ବିଗବସ ସିଜନ ୧୦ର ଏହି ପ୍ରତିଯୋଗୀଙ୍କ ହେଲା ଦେହାନ୍ତ : ପକ୍ଷାଘାତରେ ଥିଲେ ଆକ୍ରାନ୍ତ


ବିଗ୍ ବସ୍ ୧୦ ର ବିବାଦୀୟ ପ୍ରତିଯୋଗୀ ରହିଥିବା ସ୍ୱାମୀ ଓମ୍ ଙ୍କର ଦେହାନ୍ତ ହୋଇଛି | ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ। ଖବର ଅନୁଯାୟୀ, ତାଙ୍କ ଶରୀରର ଅଧା ପକ୍ଷାଘାତ ହୋଇଯାଇଥିଲା, ଯେଉଁଥିପାଇଁ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

ସ୍ୱାମୀ ଓମ୍ ଦିଲ୍ଲୀର ଏମ୍ସ ରେ ଚିକିତ୍ସିତ ହେଉଥିଲେ | ଏହି ଦୁଃଖଦ ଖବର ସ୍ୱାମୀ ଓମଙ୍କର ବନ୍ଧୁ ମୁକେଶ ଜେନାଙ୍କ ପୁଅ ଅର୍ଜୁନ ପ୍ରଦାନ କରିଥିଲେ। ଅର୍ଜୁନ କହିଥିଲେ ଯେ କିଛି ଦିନ ପୂର୍ବରୁ ତାଙ୍କର ପକ୍ଷାଘାତ ହୋଇଥିଲା। କରୋନାରୁ ସୁସ୍ଥ ହେବା ପରେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିଲା। ସ୍ବାମୀ ଓମଙ୍କ ଅନ୍ତିମ ସଂସ୍କାର ଅପରାହ୍ନରେ ଦିଲ୍ଲୀର ନିଗମ ବୋଧ ଘାଟରେ ଅନୁଷ୍ଠିତ ହେବ।

ସ୍ବାମୀ ଓମ୍ ୨୦୧୯ ଲୋକସଭା ନିର୍ବାଚନରେ ​​ନୂଆଦିଲ୍ଲୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ସେ ମଧ୍ୟ ବହୁ ଚର୍ଚ୍ଚାରେ ଥିଲେ | ପ୍ରତ୍ୟେକ ଚ୍ୟାନେଲର ବିତର୍କରେ ତାଙ୍କୁ ଦେଖିବାକୁ ମିଳିଥିଲା ​​|

ପ୍ରକାଶଥାଉ ଯେ ସ୍ବାମୀ ଓମ୍ ବିଗବସ ସିଜନ ୧୦ ରେ ଜଣେ କମନର ରୂପେ ପ୍ରବେଶ କରିଥିଲେ ​​| ଶୋ’ରେ ତାଙ୍କ ସହ ଭିଜେ ବାଣିଙ୍କ ମଧ୍ୟରେ ପ୍ରବଳ ଫାଇଟ ହୋଇଥିଲା। ଯେତେବେଳେ ‘ବିଗ୍ ବସ୍’ ସ୍ୱାମୀ ଓମ୍ ଙ୍କୁ ବାହାରକୁ ଯିବାକୁ ଆଦେଶ ଦେଲେ, ସେ ଘରୁ ବାହାରକୁ ଯିବାକୁ ପ୍ରସ୍ତୁତ ନଥିଲେ | ପରେ ତାଙ୍କୁ ସୁରକ୍ଷାକର୍ମୀ ବାହାର କରିଥିଲେ।

ସ୍ବାମୀ ଓମ୍ ଙ୍କ ପୁରା ଜୀବନ ବିବାଦରେ ପରିପୂର୍ଣ୍ଣ ଥିଲା | ତାଙ୍କୁ ବିଗ୍ ବସ୍ ରେ ବାହାର କରି ଦିଆଯାଇଥିବା ବେଳେ ତାଙ୍କ ଭାଇ ଚାରି ବର୍ଷ ପୂର୍ବେ ତାଙ୍କ ଉପରେ ଚୋରି କରିଥିବା ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।


Share It

Comments are closed.