କରୋନାର ବିଭୀଷିକା, ଖାଦ୍ୟ ପାଇଁ ରେଳ ଷ୍ଟେସନରେ ଲୋକଙ୍କ ଭିତରେ ସଂଘର୍ଷ


ଲକ୍‌ଡାଉନ ଏବଂ କରୋନା ଭାଇରସ ମଧ୍ୟରେ ସରକାର ବର୍ତ୍ତମାନ ରେଳ ରେଳ ସେବା ଆରମ୍ଭ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଏଥିପାଇଁ ନିଆଯାଇଛି ଯେ, ଲୋକେ ନିଜ ଘରେ ଏବଂ କାର୍ଯ୍ୟସ୍ଥଳୀମାନଙ୍କରେ ପହଞ୍ଚି ପାରିବେ । ଏହି ମଧ୍ୟରେ ଏକ ଭିଡିଓ ସାମନାକୁ ଆସିଛି, ଯାହାକୁ ଦେଖିଲା ଆପଣଙ୍କୁ ଜଣାପଡିବ ଯେ ବର୍ତ୍ତମାନ ସମୟରେ ଅଭାବୀ ଲୋକମାନେ କିପରି ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି ।

ନରେନ୍ଦ୍ର ନାଥ ମିଶ୍ର ଏହି ଭିଡିଓକୁ ନିଜ ଟ୍ୱିଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, “ଭୋକ ବିରୋଧରେ ସଂଘର୍ଷ, ବିହାରର କଟିହରା ଷ୍ଟେସନରେ ବିସ୍କୁଟ ନେବା ପାଇଁ ସଂଘର୍ଷ ।” ଏହି ଭିଡିଓରେ ରେଳ ଷ୍ଟେସନରେ ରେଳ ଯାତ୍ରା କରିବା ପାଇଁ ଯାତ୍ରୀଙ୍କ ଲାଗି ବିସ୍କୁଟ ରଖାଯାଇଥିଲା । ଲୋକେ ଏହି ବିସ୍କୁଟ ନେବା ପାଇଁ ପରସ୍ପର ସହ ସଂଘର୍ଷ କରିବାକୁ ମଧ୍ୟ ପଛାଇନଥିଲେ । ଏମାନଙ୍କ ମଧ୍ୟରୁ କୌଣସି ଏଭଳି ବ୍ୟକ୍ତି ଜଣେ ନଥିଲେ, ଯିଏକି ନିଜ ଭାଗ ନେବା ସହ ଅନ୍ୟକୁ ତା’ର ଭାଗ ନେବା ପାଇଁ ସୁଯୋଗ ଦେବ । ଟଣା ଘୋସଡା ଚାଲିଥିଲା । ସମସ୍ତେ ପୂରା ବ୍ୟାଗ ଛଡାଇବା ପାଇଁ ଚାହୁଁଥିଲେ ।
ଏହି ଭିଡିଓ ଭାଇରାଲ ହେବା ପରେ କେତେକ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ କହିଛନ୍ତି ଲୋକେ ଶାନ୍ତି ଶୃଙ୍ଖଳାରେ ଏହି ବିସ୍କୁଟ ନେଇ ପାରିଥାନ୍ତେ କିନ୍ତୁ ସେମାନେ ଏପରି କଲେ ନାହିଁ ।


Share It

Comments are closed.