ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ଉଷୁମ ପାଣି; ତଥାପି ଏହି ଦିଗ ପ୍ରତି ରୁହନ୍ତୁ ଯତ୍ନବାନ


ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଆବଶ୍ୟକ ଓ ଉପକାରୀ। ତାହା ଉଷୁମ ପାଣି ହେଉ କିମ୍ବା ସାଧାରଣ ପାଣି। ସେହିପରି ଖରାଦିନେ ସାଧାରଣ ପାଣି ପିଇବା ଉଚିତ୍‌‌। ମାତ୍ର ଶୀତଦିନେ ବିଶେଷ କରି ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। କିଛି ତଥ୍ୟ ଅନୁଯାୟୀ, ଉଷୁମ ପାଣି ପିଇବା ଦ୍ୱାରା ଖାଦ୍ୟ ସହଜରେ ଓ ଭଲ ଭାବେ ହଜମ ହୋଇଥାଏ। ଓଜନ ମଧ୍ୟ ହ୍ରାସ ହେବାରେ ସାହାଯ୍ୟ କରିଥାଏ। ମାନସିକ ଦୁଶ୍ଚିନ୍ତା ଓ ଥକ୍କାପଣରୁ ମୁକ୍ତି ମିଳିଥାଏ। ଏହାସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟର ଅନେକ ଉପକାର ମଧ୍ୟ କରିଥାଏ। ଜାଣନ୍ତୁ..

ଉଷୁମ ପାଣି ପିଇବା ସମୟରେ ଏହାର ବାମ୍ଫ ନାକ ଓ ପାଟିକୁ ଯାଇଥାଏ। ଫଳରେ ସାଇନସ୍‌‌ ଓ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ। ଉଷୁମ ପାଣି ପିଇବା ଦ୍ୱାରା ଗଳାରେ କୁଣ୍ଡାଇ ହେବା ଅନୁଭବ ହୋଇନଥାଏ। ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା,ନାକ କୁଣ୍ଡାଇ ହେବା,କାଶ ଦୂର ହୋଇ ଥକ୍କାପଣ ଅନୁଭବ ହୋଇନଥାଏ।

ଆପଣଙ୍କର ହଜମ ଜନିତ ସମସ୍ୟା ଥିଲେ, ଉଷୁମ ପାଣି ଏହା ଦୂର କରିଥାଏ। ଅନେକ ସମୟରେ ଏପରି କିଛି ଖାଦ୍ୟ ରହିଛି, ଯାହା ହଜମ ହେବାରେ ସମସ୍ୟା ହୋଇଥାଏ, ତେଣୁ ଉଷୁମ ପାଣି ମୁଖ୍ୟତଃ ଖାଦ୍ୟକୁ ସହଜରେ ହଜମ କରିଥାଏ। ଏହାସହ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ।

ଥଣ୍ଡା ସମୟରେ ଥଣ୍ଡା ଅନୁଭବ ହେବା କାରଣରୁ ଅନେକ ଖୁବ୍‌‌ କମ୍‌‌ ପାଣି ପିଇଥାଆନ୍ତି। ଫଳରେ ଶରୀରରେ ପାଣିର ଅଭାବ ହୋଇଥାଏ। ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ। ଏହାର ପ୍ରଭାବ ତ୍ୱଚାରେ ମଧ୍ୟ ଦେଖାଦେଇଥାଏ। ମାତ୍ର ଥଣ୍ଡା ସମୟରେ ଉଷୁମ ପାଣି ପିଇପାରିବେ।

ଅତ୍ୟଧିକ ଥଣ୍ଡା ଅନୁଭବ ହେଉଥିବା ସମୟରେ ଉଷୁମ ପାଣି ପିଇବା ଦ୍ୱାରା ଶରୀର ତାପମାତ୍ରା ସଠିକ ରହିବା ସହ ଅଧିକ ଥଣ୍ଡା ଅନୁଭବ ହୋଇନଥାଏ।

ଉଷୁମ ପାଣି ପିଇବା ଦ୍ୱାରା ରକ୍ତସଞ୍ଚାଳନ ସଠିକ୍‌‌ ହେବା ଦ୍ୱାରା ତ୍ୱଚା ଠାରୁ ଆରମ୍ଭ କରି ହୃଦୟ ସୁସ୍ଥ ରହିଥାଏ। ହାଲକା ଉଷୁମ ପାଣି ପିଇବା ଦ୍ୱାରା ଶିରାପ୍ରଶିରା ସଠିକ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଆପଣ ସତେଜ ଅନୁଭବ କରିବା ସହ କାମ କରିବାକୁ ମଧ୍ୟ ଆଗ୍ରହ ହୋଇଥାଏ।

ମାତ୍ର ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଅନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।


Share It

Comments are closed.