ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ କାର ଇନ୍ସ୍ୟୁରାନ୍ସର ଶୁଭାରମ୍ଭ


ଭୁବନେଶ୍ୱର: ଭାରତୀ ଆକ୍ସା ଜେନେରାଲ ଇନୁ୍ସ୍ୟରାନ୍ସର ସହବନ୍ଧିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ବ୍ୟାପକ କାର ଇନ୍ସ୍ୟୁରାନ୍ସ ସେବା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଏହି ସ୍ମାର୍ଟ ଡ୍ରାଇଭ ବ୍ୟକ୍ତିଗତ କାର ଇନ୍ସ୍ୟୁରାନ୍ସ ଦୁର୍ଘଟଣା, ଚୋରି, ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟ କାରଣରୁ ଯାନବାହନରେ କୌଣସି ପ୍ରକାରର କ୍ଷତି ହେବା ସ୍ଥଳେ ଆର୍ଥିତ ସୁରକ୍ଷା ପ୍ରଦାନ କରିଥାଏ । ଏହାମଧ୍ୟ କାର ଦୁର୍ଘଟଣା ଯୋଗୁଁ ଅନ୍ୟ ବ୍ୟକ୍ତି କିମ୍ବା ସମ୍ପତିରେ କୌଣସି ପ୍ରକାରର ଆଘାତ କିମ୍ବା କ୍ଷତି ହେବା ସ୍ଥଳେ କ୍ଷତିପୂରଣ ପ୍ରଦାନ କରିଥାଏ । ପଲିସିଧାରୀଙ୍କ ପାଇଁ ଏହି ଇନ୍ସ୍ୟରାନ୍ସ ଏକ ବ୍ୟକ୍ତିଗତ ଆକ୍ସିଡେଂଟ କଭର ସହିତ ଆସିଥାଏ । ଦୁର୍ଘଟଣାରେ ସ୍ଥାୟୀ ଅକ୍ଷମତା କିମ୍ବା ଜୀବନ ହରାଇବା ସ୍ଥଳେ ଏହା ଉକ୍ତ ପରିବାର ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଥାଏ ।
ଏୟାରଟେଲ ପେମେଂଟ ବ୍ୟାଙ୍କର ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କ୍‌ସ ଆପ ଜରିଆରେ କୌଣସି କାଗଜପତ୍ର ବିନା ବହୁର ସହଜ, ଶୀଘ୍ର ତଥା ସୁରକ୍ଷିତ ଉପାୟରେ ଏହି ପଲିସିକୁ କ୍ରୟ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ କେବଳ ନିଜ ବାହନର ଡିଟେଲ ଭରିବାକୁ ପଡ଼ିବ ଏବଂ ଏହାପରେ ଏହି ଇନ୍ସ୍ୟୁରାନ୍ସ ତୁରନ୍ତ ସେମାନଙ୍କ ପଂଞ୍ଜିକୃତ ଇମେଲ ଆଇଡି ଏବଂ ମୋବାଇଲ ନମ୍ବରରେ ଜାରି ହୋଇଯିବ ।
ଏହା ସମ୍ପର୍କରେ ଏୟାରଟେଲ ପେମେଂଟ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀ ଗଣେଶ ଅନନ୍ତନାରାୟଣ କହିଛନ୍ତି ଯେ, “ଏହି ବ୍ୟାପକ କାର ଇନ୍ସ୍ୟୁରାନ୍ସ ପ୍ରଦାନ କରିବା ଲାଗି ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ ସହ ଯୋଡ଼ି ହୋଇ ଆମେ ବେଶ ଉତ୍ସାହିତ ।” ସେହିଭଳି ଭାରତୀ ଆକ୍ସା ଜେନେରାଲ ଇନ୍ସ୍ୟୁରାନ୍ସ, ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ଶ୍ରୀନୀବାସନ କହିଛନ୍ତି ଯେ, “ଏହି ରଣନୈତିକ ଚୁକ୍ତି ଆମକୁ ବ୍ୟାଙ୍କର ବଢ଼ୁଥିବା ଗ୍ରାହକ ଆଧାରରେ ପହଂଚିବା ଏବଂ ସେମାନଙ୍କୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବ ।”


Share It

Comments are closed.