ନାରୀତ୍ୱ ଓ ଏକ ସୁସ୍ଥ ବିକଶିତ ପୃଥିବୀର ଉତ୍ସବ ପାଳନ କରିଥାଏ ଏହି ଚାରିଦିନ ଧରି ଚାଲୁଥିବା ‘ରଜ ପର୍ବ’


ଯେତେବେଳେ ପୁରା ବିଶ୍ୱ ଲିଙ୍ଗଗତ ପ୍ରଭେଦ ସହ ଲଢ଼ୁଛି, ଦେଶର ବହୁତ କମ ଲୋକ ଏ ସମ୍ପର୍କରେ ଅବଗତ ଯେ ଓଡ଼ିଶା ଭଳି ଏକ ରାଜ୍ୟରେ ନାରୀତ୍ୱର ପର୍ବ ପ।।ଳନ କରାଯାଇଥାଏ । ଏହି ପର୍ବ ହେଉଛି ‘ରଜ ପର୍ବ’ ଯାହାକି ମିଥୁନ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା । ଏହି ପର୍ବ ଏକ କୃଷିବର୍ଷକୁ ମଧ୍ୟ ସ୍ୱାଗତ କରିଥାଏ । ଏହି ଚାରିଦିନର ପର୍ବ ଆଶାଢ଼ ମାସର ପ୍ରଥମ ଦିନରେ (ଜୁନ-ଜୁଲାଇ) ପଡ଼ିଥାଏ, ଯେଉଁ ସମୟରୁ ଧରାପୃଷ୍ଠକୁ ବର୍ଷାର ଆଗମନ ହୋଇଥାଏ ଏବଂ ଗ୍ରାଷ୍ମରୁତୁରେ ଶୁଖିଯାଇଥିବା ଭୁଇଁକୁ ଭିଜାଇ ଏହାକୁ କୃଷି କାର୍ଯ୍ୟ ପାଇଁ ପ୍ରସ୍‌ୁତ କରିଦେଇଥାଏ ।
ପୌରାଣିକ କଥା ଅନୁଯାୟୀ ମା ଦେବୀ ପୃଥିବୀ (ଭୁମିଦେବୀ) ବା ବିଷ୍ଣୁଙ୍କର ପବିତ୍ର ପତ୍ନୀ ଏହି ପର୍ବର ପ୍ରଥମ ତିନିଦିନ ରୁତୁଚକ୍ର ଦେଇ ଯାଇଥାନ୍ତି । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ମିଥୁନ ସଂକ୍ରାନ୍ତି , ତୃତୀୟ ଦିନକୁ ଭୂମି ଦାହ ବା ବାସି ରଜ କୁହାଯାଇଥାଏ । ରଜ ଶବ୍ଦର ଉତ୍ପତି ରଜଶ୍ୱାଳା’(ଅର୍ଥାତ ନିଜ ଣୁତୁଚକ୍ରରେ ଥିବା ମହିଳା) ରୁ ହୋଇଛି । ହିନ୍ଦୁ ମହିଳାମାନଙ୍କ ଭଳି ଯେଉଁମାନଙ୍କୁ କାମଠାରୁ ଦୂରେଇ ରହିବା ପାଇଁ କୁହାଯାଇଥାଏ । ହଳ କରିବା, ଫୁଲ ତୋଳିବା, ମାଟି ହାଣିବା ଏବଂ ଜନନୀ ପୃଥିବୀକୁ ଆଘାତ କରୁଥିବା ଅନ୍ୟ ସମସ୍ତ ପ୍ରକାରର କାର୍ଯ୍ୟକୁ ବନ୍ଦ କରାଯାଇ ଜନନୀ ପୃଥିବୀକୁ ଆରାମ ପ୍ରଦାନ କରାଯାଇଥାଏ ।
ଏହି ପର୍ବର ପ୍ରଥମ ତିନିଦିନ ଝିଅମାନଙ୍କୁ ସମସ୍ତ ପ୍ରକାରର ହାତଦ୍ୱାରା କରାଯାଉଥିବା କାର୍ଯ୍ୟ ଠାରୁ ଦୂରେଇ ରଖାଯାଏ । ସେମାନ ପାଣି ଆଣିବା, ଘର ଓଳାଇବା, ପୋଷାକ ସିଲେଇ କରିବା,ସେମାନଙ୍କ ମୁଣ୍ଡ କୁଣ୍ଡାଇବା ଭଳି ଆହୁରି ଅନେକ କାର୍ଯ୍ୟ କରିବା ବର୍ଜନୀୟ ହୋଇଥାଏ । ଏହି ପର୍ବରେ ମହିଳାମାନେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଘର ଘର ବୁଲି ପିଠା, ରଜ ପାନର ମଜା ଉଠାଇଥାନ୍ତି ଏବଂ ସାଙ୍ଗଙ୍କ ସହ ବିଭିନ୍ନ ପ୍ରକାର ଖେଳରେ ନିମଜିତ ହୋଇଥାନ୍ତି । ଏହି ପର୍ବର ମୁଖ୍ୟ ଆକର୍ଷଣ ରହିଥାଏ ରଜ ଦୋଳି । ପୁଅ ଝିଅ ସଭିଏଁ ସୁନ୍ଦର ସୁନ୍ଦର ଫୁଲରେ ସଜ୍ଜିତ ଦୋଳିରେ ଝୁଲି ଏହି ପର୍ବକୁ ଉପଭୋଗ କରିଥାନ୍ତି ।
ଚତୁର୍ଥ ଦିନକୁ ବାସୁମତି ସ୍ନାନ କୁହାଯାଇଥାଏ, ଯେଉଁଦିନ ମହିଳାମାନେ ଘୋରଣାକୁ ଭୂମିର ପ୍ରତୀକ ଭାବେ ହଳଦୀରେ ଗାଧୋଇଦେଇଥାନ୍ତି ଏବଂ ଫୁଲ ଓ ସିନ୍ଦୁରରେ ସଜାଇଥାନ୍ତି । ଗାଁର ବାଳିକାମାନେ ବିଭିନ୍ନ ପ୍ରକାର ଖେଳରେ ନିମଜିତ ରହିଥାନ୍ତି, ଯେଉଁଥିରୁ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ‘କବାଡ଼ି’ । ଭିନ୍ନ ଭିନ୍ନ ଗାଁର ଦଳ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ହୋଇଥାଏ ।
ଏହି ପର୍ବ ମହିଳାମାନଙ୍କର ରୁତୁଚକ୍ର ସମ୍ବନ୍ଧୀୟ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ମହିଳାମାନଙ୍କୁ ସାମଜିକ ନିଷେଧାଦେଶରୁ ମୂକ୍ତ କରିବାରେ ସହାୟକ ହୋଇଥାଏ ।
ଏହି ରଜ ପର୍ବର ଗୋଟିଏ ଶେଷ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ହେଉଛି ମନୁଷ୍ୟର ଜୀବନରେ ପ୍ରକୃତିର ଯୋଗଦାନକୁ ଏବଂ ପ୍ରକୃତିର ଉତମ ଅବସ୍ଥା ବଜାୟ ରଖିବା ପାଇଁ ମନୁଷ୍ୟର କର୍ତବ୍ୟକୁ ସ୍ୱୀକାର କରିବା । ଏହି ପାରସ୍ପରିକ ସମ୍ବନ୍ଧ ପ୍ରକୃତିର ସୁରକ୍ଷା ସହ ଉପଯୁକ୍ତ ବିକାଶର ପ୍ରୋତ୍ସାହନ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ରଜ ପର୍ବ ସମୟରେ ତିନିଦିନ ଧରି ଜନନୀ ପୃଥିବୀକୁ କ୍ଷତି ନ ପହଂଚାଇବା ହିଁ ହେଉଛି ପୃଥିବୀର ଉଯପୁକ୍ତ ବିକାଶର ଏକ ପ୍ରୋତ୍ସାହନ ।


Share It

Comments are closed.