ହେଲ୍ପଏଜ୍ ଇଣ୍ଡିଅାର ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ପୁଅମାନେ ହିଁ ପିତାମାତାଙ୍କ ପ୍ରତି ଅଧିକ ଦୁର୍ବବ୍ୟହାର ପ୍ରଦର୍ଶନ କରିଥାନ୍ତି।ହେଲ୍ପଏଜ୍ ଇଣ୍ଡିଅାର ଏହି ସର୍ବେକ୍ଷଣରେ ଦେଶର ୨୩ ସହରରୁ ୫୦୧୪ ଜଣ ବ୍ୟକ୍ତି ଭାଗ ନେଇଥିଲେ ା ଏଥିରେ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାରର ପ୍ରକାର, ଗମ୍ଭୀରତା, କାରଣ ଅାଦିକୁ ବୁଝିବାକୁ ଚେଷ୍ଟା କରାଯାଇଛି ା ପ୍ରଥମ ଥର ପାଇଁ ସାମାଜିକ ଗଣମାଧ୍ୟମ ତଥା ବୈଷୟିକ ଜ୍ଞାନକୈାଶଳର ପ୍ରଭାବକୁ ମଧ୍ୟ ଅାକଳନ କରାଯାଇଛି, ଯେଉଁଥିରୁ ଖୁବ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଅାସିଛି ।
ପ୍ରାୟ ୨୫% ବରିଷ୍ଠ ନାଗରିକ ବ୍ୟକ୍ତିଗତ ଭାବେ ନିଜେ ଏଭଳି ଦୁର୍ବ୍ୟବହାରର ଶିକାର ହେଉଥିବା କଥା କହିଥିବା ବେଳେ ମୂଖ୍ୟ ଦୁର୍ବ୍ୟବହାରକାରୀ ଭାବେ ନିଜ ପୁଅକୁ (୫୨%) ଓ ବୋହୂ କୁ (୩୪ %) ଲୋକେ ଦାୟୀ କରିଛନ୍ତି ।
ଏହି ର୍ଦୁବ୍ୟବହାର ମଧ୍ୟରେ ରହିଛି ବରିଷ୍ଠ ନାଗରିକଙ୍କ ପ୍ରତି ଅସମ୍ମାନ (୫୬ %), ମୈାଖିକ ଦୁର୍ବ୍ୟବହାର (୪୯ %) ତଥା ଅବହେଳା (୩୩ %), ଅର୍ଥନୈତିକ ଶୋଷଣ (୩୩ %) ତଥା ମାରପିଟ (୧୨ %) ଇତ୍ୟାଦି ।
ବଡ ଦୁଃଖର କଥା ଯେ ଏହି ଅତ୍ୟାଚାର ନିଜ ଘରେ ହିଁ ଅାରମ୍ଭ ହୋଇଥାଏ ଓ ସେଇମାନଙ୍କ ଦ୍ୱାରା ହୋଇଥାଏ ଯାହା ଉପରେ ଅଧିକ ଭରସା ଥାଏ । ଏଥର ସର୍ଭେରେ ଜଣା ପଡିଛି ଯେ ଘରେ ନିଜ ପୁଅହିଁ ସବୁଠାରୁ ଅଧିକ କଷ୍ଟ ଦେଇଥାଏ ଓ ତା ପଛକୁ ବୋହୂ ରହିଛି ା ଅାମେ ଏଭଳି ଅସୁବିଧାରେ ଥିବା ବରିଷ୍ଠ ନାଗରିକଙ୍କ ନିମନ୍ତେ ନିଃଶୁଲ୍କ ଟେଲିଫୋନ ସେବା ୧୮୦୦-୩୪୫-୧୨୫୩ ଚଳାଉଛୁ, ଯେଉଁଠାକୁ ଫୋନ କରି ସେମାନେ ଉଚିତ ପରାମର୍ଶ ତଥା
ସହାୟତା ପାଇ ପାରିବେ ।
୬୫% ବରିଷ୍ଠ ନାଗରିକ ମତ ରଖିଛନ୍ତି ଯେ କମ୍ପ୍ଯୁଟର ଓ ମୋବାଇଲର ମାତ୍ରାଧିକ ବ୍ୟବହାର ସେମାନେ ସେମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଉଛି ।
ଭାରତର ପ୍ରମୂଖ ୫ଟି ସହର ଯେଉଁଠାରେ ଅଧିକ ପରିମାଣରେ ର୍ଦୁବ୍ୟବହାର ଜଣାପଡିଛି, ତାହା ହେଉଛି ମାଙ୍ଗାଲୋର (୪୭ %), ଅହମଦାବାଦ (୪୬%), ଭୋପାଳ (୩୯ %), ଅମ୍ରିତସର (୩୫ %) ଓ ଦିଲ୍ଲୀ (୩୩ %) ।
ର୍ଦୁଭାଗ୍ୟର ବିଷୟ ଏହି କି ଯେ, ଅତ୍ୟାଚାରର ଶିକାର ହେଉଥିବା ୮୨% ଲୋକେ ଏହା କାହାରିକୁ ଜଣାନ୍ତି ନାହିଁ କାରଣ ୩୪ % ଲୋକେ ପରିବାରର ସମ୍ମାନ ରକ୍ଷା ପାଇଁ ଚିନ୍ତିତ ଥିବାବେଳେ, ୫୨% ଲୋକେ ଜାଣନ୍ତି ନାହିଁ ଏଭଳି ସମସ୍ୟା ହେଲେ କଣ କରିବେ, କାହାକୁ କହିବେ । ୭୩ % ବରିଷ୍ଠନାଗରିକଙ୍କ ମତରେ ତାଙ୍କ ପିଲାମାନେ ଘରେ ଥିବାବେଳେ ମଧ୍ୟ ନିଜ ଫୋନ୍ରେ ବ୍ୟସ୍ତ ଥାନ୍ତି । ୭୮% ଲୋକଙ୍କ ମତରେ ସାମାଜିକ ଗଣମାଧ୍ୟମ ଯୋଗୁଁ ସେମାନଙ୍କ ବ୍ୟକ୍ତିଗତ ତଥା ପାରିବାରିକ ଜୀବନରେ କୁପ୍ରଭାବ ପଡୁଛି ।
ବରିଷ୍ଠ ନାଗରିକଙ୍କ ମତରେ ଏହି ସମସ୍ୟାକୁ ମୁକାବିଲା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଶିଶୁମାନଙ୍କୁ ସଚେତନ କରିବା ତଥା ଅାନ୍ତଃପିଢି ଦୂରତାକୁ କମ କରି ସେମାନଙ୍କ ମଧ୍ୟରେ ସଂପର୍କକୁ ସୁଦୃଢ କରିବା (୩୮% ), ଅତ୍ୟାଚାରିତ ହେଉଥିବା ବ୍ୟକ୍ତିଙ୍କୁ ଅର୍ଥନୈତିକ ଭାବେ ସ୍ବାଧୀନ କରିବା (୩୭% ), ବୟସ୍କ ଲୋକଙ୍କୁ ସଚେତନ କରିବା (୩୫% ) ତଥା ଦୃଢ-ପ୍ରଭାବଶାଳୀ ଦଣ୍ଡବିଧି ବ୍ୟବସ୍ଥା କରିବା (୨୫ %) ।
ବରିଷ୍ଠ ନାଗରିକମାନେ ନିଜର ସମସ୍ୟା ପାଇଁ ଅାମର ହେଲ୍ପଲାଇନ୍ ୧୮୦୦-୩୪୫-୧୨୫୩ କୁ ଯୋଗାଯୋଗ କରି ନିଜ ସମସ୍ୟାର ସମାଧାନ ପାଇଁ ସାହାଯ୍ୟ ଓ ପରାମର୍ଶ ପାଇପାରିବେ।
Comments are closed.