ଗତ ୨୪ ଘଣ୍ଟାରେ ୬୦୮୮ଟି ନୂଆ ମାମଲା, ଦେଶରେ ମୋଟି ସଂକ୍ରମିତଙ୍କ ସଂଖ୍ୟା ୧୧୮୪୪୭କୁ ଛୁଇଁଲା


କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଲାଗୁ କରାଯାଇଥିବା ଲକଡାଉନ ସତ୍ତ୍ୱେ ମଧ୍ୟ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଆସିଥିବା ସଂକ୍ରମିତଙ୍କ ସଂଖ୍ୟାରେ ଏହା ସବୁଠାରୁ ଅଧିକ ଅଟେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ମୁତାବକ, ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୮୪୪୭ରେ ଆସି ପହଞ୍ଚିଛି । ଗତ ଏକ ଦିନ ମଧ୍ୟରେ ଦେଶରେ ୬୦୮୮ଟି ନୂଆ ମାମଲା ସାମନାକୁ ଆସିଛି । ସେପଟେ ମୃତକଙ୍କ ସଂଖ୍ୟା ୩୫୮୩ରେ ଆସି ପହଞ୍ଚିଛି । ଏହା ପୂର୍ବରୁ ଗୁରୁବାର ଦିନ କରୋନା ସଂକ୍ରମିତଙ୍କ ୧,୧୨,୩୫୯ରେ ପହଞ୍ଚିଥିଲା ।

କରୋନା ସଂକ୍ରମିତଙ୍କ ମାମଲାରେ ମହାରାଷ୍ଟ୍ର ଶୀର୍ଷକ ତାଲିକାରେ ରହିଛି । ଏଠାରେ ବର୍ତ୍ତମାନ ସୁଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୬୪୨ରେ ଆସି ପହଞ୍ଚି ସାରିଛି । ସେପଟେ ମୃତକଙ୍କ ସଂଖ୍ୟା ୧୪୫୪ରେ ଆସି ପହଞ୍ଚିଛି । ତାଲିମନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୧୩୯୬୭ରେ ଆସି ପହଞ୍ଚିଥିବାବେଳେ ଏଠାରେ ୬୨୮୨ ଜଣ ବର୍ତ୍ତମାନ ସୁଧା ସୁସ୍ଥ ହୋଇ ସାରଛନ୍ତି । ସେହିଭଳି ତାମିଲନାଡପରେ ୯୪ ଜଣଙ୍କ ମୃତ୍ୟୁ ଘଟିଛି ।
ଉତ୍ତରପ୍ରଦେଶରେ କରୋନା ସଂକ୍ରମିତ ମାମଲା ୫୫୧୫ରେ ଆସି ପହଞ୍ଚିଛି । ସେହିଭଳି ରାଜ୍ୟରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି । ସେହଭଳି ଗୁଜୁରାଟରେ କରୋନା ସଂକ୍ରମିତ ମାମଲା ୧୨୯୦୫କୁ ଆସି ଛୁଇଁଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୭୭୩ରେ ଆସି ପହଞ୍ଚିଛି ।
ସେହିଭଳି ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୫୯କୁ ଆସି ଛୁଇଁଛି । ଏଠାରେ ୫୫୬୭ ଜଣ ସୁସ୍ଥ ହୋଇସାରିଥିବାବେଳେ ଅନ୍ୟପଟେ ୧୯୪ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟରାଜ୍ୟଙ୍କର ଯଦି କଥା କହିବା ତେବେ ଆନ୍ଧ୍ରାରେ ୨୬୪୭, ଆସାମରେ ୨୦୩, ବିହାରରେ ୧୯୮୨, ଛତିଶଗଡରେ ୧୨୮, ହରିୟାଣାରେ ୧୦୩୧, ଜମ୍ମୁକାଶ୍ମୀରରେ ୧୪୪୯, କର୍ଣ୍ଣାଟକରେ ୧୬୦୫ ଏବଂ ଓଡିଶାରେ ୧୧୮୯ରେ କରୋନା ସଂକ୍ରମିତ ସଂଖ୍ୟା ଆସି ପହଞ୍ଚିଛି ।


Share It

Comments are closed.