ଟାଟା ପାୱାର (ଟିପି) ଡିସ୍‌କମ୍ ପକ୍ଷରୁ ଓଡ଼ିଶା ସେବା ବିଜନେସ୍ ଆସୋସିଏଟ୍ (ବିଏ) ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ


ଭୁବନେଶ୍ୱର: ଓଡ଼ିଶାର ଟିପି ଡିସ୍‌କମ୍ ପକ୍ଷରୁ ଭୁବନେଶ୍ୱରରେ ୨୦୨୩ ଅଗଷ୍ଟ ୩୧ରେ ଓଡ଼ିଶା ସେବା ବିଜନେସ୍ ଆସୋସିଏଟ୍‌ସ (ବିଏ) ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଲ୍‌ଟି, ୧୧କେଭି, ୩୩କେଭି ନେଟ୍‌ୱର୍କ ରକ୍ଷଣାବେକ୍ଷଣ, ପିଏସ୍‌ଏସ୍ ପରିଚାଳନା, ପ୍ରକଳ୍ପ କାର୍ଯ୍ୟକ୍ରମ, ମିଟର ସ୍ଥାପନ, ମିଟର ରିଡିଂ, ରାଜସ୍ୱ ସଂଗ୍ରହ, ବଂଟନ ଟ୍ରାନ୍ସଫର ମରାମତି ଆଦି କାର୍ଯ୍ୟକଳାପରେ ନିୟୋଜିତ ସମସ୍ତ ପ୍ରମୁଖ ବିଜନେସ୍ ଆସୋସିଏଟ୍‌ମାନଙ୍କୁ ଏହି ସମ୍ମିଳନୀ ପାଇଁ ଆମନ୍ତ୍ରଣ କରାଯାଇଥିଲା ।
ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌)ର ସିଇଓ ଶ୍ରୀ ଅରବିନ୍ଦ ସିଂହ, ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌)ର ସିଇଓ ଭାସ୍କର ସରକାରଙ୍କ ସମେତ ଟିପି ଡିସ୍‌କମ୍‌ର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀରେ ଗ୍ରିଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଟିପିସିଓଡିଏଲ୍ ସିଇଓ, ଟିପିଏନ୍‌ଓଡିଏଲ୍ ସିଇଓ ଓ ଗ୍ରିଡ୍‌କୋର ଏମ୍‌ଡିଙ୍କ ବିଶିଷ୍ଟ ବକ୍ତବ୍ୟ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସ୍ଥାନୀୟ ବିଏ ଓ ବିଶେଷ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଏମ୍‌ଏସ୍‌ଏମ୍‌ଇମାନଙ୍କ ପ୍ରସାର ଲାଗି ଟିପି ଡିସ୍‌କମ୍‌ର ପ୍ରକ୍ୟୁରମେଂଟ୍ (ସଂଗ୍ରହ) ପ୍ରକ୍ରିୟା ଓ ନିୟମ ଏବଂ ଟିପି ଡିସକମ୍‌ଗୁଡ଼ିକ ଗ୍ରହଣ କରିଥିବା ନୀତି ଉପରେ ସମସ୍ତ ଅଂଶଗ୍ରହଣକାରୀ ବିଜନେସ୍ ଆସୋସିଏଟ୍‌ମାନଙ୍କୁ ସହ ଆଲୋଚନା ହୋଇଥିଲା ଏବଂ ପ୍ରଶ୍ନୋତର କାର୍ଯ୍ୟକ୍ରମ ଦୁଇ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ।
ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ବିଦ୍ୟୁତ ବଂଟନ ସେବା ପ୍ରଦାନ କରିବାର ପ୍ରମୁଖ ଉଦ୍ଦେଶ୍ୟ ନେଇ ଓଡ଼ିଶା ଓ ଏମ୍‌ଏସ୍‌ଏମ୍‌ଇ ବିଜନେସ୍ ଆସୋସିଏଟ୍‌ମାନଙ୍କର ପ୍ରସାର ଲାଗି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନତିମୂଳକ ଚିନ୍ତାଧାରା ଓ ପ୍ରସ୍ତାବର ଆଦାନପ୍ରଦାନ ହୋଇଥିଲା । ବିଜନେସ୍ ଆସୋସିଏଟ୍‌ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ଯାହାକୁ ଡିପି ଡିସ୍‌କମ୍‌ଗୁଡ଼ିକ ସ୍ପଷ୍ଟ କରିଥିଲେ ଏବଂ ତାହାକୁ ଲିପିବଦ୍ଧ କରିଥିଲେ ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ ସାଧାରଣ ସୁରକ୍ଷା ଅଭ୍ୟାସକୁ କାର୍ଯ୍ୟକାରୀ କରିବା, ଗୁଣାତ୍ମକ ମାନ, ବେଧାନିକ ନିୟମ ପାଳନ, ପ୍ରକଳ୍ପକୁ ସଠିକ୍ ସମୟରେ କାର୍ଯ୍ୟକାରୀ କରିବା ପ୍ରତି ଟିପି ଡିସ୍‌କମ୍‌ଗୁଡ଼ିକ ପ୍ରତିବଦ୍ଧ ରହିଛନ୍ତି ଏବଂ ସେହି ମାର୍ଗଦର୍ଶିକା (ଗାଇଡ୍‌ଲାଇନ୍‌)କୁ ଅନୁସରଣ କରିବା ଲାଗି ସେ ବିଜନେସ୍ ଆସୋସିଏଟ୍‌ମାନଙ୍କୁ ଆହ୍ୱାନ ଦେଇଛନ୍ତି । ନିକଟରେ ଘଟିଥିବା କାଳବୈଶାଖୀ ଓ ବନ୍ୟା ସମୟରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଅତୁଟ ସମର୍ଥନ ପ୍ରଦାନ କରିଥିବାରୁ ଓଡ଼ିଶା ବିଜନେସ୍ ଆସୋସିଏଟ୍‌ମାନଙ୍କୁ ସେ ପ୍ରଶଂସା କରିଛନ୍ତି ।
ଓଡ଼ିଶା ବିଜନେସ୍ ଆସୋସିଏଟ୍‌ମାନଙ୍କ ପ୍ରସାର ପାଇଁ ଟିପି ଡିସକମ୍‌ଗୁଡ଼ିକ ପ୍ରତିବଦ୍ଧ ଥିବା ଉପରେ ଟିପିଏନ୍‌ଓଡିଏଲ୍‌ର ସିଇଓ ଭାସ୍କର ସରକାର ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଟେଣ୍ଡର ସର୍ତାବଳୀ, ଟେଣ୍ଡର ଯୋଗ୍ୟତା ମାନ୍ୟତା ଆଦିକୁ ଉପଯୁକ୍ତ ଭାବେ ବିଚାରକୁ ନେଇ ସ୍ଥାନୀୟ ବିଜନେସ୍ ଆସୋସିଏଟ୍‌ମାନଙ୍କୁ ଅଧିକାଂଶ ଯୋଗାଣ ଓ ସେବା କାର୍ଯ୍ୟ ପ୍ରଦାନ କରିବାକୁ ଟିପି ଡିସକମ୍‌ଗୁଡ଼ିକୁ ଅଗ୍ରାଧିକାର ଦେଉଛନ୍ତି ।
ଭବିଷ୍ୟତରେ ଏଭଳି ଭାବ ବିନିମୟ ଓ କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ ଆୟୋଜନ ହେବା ଉଚିତ ବୋଲି ଟିପି ଡିସକମ୍‌ର ପରିଚାଳନା କର୍ତୃପକ୍ଷ ଅବଗତ କରିଥିଲେ ।


Share It

Comments are closed.