଖାଯାଇଛି।

ମୁଖପାତ୍ର କହିଛନ୍ତି ଯେ ଘଟଣାସ୍ଥଳର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏଥିସହ ଦୁଇ ଶିଶୁଙ୍କ ସମେତ ୧୫ଜଣ ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିସ୍ଫୋରଣ ହୋଇଥିବା ସ୍ଥାନକୁ ସିଲ୍ କରାଯାଇଛି।

ପୋଲିସର ମୁଖପାତ୍ର କହିଛନ୍ତି ଯେ ଅନୁସନ୍ଧାନକାରୀ ଦଳ ଏବଂ ଫରେନସିକ୍ ସାଇନ୍ସ ଲ୍ୟାବ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି। ମୁଖପାତ୍ର କହିଛନ୍ତି ଯେ ଏହି ବିସ୍ଫୋରଣ ଏକ ସଂଗଠିତ ଆତଙ୍କବାଦ ପ୍ରୟାସ। ଯେଉଁମାନେ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ସେମାନେ ଆଇନରୁ ରକ୍ଷା ପାଇପାରିବେ ନାହିଁ | ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣ ପାଇଁ କେହି ଦାୟୀ ବୋଲି ଦାବି କରିନାହାଁନ୍ତି।


Share It

Comments are closed.