ଆଞ୍ଜେଲ୍ ୱାନ୍ ପକ୍ଷରୁ ଆଇପିଏଲ୍ ସହିତ ଅଫିସିଆଲ୍ ସହଯୋଗିତା


ଭୁବନେଶ୍ୱର: ଅଗ୍ରଣୀ ପ୍ରଯୁକ୍ତିଭିତିକ ଆର୍ଥିକ ସେବା ପ୍ରଦାନକାରୀ ଆଞ୍ଜେଲ୍ ୱାନ୍ ଲିମିଟେଡ୍ ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ସହ ସହଯୋଗିତା ସ୍ଥାପନ କରାଯାଇଛି । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ କମ୍ପାନି ଆଇପିଏଲ୍ ସହ ଯୋଡ଼ି ହୋଇ ରହିବ ଏବଂ ଆର୍ଥିକ ସେବା ବର୍ଗରେ ଆଇପିଏଲ୍‌ର ସହକାରୀ ସହଯୋଗୀ ହେବ । ଭାରତର ଯୁବବର୍ଗ ମଧ୍ୟରେ ଆର୍ଥିକ ସଚେତନତାର ପ୍ରସାର ଓ ସଶକ୍ତିକରଣ ପାଇଁ ଆଇପିଏଲ୍ ଜରିଆରେ ବିବିଧ ବର୍ଗର ଲୋକଙ୍କ ପାଖରେ ପହଂଚିବାକୁ କମ୍ପାନି ଲକ୍ଷ୍ୟ ରଖିଛି ।
ଆଇପିଏଲ୍ ସହ ଯୋଡ଼ି ହୋଇ ଟେଲିଭିଜନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ୮୦୦ ନିୟୁତରୁ ଅଧିକ ଦର୍ଶକଙ୍କ ପାଖରେ ପହଂଚି ବ୍ରାଣ୍ଡକୁ ବିଶାଳ ସ୍ତରରେ ପ୍ରଦର୍ଶନ କରିବା ପାଇଁ ଆଞ୍ଜେଲ ୱାନ୍‌କୁ ଏକ ଆକର୍ଷଣୀୟ ସୁଯୋଗ ପ୍ରଦାନ କରିବ । ବିସିସିଆଇ ସହିତ ଏହି ସହଯୋଗିତା ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ପାଇଁ ନୂତନ ମାର୍ଗ ଖୋଲିବା ପାଇଁ ଆଞ୍ଜେଲ ୱାନ୍‌ର ଦୀର୍ଘମିଆଦୀ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତାକୁ ଦର୍ଶାଉଛି । ଯଦିଓ ଆମେ ଯୁବବର୍ଗଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛୁ, ତେବେ ଏହି ସହଯୋଗିତା ଆମ ଗ୍ରାହକଙ୍କ ସହ ଯୋଡ଼ିହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଆଞ୍ଜେଲ ୱାନ୍‌ର ଲକ୍ଷ୍ୟ ହେଉଛି ଆଇପିଏଲ୍‌ର ବ୍ୟାପକ ଉପସ୍ଥିତିକୁ ଉପଯୋଗ କରି ବ୍ରାଣ୍ଡ୍ ଆକର୍ଷଣ, ସଂପୃକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ମଧ୍ୟରେ ନିଜ ଉପସ୍ଥିତିକୁ ସୁଦୃଢ଼ କରିବା ।
ଆଞ୍ଜେଲ ୱାନ୍ ଲିମିଟେଡ୍‌ର ମୁଖ୍ୟ ଅଭିବୃଦ୍ଧି ଅଧିକାରୀ ପ୍ରଭାକର ତିୱାରୀ କହିଛନ୍ତି ଯେ, “ଆଇପିଏଲ୍ ୨୦୨୪ ପାଇଁ ବିସିସିଆଇ ସହ ସହଯୋଗିତା ସ୍ଥାପନ କରି ଆମେ ଅତ୍ୟନ୍ତ ଉତ୍ସାହିତ । କେବଳ ଏକ କ୍ରୀଡ଼ା ନୁହେଁ, ତାଠାରୁ ଆଗକୁ ବଢ଼ି ଭାରତରେ କ୍ରିକେଟ୍‌ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବିପୁଳ ଲୋକଙ୍କ ପାଖରେ ଆଇପିଏଲ୍ ପହଂଚୁଥିବାରୁ ଆମକୁ ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କୁ ସଚେତନ ଆର୍ôଥକ ନିଷ୍ପତି ନେବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଉପକରଣ ସହିତ ସଶକ୍ତ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି । କ୍ରୀଡ଼ା ଓ ଫିନଟେକ୍‌ର ଏହି ନିରବଚ୍ଛିନ୍ନ ସମନ୍ୱୟ ମାଧ୍ୟମରେ ଭାରତରେ ଆର୍ôଥକ ସଚେତନତାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ ।”
ଆଞ୍ଜେଲ ୱାନ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଦିନେଶ ଡି ଠକ୍କର କହିଛନ୍ତି ଯେ, “ଆଇପିଏଲ୍ ହେଉଛି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଯେଉଁଥିରେ ବର୍ଷ ବର୍ଷ ଧରି ଉଭୟ ପ୍ରତିଷ୍ଠା ଏବଂ ଯୋଗଦାନରେ ଅଭିବୃଦ୍ଧି ଘଟିଛି ଯାହା ଭାରତର ଅନ୍ୟତମ ପ୍ରମୁଖ ଫିନଟେକ୍ ଭାବେ ଆଞ୍ଜେଲ ୱାନ୍‌ର ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି । ଆମର ପ୍ରାଥମିକ ଧ୍ୟାନ ବହୁ-ସେବା କ୍ଷେତ୍ରରେ ବିସ୍ତାର କରିବା ଉପରେ ରହିଛି ଯେଉଁଠାରେ ଆମେ ଆମର ସମସ୍ତ ଗ୍ରାହକଙ୍କ ଆର୍ôଥକ ଆବଶ୍ୟକତା ପୂରଣ କରିପାରିବା । ଏହି ଭାଗିଦାରୀ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଂଚିବା ପାଇଁ ଆମର ପ୍ରୟାସକୁ ସୁଦୃଢ଼ କରୁଛି ଏବଂ କ୍ରିକେଟପ୍ରେମୀଙ୍କ ଏକ ପିଢ଼ିକୁ ପ୍ରେରଣା ଦେବା ପାଇଁ ଆମେ ଉତ୍ସାହିତ ।”


Share It

Comments are closed.