ଖଜୁରୀ ଖାଉଛନ୍ତି କି ଜାଣନ୍ତୁ ଏହାର ଉପକାରୀତା ଏବଂ ଅପକାରିତା ସମ୍ପର୍କରେ


ଖଜୁରୀ ବିଶ୍ୱର ଟ୍ରପିକାଲ କ୍ଷେତ୍ରରେ ଉପଲବ୍ଧ ହୋଉଥିବା ଏକ ଲାଭଦାୟକ ଫଳ । ଏହାର ବୃକ୍ଷ ପଥିକକୁ ଛାଇ ଦେଇନଥାଏ କିନ୍ତୁ ଏହାର ଫଳ ଅତ୍ୟନ୍ତ ଉପକାରୀ ହୋଇଥାଏ । ଏହାର ଭାରତର ଉଷ୍ମ ଜଳବାୟୁରେ ଉତ୍ପନ୍ନ ହୋଇଥାଏ । ପ୍ରାକୃତିକଭାବେ ମିଠା ହୋଇଥିବା ଖଜୁରୀ ଶରୀର ପାଇଁ ଖୁବ ଲାଭଦାୟୀ । ଏହା ଫାଇବର, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ,ଆଇରନ, ଭିଟାମିନ ବି-୬ର ଉତ୍ତମ ସ୍ରୋତ ଅଟେ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ-
୧. ନିୟମିତ ଖଜୁରୀର ସେବନ ଦ୍ୱାରା ରକ୍ତହୀନତା, ଦୁର୍ବଳତା, ଖାସ, ଶ୍ୱାସ, ଟିବି ଆଦି ସମସ୍ୟାରୁ ମୁକ୍ତି ପାଇପାରିବେ ।
୨. ପ୍ରତିଦିନ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କୁ ୪ରୁ ୫ଟି ଖଜୁରୀର ସେବନ କରିବା ଆବଶ୍ୟକ । ଏହା ଦ୍ୱାରା ଶରୀରର ମାଂସପେଶୀ ମଜବୁତ ହୋଇଥାଏ ।
୩. ପ୍ରତିଦିନ ସକାଳେ ଖାଲି ପେଟରେ ଗୁଡ ସହିତ ଏହାର ସେବନ କରନ୍ତୁ । ଏହା ଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ ।
୪. ଖଜୁରୀକୁ ଭଲ ଭାବେ ଶୁଖାଇ ପାଣିରେ ଭିଜାଇ ଖାଇବା ଦ୍ୱାରା ଷ୍ଟୋନ ରୋଗରୁ ମୁକ୍ତି ମିଳିଥାଏ ।
୫. ଶୀତଦିନେ ଶରୀରରେ ଗରମ ଉତ୍ପନ୍ନ କରିଥାଏ ଖଜୁରୀ । କଫ ସମସ୍ୟାରୁ ମଧ୍ୟ ଖଜୁରୀ ମୁକ୍ତି ପ୍ରଦାନ କରିଥାଏ ।
୬. ପ୍ରତିଦିନ ଦୁଇଟି ଶୁଖିଲା ଖଜୁରୀକୁ ଦୁଗ୍ଧରେ ମିଶାଇ ଖାଇବା ଦ୍ୱାରା କେଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।
୭. ଅଣ୍ଟା ବିନ୍ଧା କିମ୍ବା ଶରୀରରେ ହାଡର ବିନ୍ଧାବିନ୍ଧିରୁ ଖଜୁରୀ ରକ୍ଷା କରିଥାଏ । ଏହାକୁ ଶୁଖିଲା କିମ୍ବା ପାଣିରେ ଭିଜାଇ ଖାଇପାରିବେ ।
୮. ଶରୀରରେ ରକ୍ତ ପ୍ରସ୍ତୁତି କରିବା ସହିତ ଓଜନ ବଢିବାରେ ସାହାଯ୍ୟ କରିଥାଏ ଖଜୁରୀ ।
୯. ଏହାକୁ ଡାଇବେଟିସ ରୋଗୀମାନେ ମଧ୍ୟ ସେବନ କରିପାରିବେ କାରଣ ଏହା ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ ।
୧୦. ଏହା ମସ୍ତିଷ୍କର ବୃଦ୍ଧି କରିଥାଏ ଏବଂ ଶରୀର ପାଇଁ ପ୍ରାକୃତିକ ଫୁଏଲ ପରି କାର୍ଯ୍ୟ କରିଥାଏ ।
ଖଜୁରୀର ସେବନରେ କିଛି ସାବଧାନତା ମଧ୍ୟ ଅବଲମ୍ବନ କରାଯାଇଥାଏ ନଚେତ ଏହା ଶରୀର ପାଇଁ କୌଣସି ପ୍ରକାରର ଲାଭ ଦାୟକ ହୋଇନଥାଏ । ଆସନ୍ତୁ ଜଣିବା ଖଜୁରୀ ଖାଇବା ସହିତ କଣ ସାବଧାନତା ଅବଲମ୍ବନ କରିବେ –
୧. ଖଜୁରୀ ଖାଇବା ପୂର୍ବରୁ ଏହାକୁ ଉଷୁମ ପାଣିରେ ଧୋଇ ଖାଆନ୍ତୁ । ଏହା ଦ୍ୱାରା ଏଥିରେ ଥିବା ଧୂଳି ଧୋଇହୋଇଯାଇଥାଏ ।
୨. ଖଜୁରୀକୁ ଦୁଗ୍ଧ ସହିତ ଖାଇବା ଉଚିତ ଜଳ ସହିତ ନୁହେଁ ।
୩. ଥଣ୍ଡା ହୋଇଥିବା ବ୍ୟକ୍ତି ଖଜୁରୀ ଖାଇବା ପରେ ପାଣି ପିଇବା ଆବଶ୍ୟକ ।
୪. ଖଜୁରୀର ଅଧିକ ସେବନ ଦ୍ୱାରା ଆଲର୍ଜି ସମସ୍ୟା ମଧ୍ୟ ହୋଇଥାଏ ।
୫. ଖଜୁରୀକୁ ସର୍ବଦା ସତେଜ ଫଳ ସହିତ ଖାଇବା ଆବଶ୍ୟକ ।
୬. ଖଜୁରୀ ଶରୀର ପାଇଁ ହିତକାରୀ ହୋଇଥଲେ ମଧ୍ୟ ୪ରୁ ଅଧିକର ସେବନ କରିବା ଉଚିତ ନୁହେଁ ।
୭. ଖରାଦିନେ ମଧ୍ୟ ଖଜୁରୀର ଖାଇବା କମ କରିବା ଆବଶ୍ୟକ ।


Share It

Comments are closed.