ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା, ଗୋଟିଏ ଦିନରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ


ଆମେରିକାରେ କରୋନା ଭାଇରସ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛି । ଆମେରିକା ଏବେ ବିଶ୍ୱର ଏଭଳି ଏକମାତ୍ର ଦେଶ ହୋଇଛି ଯେଉଁଠାରେ ଗୋଟିଏ ଦିନରେ ୨୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏଠାରେ ଗତ ୨୪ ଘଂଟାଣ୍ଟ ମଧ୍ୟରେ ୨୧୦୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଗୁରୁବାଦ ଦିନ ଆମେରିକାରେ ପାଖାପାଖି ୧୭୦୦ଲୋକଙ୍କର ମୃତ୍ୟୁ ହୋଇଥିଲା ।

ଆମେରିକାର ନ୍ୟୁୟର୍କ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି । ଜନ୍ ହପକିନ୍ସ ୟୁନିଭର୍ସିଟି ଅନୁଯାୟୀ କେବଳ ଏହି ସହରରେ ପାଖାପାଖି ୧ ଲକ୍ଷ ୬୨ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଏଠାରେ ୫୮୨୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଯେବେକି ପୁରା ଆମେରିକାରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କୁ ଲାଗୁଛି ଯେ ଆମେରିକାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୦୦୦୦୦ରୁ କମ ହେବ । ଜଣାଇଦେଉଛୁ ଯେ ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନଙ୍କର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଆମେରିକାରେ କରୋନା ଭାଇରସରେ ଦୁଇ ଲକ୍ଷ ରୁ ଅଧିକ ମୃତ୍ୟୁ ହୋଇପାରେ ।

ମୃତ୍ୟୁ ମାମଲାରେ ଇଟାଲୀ ଶୀର୍ଷରେ

ଦୁନିଆରେ କରୋନା ଭାଇରସ ମୃତ୍ୟୁ ମାମଲାରେ ଇଟାଲୀ ଏବେ ମଧ୍ୟ ଶୀର୍ଷ ସ୍ଥାନରେ ରହିଛି । କରୋନା ଭାଇରସ ଏହି ଦେଶରେ ବିଧ୍ୱଂସ ଖେଳାଇଦେଇଛି । ଜନ ହାଁପକିସ ୟୁନିର୍ଭିଟିର ଆକଳନ ଅନୁଯାୟୀ ଏହି ଦେଶରେ ଏପର୍ଯ୍ୟନ୍ତ ୧୮୮୪୯ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଆମେରିକା ପରେ ତୃତୀୟ ସ୍ଥାନରେ ରହିଛି ସ୍ପେନ ଯେଉଁଠାରେ ମୃତ୍ୟୁ ସଂଖ୍ୟା ୧୬୦୮୧ରେ ପହଂଚିଛି । ୧୩୧୯୭ ମୃତ୍ୟୁ ସହିତ ଫ୍ରାନ୍ସ ଚତୁର୍ଥ ସ୍ଥାନରେ ରହିଛି । ସେହିଭଳି ୮୯୫୮ ମୃତ୍ୟୁସଂଖ୍ୟା ସହିତ ବ୍ରିଟେନ ପଂଚମ ସ୍ଥାନରେ ରହିଛି ଶୁକ୍ରବାର ଦିନ ପୁରା ଦୁନିଆରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ପାର କରିଯାଇଛି । ଯେବେକି ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷର ପାଖାପାଖି ପହଂଚି ସାରିଛି । ।


Share It

Comments are closed.