ଜାଣନ୍ତି କି ଭିନ୍ନ ଭିନ୍ନ ଆଙ୍ଗୁଠିରେ ମୁଦି ପିନ୍ଧିବାର ରହିଛି ଭିନ୍ନ ଅର୍ଥ . . . . .


ମହିଳା ଠାରୁ ପୁରୁଷ ପର‌୍ୟ୍ୟନ୍ତ ସମସ୍ତେ ମୁଦି ପିନ୍ଧିବାକୁ ଖୁବ ଭଲ ପାଇଥାନ୍ତି । ପ୍ରାୟତଃ ମହିଳାମାନେ ସମସ୍ତ ଆଙ୍ଗୁଠିରେ ମୁଦି ପିନ୍ଧିବାକୁ ବହୁତ ଭଲପାଇଥାନ୍ତି । ପାମ ହିଷ୍ଟ୍ରି ଅନୁଯାୟୀ ଭିନ୍ନ ଭିନ୍ନ ଆଙ୍ଗୁଠିରେ ମୁଦି ପିନ୍ଧିବାର ଭିନ୍ନ ଭିନ୍ନ ଅର୍ଥ ରହିଛି । ଆସନ୍ତୁ ଜାଣିବା କେଉଁ ଆଙ୍ଗୁଠିରେ ମୁଦି ପିନ୍ଧିବାର କଣ ଅର୍ଥ ରହିଛି ।
୧. ବୃଦ୍ଧାଙ୍ଗୁଳିରେ ମୁଦି ପିନ୍ଧିବାର ଅର୍ଥ – ବୃଦ୍ଧାଙ୍ଗୁଳିରେ ମୁଦି ପିନ୍ଧିବା ବର୍ତ୍ତମାନ ଏକ ଷ୍ଟାଇଲ ହୋଇଯାଇଛି । ପାମ ହିଷ୍ଟ୍ରି ଅନୁଯାୟୀ ଏହି ଆଙ୍ଗୁଠିରେ ଆପଣ ମୁଦି ପିନ୍ଧୁଥିଲେ ଏହା ଆତ୍ମବିଶ୍ୱାସ ଏବଂ ଆତ୍ମ ପ୍ରତ୍ୟୟୀକୁ ଦର୍ଶାଏ । ଆପଣ ଏଥିରେ ରୁବି, ଗ୍ରାନେଟ ଏବଂ କାର୍ଲେନିୟମ ଲଗାଇପାରିବେ ।
୨. ତର୍ଜନୀ ଆଙ୍ଗୁଠିରେ ମୁଦି ପିନ୍ଧିବାର ଅର୍ଥ – ଏହି ଆଙ୍ଗୁଠିରେ ମୁଦି ପିନ୍ଧିବା ନେତୃତ୍ୱ କରିବାର ଗୁଣ, ଆତ୍ମବିଶ୍ୱାସକୁ ଦର୍ଶାଇଥାଏ । ଏହି ଆଙ୍ଗୁଠିରେ ଆପଣ ସୁନା, ହିରା ଏବଂ ରୁବି ପିନ୍ଧିପାରିବେ ।
୩. ମଝି ଆଙ୍ଗୁଠିରେ ମୁଦିରେ ପିନ୍ଧିବାର ଅର୍ଥ – ମଝି ଆଙ୍ଗୁଠିରେ ମୁଦି ପିନ୍ଧିବା ଦାୟିତ୍ୱବୋଧତାକୁ ବୁଝାଏ । ମଝି ଆଙ୍ଗୁଠିରେ ମୁଦି ପିନ୍ଧୁଥିଲେ ଆପଣ ହିରା, ରୁବି କିମ୍ବା ସୁନାର ଛଲା ପିନ୍ଧିପାରିବେ ।
୪. ଅନାମିକା ଆଙ୍ଗୁଠିରେ ମୁଦି ପିନ୍ଧିବାର ଅର୍ଥ – ଶାସ୍ତ୍ର ଅନୁଯାୟୀ ଅନାମିକାରେ ଆଙ୍ଗୁଠିରେ ମୁଦି ପନ୍ଧିବା ଖୁବ ଭଲ ହୋଇଥାଏ । ଅନାମିକାରେ ମୁଦି ସୁଖ ସମୃଦ୍ଧି ୃର ଅର୍ଥ ଅଟେ । ଏହି ଆଙ୍ଗୁଠିରେ ମୁଦି ଭଲପାଇବା ଏବଂ ସମ୍ମାନର ସଂକେତ ଅଟେ ।
୫. ଛୋଟ ଆଙ୍ଗୁଠିରେ ମୁଦି -ପ୍ରାୟତଃ ବହୁ କମ ଲୋକ ଛୋଟ ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି । ଛୋଟ ଆଙ୍ଗୁଠିରେ ମୁଦିର ଅର୍ଥ ହେଉଛି ଜଣେ ଭଲ ପରାକ୍ରମୀ । ଆପଣ ଛୋଟ ଆଙ୍ଗୁଠିରେ ଅମ୍ବର, ବ୍ଲଷ୍ଟୋନ ଏବଂ ସୁନା ପିନ୍ଧିପାରିବେ ।


Share It

Comments are closed.