ଭାଇରାଲ ହେଉଛି ଫଟୋ, ଲୋକେ କହିଲେ- ଏ ହେଉଛନ୍ତି ହୃଦୟରୁ ଧନୀ


ଏ ଫଟୋକୁ ଦେଖୁଛନ୍ତି ତ । ଅନେକ ବ୍ୟକ୍ତିଙ୍କ ହୃଦୟ ଜିଣି ଗଲାଣି ଏହି ଫଟୋ ! ଏମିତି ଏହି ଫଟୋରେ କ’ଣ ଅଛି ? ଭାବନ୍ତୁ କାଳେ ଆପଣ କିଛି ଜାଣି ପାରିବେ । ଯଦି ଜାଣି ପାରୁନାହାନ୍ତି ତେବେ ଏହାକୁ ସେୟାର କରିଥିବା ଆଇଏଫଏସ ଅଧିକାରୀ ପ୍ରବଣୀ କାସୱାନଙ୍କ କ୍ୟାପସନକୁ ଦେଖନ୍ତୁ । ସେ ଲେଖିଛନ୍ତି ଯେ, “ଏହି ଫଟୋକୁ ଫଠାଇଥିବା ବ୍ୟକ୍ତିଙ୍କ କହିବା କଥା ଏହା ଯେ, ଏହି ପରିବାର ହାଇୱେରେ ଚାଲୁଛନ୍ତି । ନିଜର ସମସ୍ତ ଆସବାବ ପତ୍ର ସହ ପୋଷା ଜୀବଜନ୍ତୁଙ୍କୁ ମଧ୍ୟ ସାଙ୍ଗରେ ନେଇ ଚାଲୁଛନ୍ତି । ଏଠାରେ ଅନେକ ଲୋକ ଅଛନ୍ତି ଯେଉଁମାନେକି ଟିକିଏ ଅସୁବିଧା ହେଲେ ସମାନଙ୍କ ଛାଡିଦେଇଥାନ୍ତି । ସତରେ ଏହି ପରିବାର ଏକ ସୁନ୍ଦର ବାର୍ତ୍ତା ଦେଉଛି ।”

ମିଳିଥିବା ସୂଚନା ମୁତାବକ, ଏମାନେ ପ୍ରବାସୀ ଶ୍ରମିକ ଅଟନ୍ତି ଯେଉଁମାନେ କି ନିଜ ଆସବାବ ପତ୍ର ଏବଂ ପୋଷା ଜୀବଜନ୍ତୁଙ୍କୁ ନେଇ ମହାରାଷ୍ଟ୍ରର ନାସିକ ହାଇୱେରେ ଚାଲୁଛନ୍ତି । ପ୍ରକାଶ ଥାଉକି ଏହି ଫଟୋ, ୩ ମେ’ରେ ଉଠାଯାଇଥିଲା ।


Share It

Comments are closed.