ବୁଧବାର ଏହି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ପାଇବେ ସୁଖ ସମ୍ମାନ, ପରିବହନ ଓ ବାଣିଜ୍ୟରେ ଲାଭ ଜନକ


ମେଷ– ସପ୍ତମ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସୁଖ ସମ୍ମାନ ମିଳିବ । ସାଂସାରିକ ବନ୍ଧୁ ବାନ୍ଧବଙ୍କର ଆଗମନ ହୋଇପାରେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ସନ୍ତୋଷ ଜନକ ଫଳ ମିଳିବ ।

ବୃଷ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ମନମୁତାବକ କାର୍ଯ୍ୟ ସଫଳ ହେବ । ସାଂସାରିକ ଶୁଭଫଳ ମିଳିବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଲାଭ ଜନକ ହେବ ।

ମିଥୁନ- କୃଷ୍ଣ ପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ମନର ଅଶାନ୍ତି କିଛିଟା ହୋଇପାରେ । ସାଂସାରିକ ଅର୍ଥଚିନ୍ତା ରହିବ । ମହିଳାମାନେ ଉଦାରମନା ରହିବେ । ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ ।

କର୍କଟ- କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ କରିବେ । ସାଂସାରିକ ଦୂରସ୍ଥାନକୁ ଯାଇ ପାରନ୍ତି । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ଶୁଭ ଫଳ ମିଳିବ ।

ସିଂହ- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ସହଯୋଗ ମିଳିବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ ।

କନ୍ୟା- କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଅନିଶ୍ଚିତା ଭିତରେ ଗତି କରିବେ । ସାଂସାରିକ ପଡ଼ୋଶୀଙ୍କ ସହ ମନାନ୍ତର ରହିବେ । ପରିବହନ ଓ ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ ।

ତୁଳା- ଚନ୍ଦ୍ରଙ୍କ ସ୍ୱ-ଗାରଗମନ ହେତୁ ଦିନ ଚର୍ଯ୍ୟ ବିଳାସପୂର୍ଣ୍ଣ ରହିବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ଜନ ସେବାରେ ବ୍ରତୀ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ ।

ବିଛା- କୃଷ୍ଣ ପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ସଫଳ ହେବେ । ସାଂସାରିକ ବାକିଥିବା କାର୍ଯ୍ୟ ସମାପନ୍ନ କରିବେ । ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ବାଣିଜ୍ୟରେ ସମଫଳ ମିଳିବ ।

ଧନୁ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧିପାଇବ । ସାଂସାରିକ ସୁଖ ଶାନ୍ତି ପ୍ରାପ୍ତି ହେବ । ମହିଳାମାନେ ରକ୍ଷଣଶୀଳ ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ ।

ମକର- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ବସ୍ତ୍ରାଦି ଆଭୁଷଣ କ୍ରୟ କରିପାରନ୍ତି । ରାଜନୀତିରେ ପ୍ରଭାବଶାଳୀ ରହିବେ । ବାଣିଜ୍ୟରେ ଉତ୍ତମ ଆୟ ହେବ ।

କୁମ୍ଭ- କୃଷ୍ଣ ପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ କାର୍ଯ୍ୟବିଳମ୍ବ ଦେଖାଦେବ । ସାଂସାରିକ ଉଦାହରମନା ରହିବେ । ମହିଳାମାନେ ଧର୍ମ କର୍ମରେ ମନ ରଖିବେ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ ।

ମୀନ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଠକାମୀରେ ପଡିପାରନ୍ତି । ସାଂସାରିକ ଅଭାବ ଅସୁବିଧା ରହିବ । ରାଜନୀତିରେ ଶତୃବୃଦ୍ଧି ହେବେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ।


Share It

Comments are closed.