ଜାଣନ୍ତୁ ଭାରତର ବିଭିନ୍ନ ସ୍ଥାନର କିଛି ପ୍ରସିଦ୍ଧ ଖାଦ୍ୟ ବିଷୟରେ, ଯାହା ଆପଣ ଆଗରୁ ଜାଣିନଥିବେ


ଭାରତରେ ପ୍ରତି ୫୦ କିଲୋମିଟର ସ୍ଥାନ ଅତିକ୍ରମ କରିବା ପରେ ଖାଦ୍ୟର ସ୍ୱାଦ ବଦଳି ଯାଏ ବୋଲି କୁହାଯାଏ । । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଓ ଗୁଜରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବ୍ୟଞ୍ଜନର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ। ଏଭଳି କେତେକ ସ୍ଥାନ ବିଷୟରେ ଓ ସେଠାରେ ପ୍ରସିଦ୍ଧ ଖାଦ୍ୟପେୟ ବିଷୟରେ ଜାଣନ୍ତୁ…….

କାଠି ରୋଲସ୍
କଲିକତାର ନ୍ୟୁ ମାର୍କେଟରେ କାଠି ରୋଲସ୍ ଅଧିକ ପରିମାଣରେ ମିଳିଥାଏ। ଏହା ଛଡ଼ା ଏହି ମାର୍କେଟରେ ସ୍ନାକସ୍ ମିଳିଥାଏ। ଯାହା ତାଲେଭାଜା ନାମରେ ବେଶ ପ୍ରସିଦ୍ଧ ଅଟେ।

ଫ୍ରାଏ ଫିସ୍
କଲିକତାର ଗୋଲପାର୍କ ୫- ପଏଣ୍ଟ କ୍ରସିଙ୍ଗ ନିକଟରେ ଥିବା ବଜାରରେ ଫ୍ରାଏ ଫିସ୍ ମିଳିଥାଏ। ଏହା ଖୁବ ପ୍ରସିଦ୍ଧ।

ପ୍ରସିଦ୍ଧ ବେଙ୍ଗଲୀ ଖାଦ୍ୟ
ନ୍ୟୁ ମାର୍କେଟ ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟର ଖାଦ୍ୟ ଖୁବ ପ୍ରସିଦ୍ଧ। ଭେକ୍ଟି ମାଛର ତରକାରୀ, ବିଭିନ୍ନ ଆମିଷ ତରକାରୀ ଓ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଏଠାରେ ମିଳେ। ଏଠାକାର ସମସ୍ତ ଖାଦ୍ୟ ଖୁବ ସ୍ୱାଦିଷ୍ଟ ହୋଇଥିବାରୁ ଖୁବ ଭିଡ଼ ପରିଲକ୍ଷିତ ହୋଇଥାଏ।

କଲିକତାର ଭବାନୀପୁର ସ୍ଥିତ ଦୋକାନରେ ମିଳୁଥିବା ରସଗୋଲା ଖୁବ ପ୍ରସିଦ୍ଧ। ଏଠାରେ ମିଳୁଥିବା ରସମଲେଇ, ରାଜଭୋଗ, ସନ୍ଦେଶ ଖାଇଲେ ଆତ୍ମତୃପ୍ତି ମିଳେ। ଗୁଡ଼ରୁ ପ୍ରସ୍ତୁତ ହୋଇଥିବା ରସଗୋଲା ମଧ୍ୟ ଏଠାରେ ମିଳିଥାଏ, ଯାହା ଖୁବ ସ୍ୱାଦିଷ୍ଟ।

ବହୁ କମ ଲୋକେ ୧୦୦୧ ଟଙ୍କାର ପାନ ଖାଇ ଥିବେ। କଲିକତାରେ କଲେଜ ଷ୍ଟ୍ରିଟ୍ ନିକଟରେ ପାଖାପାଖି ୮ ରୁ ୧୦ ଟି ପ୍ରସିଦ୍ଧ ପାନ ଦୋକାନ ରହିଛି। ଏଠାରେ ୫ ଟଙ୍କାରୁ ୧୦୦୧ ଟଙ୍କା ପର୍ୟ୍ୟନ୍ତ ପାନ ମିଳିଥାଏ। ଏଠାକାର ଦୋକାନରେ ମିଳୁଥିବା ପାନ ଅନ୍ୟ ଦେଶମାନଙ୍କରେ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।

ମଣିପୁରର ସ୍ୱତନ୍ତ୍ର ଖାଦ୍ୟ ବିଷୟରେ…….

ପାକ୍ନମ –
ମଣିପୁରର ଲୋକେ ମାଛ ଓ ଭାତ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି। ଏହି ବ୍ୟଞ୍ଜନ ମଧ୍ୟ ମାଛରୁ ପ୍ରସ୍ତୁତ କରାଯାଏ। ଏହା ଆଳୁ ଟିକ୍କୀ କିମ୍ବା କବାବ ଭଳି ଲାଗିବ। ଏହାକୁ ସସ କିମ୍ବା ଚଟଣି ସହ ଖାଇପାରିବେ।

ସିଙ୍ଗଜୁ –
ମଣିପୁର ଠାରେ ପ୍ରସିଦ୍ଧ ସାଲାଡ଼ ମିଳେ। ଏହି ସାଲାଡ଼ରେ କୋବି, ପିଆଜ ଓ ଅନ୍ୟାନ୍ୟ ଦ୍ରବ୍ୟ ପଡ଼ିଥାଏ। ସମସ୍ତ ପ୍ରକାରର ଖାଦ୍ୟ ସହ ଏହା ନିଶ୍ଚୟ ମିଳେ।

ମୋରୋକକ ମେଟପା –
ଏହା ଏକ ପ୍ରକାରର ସ୍ୱାଦିଷ୍ଟ ଚଟଣି ଅଟେ। ଏହାକୁ ପିଆଜ ଓ କଞ୍ଚା ଲଙ୍କା ପକାଇ ପ୍ରସ୍ତୁତ ହୋଇଥାଏ। ସମସ୍ତ ପ୍ରକାରର ଖାଦ୍ୟରେ ଏହି ଚଟଣିକୁ ଖାଇପାରିବେ।

ଚାହାଓ ଖିରୀ –
ଏହି ଖିରୀକୁ ଚାଉଳ, କ୍ଷୀର, କିଛି ଫଳ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ। ଏହି ମିଠାଦ୍ରବ୍ୟ ଖାଇବାକୁ ଖୁବ ସ୍ୱାଦିଷ୍ଟ ଲାଗିଥାଏ।

ଏରୋବା –
ଏହି ବ୍ୟଞ୍ଜନ ମାଛକୁ ସିଜାଇ, ଫ୍ରାଏ କରି କରାଯାଏ। ଏହାକୁ ଆପଣଙ୍କୁ ଭାତ ସହ ଖାଇବାକୁ ଦିଆଯାଏ। ଯଦି ଆପଣଙ୍କୁ ମାଛ ଖାଇବା ପସନ୍ଦ ତେବେ ଏହାକୁ ନିଶ୍ଚୟ ଖାଆନ୍ତୁ।

ସୁପ –
ଏଠାରେ ସମସ୍ତ ପ୍ରକାରର ପରିବା ପକାଇ ଏକ ପ୍ରକାର ସୁପ ପ୍ରସ୍ତୁତ ହୋଇଥାଏ। ଏହା ଖାଇବାକୁ ଖୁବ ସ୍ୱାଦ ଲାଗେ। ଏହି ସୁପକୁ ମାଛ ଓ ଭାତ ସହ ଖାଇଲେ ଖୁବ ସୁଆଦିଆ ଲାଗେ।

ଯଦି ଆପଣ ପଞ୍ଜାବୀ ଥାଳି ବା ଖାଦ୍ୟର ମଜା ନେବା ଚାହୁଁଛନ୍ତି ତେବେ ଭ୍ରମଣ ପାଇଁ ପଞ୍ଜାବ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ରାଜମା, ଛୋଲେ, ଅନ୍ନ, ପନିର , ନାନ୍ , ଡ଼ାଲ୍ ମଖନି, ଚପାତି, ସରସୋ କା ଶାଗ୍ , ( ସୋରିଷ ଶାଗ )ମକା ରୁଟି , ପ୍ରସିଦ୍ଧ ଲସି, ଆଦି ଖାଦ୍ୟର ମଜା ନେଇ ପାରିବେ।

ଏତଦ ବ୍ୟତୀତ ଆମିଷ ବ୍ୟଞ୍ଜନ ମଧ୍ୟ ଖାଇବାକୁ ଖୁବ ସୁଆଦିଆ। ଏଠାରେ ଖାଦ୍ୟର ମଜା ନେବା ସହ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ଓ ଅମୃତ ସହରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ ଭ୍ରମଣ ପାଇଁ ଯାଇପାରିବେ।
ଯଦି ଆପଣ ରାଜସ୍ଥାନୀ ଖାଦ୍ୟର ମଜା ନେବା ଇଚ୍ଛୁକ ତେବେ ଜୟପୁର, ଜୋଧପୁର, ରାଜସ୍ଥାନର ଅନ୍ୟ ସହରରେ ଡ଼ାଲ ବାଟୀ, ଚୁରମା, ରାଜ କଚୋରୀ ଭଳି ବହୁ ସ୍ୱାଦିଷ୍ଟ ଖାଦ୍ୟର ଖାଇବାର ସୁଯୋଗ ପାଇପାରିବେ ଓ ବିଭିନ୍ନ ସ୍ଥାନ ମଧ୍ୟ ବୁଲିପାରିବେ।

ଗୁଜୁରାଟୀ ଖାଦ୍ୟ ଥାଳୀରେ ଆପଣ ଶାକାହାରୀ ଭୋଜନ ପାଇବେ। ଏଠାରେ ବିଭିନ୍ନ ପ୍ରକାରର ମିଠାର ମଜା ନେଇପାରିବେ। ଥେପଲା, ଖାଣ୍ଡବୀ, ଢୋକଲା, ପୁରନ ପୋଲୀ ଭଳି ଖାଦ୍ୟର ଆନନ୍ଦ ପାଇପାରିବେ।

ମହାରାଷ୍ଟ୍ରରେ ଖାଦ୍ୟର ମଜା ନେବା ପାଇଁ ଆପଣଙ୍କୁ ମୁମ୍ବଇ ଯିବାକୁ ପଡ଼ିବ। ଏଠାରେ ଆପଣ ପାଓ, ଭାଜି, ଆମିଷରେ ପ୍ରସ୍ତୁତ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ଖାଇପାରିବେ।


Share It

Comments are closed.