ବଲିଉଡକୁ ନେଇ ଏକ ବଡ ଖୁଲାସା କଲେ ନେହା, କହିଲେ ଗୀତ ଗାଇବା ପାଇଁ ତାଙ୍କୁ ମିଳେ ନାହିଁ ଟଙ୍କା


‘ଆଙ୍ଖ ମାରେ’, ‘ହୋ ସାକି’ , ‘ଦିଲବର’ ଏବଂ ‘କାଲା ଚଷାମ’ ଭଳି ଅନେକ ହିଟ ସଙ୍ଗୀତ ବଲିଉଡକୁ ଭେଟି ଦେଇଥିବା ନେହା କକ୍‌ଡ ବଲିଉଡ ଜଗତକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ଯେ, ଫିଲ୍ମ ଜଗତରେ ଗାୟିକଙ୍କୁ ଗୀତ ପାଇଁ କ୍ୱିଚିତ ଦରମା ମିଳେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମକୁ ବଲିଉଡରେ ଗୀତ ପାଇଁ ଟଙ୍କା ମିଳେ ନାହିଁ ।”
କାରଣ ଏହା ଯେ, ଯଦି ଏକ ସୁପରହିଟ ଗୀତ ଆସିବ, ତେବେ ଗାୟକ ସୋ’ ମାଧ୍ୟମରେ ଟଙ୍କା ଆୟ କରିବେ । ୩୧ ବର୍ଷୀୟା ଗାୟିକା ଜଣକ କହିଛନ୍ତି ଯେ, ମୋତେ ଲାଇଭ କନସର୍ଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଭଲ ଟଙ୍କା ମିଳିଯାଏ, କିନ୍ତୁ ବଲିଉଡରେ ଏଭଳି ହୁଏ ନାହିଁ । ଆମକୁ ଗୀତ ଗାଇବା ପାଇଁ ଟଙ୍କା ମିଳେ ନାହିଁ ।
ପ୍ରକାଶ ଥାଉକି, ନେହାଙ୍କର ୟୋ ୟୋ ହନି ସିଂହଙ୍କ ସହ ତାଙ୍କର ଆଗାମୀ ଗୀତ ଆସିବ । ଯେଉଁଥିରେ ସେ “ମାସ୍କୋ ସୁକାରେ ” ନିଜର ସ୍ୱର ଦେବେ ।


Share It

Comments are closed.