ଆଂଟାର୍କଟିକାରେ ଧଳା ରୁ ସବୁଜ ରଙ୍ଗକୁ ପରିବର୍ତିତ ହେଉଛନ୍ତି ବରଫ ପାହାଡ଼, ପରିବର୍ତନ ଦେଖି ବୈଜ୍ଞାନିକ ମଧ୍ୟ ଚିନ୍ତିତ


ବର୍ତମାନ ଚାରିଆଡ଼େ ଜଳବାୟୁରେ ବିରାଟ ପରିବର୍ତନ ଦେଖାଯାଉଛି । ଆଂଟର୍କଟିକା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ, ଯେଉଁଠାରେ ବରଫର ଧଳା ପାହାଡ଼ ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଦେଇଛନ୍ତି । ଆଂଟର୍କଟିକାରେ ଏବେ ସବୁଜ ରଙ୍ଗର ବରଫ ପାହାଡ଼ ଦେଖିବାକୁ ମିଳୁଛି ।
ଆଂଟାର୍କଟିକାରେ ଶ୍ୱେତ ବରଫରେ ଲଦାହୋଇଥିବା ପାହାଡ଼ଗୁଡ଼କୁ ଦେଖି କେହି ମଧ୍ୟ ବିମୋହିତ ହୋଇଯିବ । କିନ୍ତୁ ଏବେ ଏହି ପାହାଡ଼ ଦ୍ୱାରା ନିଜକୁ ସବୁଜ ରଙ୍ଗରେ ପରିଣତ କରିବା ପ୍ରକ୍ରିୟା ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ । ଦୁନିଆଯାକର ବୈଜ୍ଞାନିକ ଏହି ଅସାମାନ୍ୟ ଗତିବିଧି ଦ୍ୱାରା ଚିନ୍ତିତ ଅଛନ୍ତି ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପୁରା ଦୁନିଆରେ ଜଳବାୟୁ ପରିବର୍ତନର ପ୍ରଭାବ ଦେଖିବାକୁ ମିଳିଛି । ଆଂଟାର୍କଟିକାରେ ପାହାଡ଼ଗୁଡ଼ିକର ରଙ୍ଗରେ ଆସିଥିବା ପରିବର୍ତନ ପଛରେ ପର୍ଯ୍ୟାବରଣରେ ଆସିଥିବା ପରିବର୍ତନର ହାତ ରହିଛି । ଏହି ପରିବର୍ତନକୁ ଏଭଳି ବୁଝାଯାଇପାରେ ଯେ ମହାକାଶରୁ ନିଆଯାଇଥିବା ଫଟୋରେ ମଧ୍ୟ ଏହାକୁ ସ୍ପଷ୍ଟ ଭାବେ ଦେଖାଯାଇପାରୁଛି ।

ରଙ୍ଗ ପରିବର୍ତନର କାରଣ
ବୈଜ୍ଞାନିକମାନେ ପାହାଡ଼ରେ ଏହି ରଙ୍ଗ ପରିବର୍ତନ ପାଇଁ ଶୈବାଳକୁ ଦାୟୀ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଆଂଟାର୍କଟିକାରେ ଲମ୍ବା ସମୟରୁ ଶୈବାଳ ଉପସ୍ଥିତ ରହିଛନ୍ତି । ଏବେ ଶୈବାଳଙ୍କର ଉପସ୍ଥିତି ବଢ଼ିଯାଇଛି, ଯେଉଁ କାରଣରୁ ପାହାଡ଼ରେ ଜମିଥିବା ବରଫର ରଙ୍ଗ ଧଳାରୁ ସବୁଜ ହେବାରେ ଲାଗିଛି । ବ୍ରିଟିଶ ସନ୍ଧାନକାରୀ, ଅନ୍ନେଷ୍ଟ ଶୈକେଲ୍‌ଟନ୍ ଏହି ବିଷୟରେ ତଥ୍ୟ ଦେଇଛନ୍ତି ।

ଦୁଇବର୍ଷର ତଥ୍ୟର ବିଶ୍ଲେଷଣ
ୟୁରୋପିୟାନ ସ୍ପେସ ଏଜେନ୍ସି ସେଂଟିନେଲ-୨ ସାଟେଲାଇଟ୍ ଜରିଆରେ ଗତ ଦୁଇ ବର୍ଷର ତଥ୍ୟ ଜମା କରିଛନ୍ତି । ଏଥିରେ ଆଂଟାର୍କଟିକାର ସ୍ଥଳଭାଗକୁ ସଠିକ ଭାବରେ ବିଶ୍ଲେଷଣ କରାଯାଇଛି । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟିଶ ଆଂଟାର୍କଟିକା ସର୍ବେକ୍ଷଣ ଏକାଠି ମିଶି ଏକ ମାନଚିତ୍ର ପସ୍ତୁତ କରିଛନ୍ତି । ଏହି ମାନଚିତ୍ରରେ ଶୈବାଳର ଦ୍ରୁତ ଗତିରେ ବଢ଼ୁଥିବାର ଜଣାପଡ଼ୁଛି । ବିଶେଷ କରି ଆଂଟାର୍କଟିକାର ମାଳଭୂମି ତଟରେ ଏହାର ମାତ୍ରା ଅଧିକ ଦେଖାଯାଉଛି । କାର୍ବନ ଉତ୍ସର୍ଜନ ମଧ୍ୟ ଅନେକ ମାତ୍ରାରେ ବଢ଼ିଛି ।
ରାୟଟର୍ସର ଏକ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକମାନେ ଜଣାଇଛନ୍ତି ଯେ ସେମାନେ ଏହି କଥା ଉପରେ ଯାଂଚ କରୁଛନ୍ତି ଯେ ଶୈବାଳ କେଉଁଠାରୁ ବଢ଼ୁୁଛି ଏବଂ କଣ ଭବିଷ୍ୟତରେ ଏଗୁଡ଼ିକର ଦ୍ରୁତଗତିରେ ବଢ଼ିବାର ସମ୍ଭାବନା ରହିଛି । ଶୈବାଳର ବିଶେଷତ୍ୱ ହେଉଛି ଯେ ସେମାନେ ବାତାବରଣରୁ କାର୍ବନ ଡାଇଅକ୍ସାଇଡକୁ ଶୋଷଣ କରିନେଇଥାନ୍ତି । ବୈଜ୍ଞାନିକଙ୍କ କହୁଛନ୍ତି ଯେ ଏହାର ସିଧା ଅର୍ଥ ଏହା ଯେ ଏହି ଅଂଚଳରେ କାର୍ବନ ଉତ୍ସର୍ଜନ ବଢ଼ୁଛି ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଅଂଚଳରେ ୟୁକେର ପେଟ୍ରୋଲ କାରଗୁଡ଼ିକର ଯାତାୟାତ କାରଣରୁ କାର୍ବନ ଉତ୍ସର୍ଜନ ଅନେକ ମାତ୍ରାରେ ବଢ଼ିଯାଇଛି । ବୈଜ୍ଞାନିକମାନେ କେବଳ ଧଳା ରଙ୍ଗର ନୁହେଁ ବରଂ ଲାଲ ଏବଂ ନାରଙ୍ଗୀ ରଙ୍ଗର ଶୈବାଳଗୁଡ଼ିକ ଉପରେ ମଧ୍ୟ ଗବେଷଣା କରୁଛନ୍ତି ।


Share It

Comments are closed.