ଜାପାନରେ ୫.୩ ତୀବ୍ରତାର ଭୂକମ୍ପ, ଅଳ୍ପକେ ବର୍ତ୍ତିଲେ ଏସ.ଏସ ରାଜାମୌଲୀ ଓ ପୁଅ କାର୍ତ୍ତିକେୟ


ସାଉଥ୍‍ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍‍.ଏସ୍‍ ରାଜାମୌଲି ତାଙ୍କ ପୁଅ ଏସ୍‍ କାର୍ତ୍ତିକେୟଙ୍କ ସହ ଗତ କିଛି ଦିନ ହେବ ଜାପାନରେ ରହିଛନ୍ତି । ଆରଆରଆର ର ସ୍କ୍ରିନିଂ ପାଇଁ ଜାପାନରେ ପହଂଚିଥିଲେ ରାଜାମୌଲି । ମାର୍ଚ୍ଚ ୨୧ ଗୁରୁବାର ଦିନ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ସମୟରେ ରାଜାମୌଲି ଓ ତାଙ୍କ ପୁଅ କାର୍ତ୍ତିକେୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାପାନରେ ଅନୁଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ରହିଥିଲା । ରାଜାମୌଲି ଏହି ଭୂମିକମ୍ପ ବିଷୟରେ ପ୍ରଶଂସକଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ।
କାର୍ତ୍ତିକେୟ ସୋସିଆଲ ମିଡ଼ିଆରେ ଏକ ଚିତ୍ର ସେୟାର କରିଛନ୍ତି ଏବଂ ନିଜ ସ୍ମାର୍ଟ ୱାଚରେ ଭୂକମ୍ପ ଆଲର୍ଟ ଦେଖାଇଛନ୍ତି । ଏହାର କିଛି ସମୟ ମଧ୍ୟରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ବେଳେ ବିଲ୍ଡିଂର ୨୮ମହଲାରେ ଆରଆରଆର ଟିମ୍‍ ସହ ରହିଥିଲେ ରାଜାମୌଲି ।


Share It

Comments are closed.