ମହିଳାଙ୍କ ସ୍ୱାଭାବିକତାକୁ ସ୍ୱୀକାର କରିବାର ବାର୍ତା ଦେଇଥାଏ ରଜପର୍ବ


ଆମେ ସିଭିଏଁ ଏ ସମ୍ପର୍କରେ ଅବଗତ ଯେ ଓଡ଼ିଶା ୧୨ ମାସରେ ୧୩ ପର୍ବ ପାଳନ କରିଥାଏ । ସେହି ପର୍ବ ଗୁଡ଼ିକ ମଧ୍ୟରୁ ରଜ ପର୍ବ ହେଉଛି ଅନ୍ୟତମ । ଏହି ପର୍ବ ଚାରିଦିନ ଧରି ପାଳିତ ହୋଇଥାଏ ଏବଂ ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହ ଭରି ରହିଥାଏ । ପ୍ରତିବର୍ଷ ଜୁନ ମାସର ମଧ୍ୟଭାଗରେ ଏହି ଉଲ୍ଲାସମୟ ପର୍ବକୁ ପାଳନ କରାଯାଇଥାଏ । ଏହି ପର୍ବର ଆଗମନରେ ଧରାପୃଷ୍ଠକୁ ବର୍ଷାର ବିନ୍ଦୁ ସ୍ପର୍ଶ କରି ଭୀଷଣ ଗରମରେ ଅସ୍ତବ୍ୟସ୍ତ ଜନସାଧାରଣଙ୍କୁ ଶାନ୍ତିର ଅନୁଭବ ପ୍ରଦାନ କରିଥାଏ ଏବଂ ଆଗାମୀ କୃଷି ରୁତୁ ପାଇଁ ଏକ ନୂଆ ଆଶା ନେଇ ଆସିଥାଏ । ତେଣୁ ଏହି ପର୍ବ କୃଷି ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଏହା ବ୍ୟତୀତ ଏହି ପର୍ବର ପାଳନ ପଛରେ ଆଉ ଏକ ତତ୍ୱ ଜଡ଼ିତ । ଓଡ଼ିଶାରେ ‘ରଜ’ ଶବ୍ଦର ଅର୍ଥ ରଜଃସ୍ରାବ ଏବଂ ଏହା ମାନ୍ୟତା ରହିଛି ଯେ ଜନନୀ ପୃଥିବୀ ଏହି ସମୟରେ ତିନିଦିନର ଦୀର୍ଘ ମାସିକ ରୁତୁଚକ୍ର ଦେଇ ଯାଇଥାଏ । ତେଣୁ ଏହି ସମୟରେ ଖୋଳିବା, କାଟିବା ନିର୍ମାଣ କାର୍ଯ୍ୟ କିମ୍ବା ଜନନୀ ପୃଥିବୀକୁ କଷ୍ଟ ଦେଉଥିବା ଭଳି କୌଣସି କାର୍ଯ୍ୟ ମଧ୍ୟ କରାଯାଇନଥାଏ । ଜନନୀ ପୃଥିବୀର ଏହି ତିନିଦିନର ରୁତୁଚକ୍ର ଚତୁର୍ଥ ଦିନରେ ଶେଷ ହୋଇଥାଏ ଯାହାକୁ ବାସୁମତି ସ୍ନାନ କୁହାଯାଇଥାଏ, ଯାହାର ଅର୍ଥ ହେଉଛି ଜନନୀ ପୃଥିବୀର ସ୍ନାନ ।
ଜନନୀ ପୃଥିବୀର ରୁତୁଚକ୍ର ପାଳନର ଏହି ପ୍ରଥା ଏହି ସତ୍ୟର ଏକ ନିଦର୍ଶନ ଯେ ଅତୀତ ଦିନଗୁଡ଼ିକରେ ସମାଜରେ ମହିଳାଙ୍କ ମାସିକ ରୁତୁଚକ୍ରକୁ ନେଇ କୌଣସି ନିଷେଧାଦେଶ ନଥିଲା । ସେତେବେଳେ ସମାଜେରେ ଏହାକୁ ସାଧାରଣ ଭାବେ ଗ୍ରହଣ କରାଯାଉଥିଲା ଯେବେକି ବର୍ତମାନର ସମାଜରେ ମହିଳାମାନଙ୍କୁ ଏହି ସମୟରେ ପୃଥକ ସ୍ଥାନରେ ରଖାଯାଇଥାଏ ଏବଂ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥାଏ କାରଣ ସେମାନଙ୍କୁ ଅପବିତ୍ର ବୋଲି କୁହାଯାଇଥାଏ ।
ଅନେକଙ୍କ ପାଇଁ ରଜ ପର୍ବ କେବଳ ଆନନ୍ଦ ଉତ୍ସାହର ପର୍ବ ହୋଇଥାଏ । କିନ୍ତୁ ଅନ୍ୟପଟେ ଆମେ ମହିଳାଙ୍କ ସ୍ୱତନ୍ତ୍ରତାର ଏକ ବୃହତ ବାର୍ତାକୁ ଭୁଲିଯାଉଛୁ ଯାହା ଏହି ପର୍ବ ଦର୍ଶାଇଥାଏ । ଏହା ମହିଳାମାନଙ୍କର ସ୍ୱାଭାବିକତା କୁ ସ୍ୱୀକାର କରିଥାଏ ଯେବେକି ତାକୁ ସାମାଜିକ ଭାରରୁ ମୁକ୍ତ କରିଥାଏ । ସମାଜ ପ୍ରତି ଏକ ବାର୍ତା ଭାବେ ଏହି ରଜ ପର୍ବ ନାମର ଅର୍ଥ ରହିଛି ରୁତୁଚକ୍ର, ଯାହାକି ଏବେ ସୁଦ୍ଧା ମଧ୍ୟ ଅନେକ ସମାଜରେ ଲୁକାୟିତ । କିନ୍ତୁ ଏହି ପର୍ବ ମହିଳାମାନଙ୍କର ସ୍ୱାଭବିକ ସମସ୍ୟା ଗୁଡ଼ିକର ଗ୍ରହଣୀୟତାକୁ ମଧ୍ୟ ଦର୍ଶାଉଛି ।


Share It

Comments are closed.