ବଡ ପରଦାରେ ଏକାଠି ନଜର ଆସିବେ ଆମୀର-ଶାହାରୁଖ


ବଲିଉଡର ଚର୍ଚ୍ଚିତ ଅଭିନେତା ଶାହାରୁଖ ଖାନ୍‌ ଗତ କିଛି ଦିନରୁ ଦୁବାଇର ଆଇପିଏଲରେ ବ୍ୟସ୍ତ ଥିଲେ। ଏସବୁ ଭିତରେ ଶାହାରୁଖ ଖାନଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ତେବେ ଶାହରୁଖ ଖାନ ଖୁବ ଶୀଘ୍ର ବଲିଉଡର ପ୍ରସିଦ୍ଧ ଅଭିନେତା ଆମିର ଖାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢ଼ା’ରେ ନଜର ଆସିବେ। ଶାହରୁଖ ଖାନ ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ରେ କ୍ୟାମୋ ଭୂମିକାରେ ଦେଖିବାକୁ ମିଳିବେ। ଯେଉଁଥିପାଇଁ ଅଭିନେତା ଶାହାରୁଖ ଦିଲ୍ଲୀରେ ପହଞ୍ଚିସାରିଛନ୍ତି। ତେବେ ଏହି ଖବର ମଧ୍ୟ ସାମ୍ନାକୁ ଆସୁଛି ଯେ, ଶାହାରୁଖ ଖାନଙ୍କୁ ଆମିର ଖାନ ନିଜେ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଶାହାରୁଖ ଖାନ୍‌ ଫିଲ୍ମ ‘ଲାଲ ସିଂ ଚଢ଼ା’ରେ ନିଜ ସୁଟିଂ ପୂରା କରିସାରିଛନ୍ତି। ଫିଲ୍ମର ସୁଟିଂ ଶେଷ ହେବା ପରେ ଉଭୟ ଅଭିନେତା ଏକାଠି ବହୁତ ସମୟ ବିତାଇଛନ୍ତି। କେବଳ ସେତିକି ନୁହେଁ ଦୁହେଁ ଏକାଠି ଡ୍ରିଙ୍କସ୍‌ ଏନ୍‌ଜୟ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଫିଲ୍ମକୁ ନେଇ ଆସିଥିବା ତାଜା ଖବର ଅନୁସାରେ ‘ଲାଲ ସିଂ ଚଢ଼ା’ର ଭିଜୁଆଲ୍ ଇଫେକ୍ଟସ ଶାହାରୁଖ ଖାନଙ୍କ ଫର୍ମ ସମ୍ଭାଳିଛନ୍ତି। ଏଭଳି ପରିସ୍ଥିତିରେ ଶାହରୁଖ ଖାନ ଏବଂ ଆମିର ଖାନଙ୍କ ଯୋଡି ପ୍ରଥମ ଥର ପରଦାରେ ଏକାଠି ଦେଖିବାକୁ ମିଳିବ। ଏହାପୂର୍ବରୁ ଏହି ଦୁଇ କଳାକାର କୌଣସି ଫିଲ୍ମରେ ଏକାଠି କାମ କରିନାହାଁନ୍ତି। ଯଦି ଆମେ ଫିଲ୍ମ ଲାଲ ସିଂ ଚଢ଼ା ବିଷୟରେ କହିବା, ତେବେ ଏହା ଚର୍ଚ୍ଚିତ ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ପର ଏକ ହିନ୍ଦୀ ରିମେକ୍ ଅଟେ। ଯେଉଁଥିରେ ଆମିରଙ୍କ ଚରିତ୍ର ଟମ୍‌ ହ୍ୟାକ୍ସରୁ ଅନୁପ୍ରାଣିତ ବୋଲି କୁହାଯାଏ । ଆମୀର ଖାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କରୀନା କପୁର ଖାନ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ।


Share It

Comments are closed.