ସ୍ତନ କ୍ୟାନସର କଣ ? କେଉଁ ଖାଦ୍ୟ ଖାଇବାଦ୍ୱାରା ସ୍ତନ କ୍ୟାନସରରୁ ନିଜକୁ କିପରି ଦୂରେଇ ରଖିବେ


ଭାରତରେ ମହିଳାମାନଙ୍କ ମଧ୍ୟରେ ସ୍ତନ କ୍ୟାନସର ଖୁବ ସାଧାରଣ ସମସ୍ୟା ରୂପେ ମୁଣ୍ଡ ଟେକିଛି । ଭାରତରେ ପ୍ରତ୍ୟେକ ୨୮ଜଣଙ୍କ ମଧ୍ୟରେ ଜଣେ ସ୍ତନ କ୍ୟାନସରରେ ପିଡୀତ । ସ୍ତନ କ୍ୟାନସର ପ୍ରାୟତଃ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ବେଳେ ୧ରୁ ୨ ପ୍ରତିଶତ ପୁରୁଷମାନଙ୍କୁ ପ୍ରଭାବିତ କରିଥାଏ । ଏହା ଶରୀରରେ ହରମୋନର ପରିବର୍ତ୍ତନ, ଜୀବନଶୈଳୀ ଏବଂ ପାଶ୍ୱର୍ ପରିବେଶ ଦ୍ୱାରା ସୃଷ୍ଟି ହୋଇଥାଏ । ସ୍ତନ କ୍ୟାନସର ମୁଖ୍ୟତଃ ଦୁଗ୍ଧ ଉତ୍ପନ୍ନ କରୁଥିବା ଡକ୍ଟରେ ସୃଷ୍ଟି ହୋଇଥାଏ ଏବଂ ପରେ ଏହା ସମ୍ପୂର୍ଣ୍ଣ ଶରୀରକୁ ସମ୍ପ୍ରସାରିତ ହୋଇଥାଏ । ସମୟ ଥାଉ ଥାଉ ଏହି ମାରାତ୍ମକ ରୋଗ ନିରୂପଣ ହେବା ଦ୍ୱାରା ଏହା ସମ୍ପୂର୍ଣ୍ଣ ମାତ୍ରାରେ ଏଡାଇ ଦିଆଯାଇପାରିବ । ଏହାର ବିଭିନ୍ନ ଲକ୍ଷଣଗୁଡିକମଧ୍ୟରେ ସ୍ତନର ଆକାରରେ ପରିବର୍ତ୍ତନ, କୁଣ୍ଡାଇ ହେବା, ସ୍ତନ ଲାଲ ପଡିଯିବା ଇତ୍ୟାଦି । ଆମ୍ଭେମାନେ ଖାଦ୍ୟ ପେୟରେ କିଛି ଖାଦ୍ୟ ପଦାର୍ଥ ମିଶାଇବା ଦ୍ୱାରା କ୍ୟ।।ନସରର ସମସ୍ୟାରୁ କିଛି ମାତ୍ରାରେ ରକ୍ଷା ପାଇପାରିବା । ପ୍ରତିଦିନ ନିଜର ଖାଦ୍ୟ ପେୟରେ ଏହି ସମସ୍ତକୁ ସେବନ କରନ୍ତୁ ଏବଂ ସ୍ତନ କ୍ୟାନସରଠାରୁ ନିଜକୁ କିଛି ମାତ୍ରାରେ ଦୂରେଇ ରଖନ୍ତୁ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ମିଳିବ ସୁଫଳ ।
୧. ହଳଦୀ – ପ୍ରଦିଦିନ ଖାଦ୍ୟରେ ହଳଦୀ ସେବନ ଦ୍ୱାରା ଏହାର ଆଣ୍ଟି-ଅକ୍ସିଡାଣ୍‌ଟ ଗୁଣ ଶରୀରରେ ଘାତକ ବ୍ୟାକ୍ଟେରିଆର ବିନାଶ ହୋଇଥାଏ । ଏଥିରେ ଥିବା କରକ୍ୟୁମିନ ରସାୟନ ଶରୀରରେ ସ୍ତନ କ୍ୟାନସରରୁ ରକ୍ଷା ପ୍ରଦାନ କରିଥାଏ । ଆପଣ ଏହାକୁ ପତ୍ର‌୍ୟେକ ଦିନ ଖାଦ୍ୟ ପ୍ରସ୍ତୁତି ସମୟରେ ସେବନ କରିପାରିବେ କିମ୍ବା ସକାଳୁ ଖାଲି ପେଟରେ ଉଷୁମ ଜଳ ସହିତ ପିଇପାରିବେ ।
୨. ବ୍ରୋକଲି କିମ୍ବା ଗ୍ରିନ ପରିବା – ବ୍ରୋକଲିରେ ଟ୍ୟୁମର ଏବଂ କ୍ୟାନସର ପରି ରୋଗରୁ ମୁକ୍ତି ପ୍ରଦାନ କରିବା ପାଇଁ ଖୁବ ଉପକରୀ । ବ୍ରୋକଲିକୁ ଷ୍ଟିମ କରି ସାଲାଡ କିମ୍ବା ରାନ୍ଧି ଖାଇପାରିବେ । ଏହା ସହିତ ଗ୍ରିନ ପରିବା ମଧ୍ୟ ମିଶାଇ ଖାଇପାରିବେ ।
୩. ରସୁଣ – ରସୁଣ ରକ୍ତ ପରିସ୍କାର କରିଥାଏ । ଏହା ଶରୀରରେ କ୍ୟାସନର ସୃଷ୍ଟି କରୁଥିବା କୋଷକୁ ନିୟନ୍ତ୍ରଣ କରିଥାଏ । ରସୁଣରେ ଥିବା ଆୟଲିକ ସଲଫାଇଡ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ମଧ୍ୟ କରିଥାଏ । ଖାଲି ପେଟରେ ରସୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।
୪. ସେଓ – ସେଓରେ ଆଣ୍ଟି- କ୍ୟାନସର ଗୁଣ ରହିଛି । ପ୍ରତ୍ୟେକ ଦିନ ଆପଲର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ଆଣ୍ଟି-ଆକ୍ସିଡାଣ୍ଟ , ଫାଇବର ଏବଂ ମିନେରାଲର ଉତ୍ତମ ସ୍ରୋତ ଅଟେ ।
୫. ୱାଲନଟ , ବିଭିନ୍ ଡ୍ରାଏ ଫ୍ରୁଟ – ୱାଲନଟରେ ଓମେଗା-୩ ଫ୍ୟାଟି ଏସିଡ ରହିଛି ଯାହା କ୍ୟାନସର ସୃଷ୍ଟି କରୁଥିବା କୋଷକୁ ନିୟନ୍ତ୍ରଣରେ ରଖିଥାଏ । ପ୍ରତିଦିନ ଖାଦ୍ୟରେ ଡ୍ରାଏ ଫ୍ରୁଟର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି କରାଯାଇପାରିବ । ଶରୀରରେ ଓମେଗା-୩ର ବୃଦ୍ଧି ପାଇଁ ଆପଣ ମାଛ ମଧ୍ୟ ଖାଇପାରିବେ ।
୬. ଗ୍ରିନ ଟି- ଗ୍ରିନ ଟିରେ ଥିବା କ୍ୟାକେଟିନ ସ୍ତନ କ୍ୟାନସର ସୃଷ୍ଟିକାରୀ କୋଷକୁ ନିୟନ୍ତ୍ରଣରେ ରଖିଥାଏ । ଗବେଷଣା ଅନୁଯାୟୀ ଗ୍ରିନ ଟି ସମସ୍ତ ପ୍ରକାରର କ୍ୟାନସରରୁ ରକ୍ଷା କରିଥାଏ ।

 


Share It

Comments are closed.