ଶନିବାର ଦିନ ଭଗବାନ ଶନିଙ୍କୁ କିପରି କରିବେ ପ୍ରସନ୍ନ


ଶନି ଦେବତାଙ୍କୁ ନ୍ୟାୟର ଭଗବାନ କୁହାଯାଏ । ସେ ଆପଣଙ୍କ କର୍ମ ହିସାବରେ ଆପଣଙ୍କୁ ଦଣ୍ଡ କିମ୍ବା ପୁରସ୍କାର ପ୍ରଦାନ କରିଥାନ୍ତି । ଭଗବାନ ଶନିଙ୍କୁ ପୂଜା କରିବା ଦ୍ୱାରା ଘରେ ସୌଭାଗ୍ୟ, ଭଲ ସ୍ୱାସ୍ଥ୍ୟ ଏବଂ ସୁଖଶାନ୍ତି ବ୍ୟାପ୍ତ ହୋଇଥାଏ । ଭଗବାନ ଶନିଙ୍କୁ କେହି କେହି ଶନି ଦେବତା ଏବଂ କେହି କେହି ଶନି ଗ୍ରହ କହିଥାନ୍ତି । ବୈଦିକ ନିତୀରେ ଶନି ଗ୍ରହ ତଥା ଶନି ଦେବତାଙ୍କୁ ପୂଜା କରି ତାଙ୍କୁ ପ୍ରସନ୍ନ କରିବା ଦ୍ୱାରା ଜୀବନରେ ବହୁ ପ୍ରକାରର ପରିବର୍ତ୍ତନ ଆସିଥାଏ । ଆସନ୍ତୁ ଜାଣିବା ଶନିବାର ଦିନ କିପରି କରିବେ ଭଗବାନ ଶନିଙ୍କୁ ପ୍ରସନ୍ନ ।
୧. ଭଗବାନ ଶନିଙ୍କୁ ପ୍ରସନ୍ନ କରିବାକୁ ଶନିବାର ଦିନ ଶନି ମନ୍ତ୍ର ସ୍ମରଣ କରନ୍ତୁ ।
୨. ଶନିବାର ଦିନ ମନରେ କୌଣସି ଭାବନା ନରଖି ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ ।
୩. ଶନିବାର ଦିନ ରାସ୍ତାରେ ବୁଲା କଳା କୁକୁରଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ ।
୪. ଶନିବାର ଦିନ ଆପଣ ଓସ୍ତ ବୃକ୍ଷକୁ ପୂଜା କରିପାରିବେ ।
୫. ଠାକୁର ଘରେ ଆପଣ ସୋରିଷ ତେଲରେ ପ୍ରସ୍ତୁତ ଦ୍ୱୀପ ପ୍ରଜ୍ୱଳନ କରନ୍ତୁ । ଆପଣ ଯଜ୍ଞ ଏବଂ ହୋମ ମଧ୍ୟ ଘରେ କରିପାରିବେ ।
୬. ଖାଲି ପାଦରେ କିଛି ସମୟ ଘାସରେ ଚାଲନ୍ତୁ ଏବଂ ଶନି ମନ୍ତ୍ର ଉଚ୍ଚାରଣ କରନ୍ତୁ ।
୭. ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଭଗବାନ ହନୁମାନଙ୍କୁ ପୂଜା କରିପାରିବେ ।
୮. ଶନିବାର ଦିନ ଆପଣ ଗରିବ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କିରାପାରିବେ ।
୯. ଆପଣ କଳା କାଉକୁ ମଧ୍ୟ ଖାଦ୍ୟ ପ୍ରଦାନ କରନ୍ତୁ ଏବଂ ବିଭିନ୍ନ ପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରିପାରିବେ ।
୧୦. ଆପଣ ଶନିବାର ଦିନ ଭଗବାନ ଶିବଙ୍କ ଅବତାର କାଳ ଭୈରବଙ୍କୁ ମଧ୍ୟ ପୂଜା କରିପାରିବେ ।


Share It

Comments are closed.