କଣ ଆପଣ କସ୍ତୁରୀ ମେଥିର ଏହି ଫାଇଦାଗୁଡ଼ିକ ବିଷୟରେ ଜାଣିଛନ୍ତି ?


କସ୍ତୁରୀ ମେଥୀ, ଭାରତୀୟ ଉପମହାଦେଶରେ ବେଶ ଭଲ ଭାବରେ ଜଣାଶୁଣା ଏକ ପ୍ରାଚୀନ ମସଲା | ଏହା ସାଧାରଣଭାବେ ଶୁଖିଲା ମେଥି ପତ୍ର ହୋଇଥାଏ ଏବଂ ଏହା ସାଧାରଣ ହର୍ବ ଯାହାକି ଡିସରେ ସ୍ୱାଦ ଏବଂ ସୁଗନ୍ଧ ଯୋଗାଇବା ପାଇଁ ବ୍ୟବହୃତ ହୁଏ | କସ୍ତୁରୀ ମେଥି ସାମାନ୍ୟ ପିତା କିନ୍ତୁ ଏହା ବ୍ୟଞ୍ଜନର ସ୍ୱାଦ ଦୁଇଗୁଣ ବଢ଼ାଇ ଦେଇଥାଏ। ସ୍ୱାଦ ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଯଦି ଆପଣ ଦୈନନ୍ଦିନ ଭୋଜନରେ କସ୍ତୁରୀ ମେଥି ସାମିଲ କରୁଛନ୍ତି ତାହେଲେ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। ତେବେ ଆସନ୍ତୁ ଜାଣିବା କସ୍ତୁରୀ ମେଥି କାହିଁକି ଲାଭଦାୟକ ହୋଇଥାଏ।

ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଅଛି ତାହେଲେ କସ୍ତୁରୀ ମେଥି ସେବନ ବହୁତ ଲାଭଦାୟକ। ଏଥିରେ ଫାଇବର ଥିବାରୁ ଏହା ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ପେଟକୁ ସଫା କରି କୋଷ୍ଠକାଠିନ୍ୟରୁ ଆରାମ ଦେଇଥାଏ। ସନ୍ତୁଳିତ ମାତ୍ରାରେ ଫାଇବର ଥିବାରୁ ଗ୍ୟାସ୍ଟ୍ରୋଟେସ୍ଟଇନାଲ ପ୍ରକ୍ରିୟା ଠିକ ରହେ ଓ ହଜମ ପ୍ରକ୍ରିୟା ସହଜ ହୋଇଥାଏ।

କସ୍ତୁରୀ ମେଥି ଏନିମିଆ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଭରପୁର ମାତ୍ରାରେ ଆଇରନ ରହିଛି ଯାହାଦ୍ୱାରା ହେମୋଗ୍ଲୋବିନ ମାତ୍ରା ଠିକ ରହିଥାଏ ଓ ଏନିମିଆର ପ୍ରଭାବ ଦୂର କରିଥାଏ। ମହିଳା ନିଶ୍ଚୟ ସେବନ କରିବା ଉଚିତ।

ଯଦି ଆପଣ ଓଜନ ବଢିବା ନେଇ ଚିନ୍ତିତ ତାହେଲେ କସ୍ତୁରୀ ମେଥି ଆପଣଙ୍କ ପାଇଁ ଲାଭଦାୟକ। ଆପଣ ପ୍ରତିଦିନ ଭୋଜନରେ କସ୍ତୁରୀ ମେଥି ପ୍ରୟୋଗ କରିପାରିବେ। ଖାଲି ପେଟରେ ଏହାର ସେବନ ଲାଭଦାୟକ ପ୍ରମାଣିତ ହୋଇଥାଏ।

କସ୍ତୁରୀ ମେଥି ସେବନ ଦ୍ୱାର ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ ରହେ। ମଧୁମେହ ରୋଗୀ କସ୍ତୁରୀ ମେଥି ନିଶ୍ଚୟ ସେବନ କରିବା ଉଚିତ। ଏଥିରେ ଥିବା ହାଇପୋଗ୍ଲାଇସେମିକ ଗୁଣ ବ୍ଲଡ଼ରେ ସୁଗାର ମାତ୍ରା କାମ କରିଥାଏ। ଏଥିପାଇଁ ରାତିରେ ୧୦ ଗ୍ରାମ ମେଥି ୪୦ ମିଲି ପାଣିରେ ପକାଇ ରଖିଦିଅନ୍ତୁ। ସକାଳୁ ଖାଲି ପେଟରେ ଏହି ପାଣି ସେବନ ବହୁତ ଲାଭଦାୟକ।

ପ୍ରସବ ପରେ କସ୍ତୁରୀ ମେଥି ଚା’ ବହୁ ଲାଭଦାୟକ। ଏଥିରେ ଥିବା ଗ୍ୟାଲେକ୍ଟଗାଗ (Galactagogue) ମା’ କ୍ଷୀର ବୃଦ୍ଧି କରିଥାଏ।

(ନୋଟ:ଉପରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କୁ ସାମାନ୍ୟ ସୂଚନା ଦେବା ପାଇଁ ଉଦ୍ଦିଷ୍ଟ । କୌଣସି ଜିନିଷର ସେବନ କିମ୍ବା ବ୍ୟବହାର ପୂର୍ବରୁ ବିଶେଷଜ୍ଞଙ୍କ ସହିତ ନିଶ୍ଚିତ ରୂପେ ପରାମର୍ଶ କରନ୍ତୁ ।)


Share It

Comments are closed.